1. କୃଷି ଖବର

ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ: କେନ୍ଦ୍ର

ପିଡିଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା, ଯାହା ପାଖାପାଖି ୧୮୪ ଏଲଏମଟି , ତାହାକୁ ପୂରଣ କରିବା ପରେ ଆବଶ୍ୟକ ସ୍ଥଳେ ବଜାରର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି ।

Tanushree Mahapatra
Tanushree Mahapatra
Sufficient wheat stock available, image source - pexels

Sufficient wheat stock available, image source - pexels

ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସମୀକ୍ଷା ପାଇଁ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗହମର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଦେଶର ଉପଭୋକ୍ତାଙ୍କ ପାଇଁ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ନିମନ୍ତେ ଉପଯୁକ୍ତ ନୀତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଗହମର ମହଜୁଦ ସ୍ଥିତି ଏବଂ ମୂଲ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆରଏମଏସ (ରବି ବିପଣନ ଋତୁ) ୨୦୨୩ରେ ୨୬୨ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ଗହମ କ୍ରୟ ହୋଇଥିବା ବେଳେ ଆରଏମଏସ ୨୦୨୪ରେ ୧୮.୦୬.୨୦୨୪ ସୁଦ୍ଧା ପ୍ରାୟ ୨୬୬ ଏଲଏମଟି ଗହମ କ୍ରୟ କରାଯାଇଛି । ପିଡିଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା, ଯାହା ପାଖାପାଖି ୧୮୪ ଏଲଏମଟି , ତାହାକୁ ପୂରଣ କରିବା ପରେ ଆବଶ୍ୟକ ସ୍ଥଳେ ବଜାରର ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ପରିମାଣର ଗହମ ମହଜୁଦ ରହିଛି ।

ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି ।

କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ଯଥା କଳା ରାଶି (କ୍ୱିଣ୍ଟାଲ ପିଛା ୯୮୩ ଟଙ୍କା) ଏବଂ ରାଶି (କ୍ବିଣ୍ଟାଲ ପିଛା ୬୩୨/- ଟଙ୍କା) ଏବଂ ହରଡ଼ (କ୍ବିଣ୍ଟାଲ ପିଛା ୫୫୦ ଟଙ୍କା) ପାଇଁ ଏମଏସପିରେ ସର୍ବାଧିକ ନିରପେକ୍ଷ ବୃଦ୍ଧି ସୁପାରିସ କରାଯାଇଛି।

ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି ।

ଅଧିକ ପଢ଼ନ୍ତୁ

Salai Arun: ଜୈବିକ ଚାଷର ପ୍ରେରଣାଦାୟକ କାହାଣୀ

Karj Mafi List: ଋଣ ଛାଡ଼ କଲେ ସରକାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ