1. କୃଷି ଖବର

sugar production: ଚିନି ଉତ୍ପାଦନରେ ଦେଶକୁ ଲାଗିଲା ବଡ଼ ଝଟକା

୨୦୨୩-୨୪ ଆର୍ଥିକ ସିଜନରେ ଚିନି ଉତ୍ପାଦନ ପ୍ରାୟ ୭.୭% ହ୍ରାସ ପାଇ ପ୍ରାୟତଃ ୧୧୩ ଲକ୍ଷ ଟନକୁ ଖସି ଆସିଛି ଏହା । ଏ ନେଇ ତଥ୍ୟ ପ୍ରକାଶ କରି ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା ତଥ୍ୟ ପ୍ରଦାନ କରିଛି l

Tanushree Mahapatra
Tanushree Mahapatra
sugar production drops 8% in country , image source - pexels.com

sugar production drops 8% in country , image source - pexels.com

କିଛିଦିନ ହେବ ଦେଶରେ ବିଭିନ୍ନ ପନିପରିବା ଦର ବଢ଼ିବାରେ ଲାଗିଛି l ନିକଟରେ ମସଲା ଦର ମଧ୍ୟ ବଢିଥିଲା ଯେଉଁଥିପାଇଁ ଖାଉଟିଙ୍କ ମଧ୍ୟରେ ଅଶାନ୍ତ ମନୋଭାବ ଦେଖିବାକୁ ମିଳିଥିଲା l ପରେ ପରେ ଶସ୍ୟରେ ମଧ୍ୟ ଏହି ଦର ଚିନ୍ତା ଲାଗିଥିଲା ଖାଉଟିଙ୍କୁ l ଏହାପରେ ରସୁଣ ଦର ବୃଦ୍ଧି ଘଟିଥିଲା l ନିକଟରେ ପୁଣି ଠାରେ ପନିପରିବା ଦର ବଢିଛି ଯାହାଦ୍ୱରା ପନିପରିବା କିଣିବା ପାଇଁ ଲୋକେ ଅନେକ ସମସ୍ୟାରେ ପଡୁ଼ଚ୍ଛନ୍ତି l ଚିନ୍ତାରେ ଖାଉଟି ଅଶାନ୍ତ l ଆଉ ଏହାପରେ ଏବେ ଆଉ ଏକ ଦର ବଢିବା ଭଳି ସମସ୍ୟା ଉପୁଯିବାକୁ ଯାଉଛି l

ଯାହା ପରେ ହୁଏତ ଦର ଆକାଶ ଛୁଆଁ ହୋଇପାରେ l କାରଣ କମିଛି ଉତ୍ପାଦନ l ଯାହା ସମ୍ପୂର୍ଣ୍ଣ ଦେଶରେ ଏବେ ଲାଗିପାରେ ଝଟକା l କାରଣ ଦେଶରେ ଆଖୁ ଉତ୍ପାଦନ କମ ହୋଇଛି l ଯାହାର ସିଧା ପ୍ରଭାବ ପଡିବ ଚିନି ଉତ୍ପାଦନରେ l କାରଣ ଏହି ଆଖୁ ଉତ୍ପାଦନରେ ଅନେକ ସମସ୍ୟା ଆସିଥିଲା ଯାହାଦ୍ୱାରା ଉତ୍ପାଦନ କମିଛି l

ତେବେ ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ସିଜନରେ ପ୍ରଥମ ୩ ମାସରେ ଦେଶରେ ଚିନି ଉତ୍ପାଦନ ପ୍ରାୟ ୭.୭% ହ୍ରାସ ପାଇ ପ୍ରାୟତଃ ୧୧୩ ଲକ୍ଷ ଟନକୁ ଖସି ଆସିଛି ଏହା । ଆଖୁ ଉତ୍ପାଦନରେ ହ୍ରାସ ହୋଇଥିବା ଯୋଗୁଁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଚିନି ଉତ୍ପାଦନରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ଏ ନେଇ ତଥ୍ୟ ପ୍ରକାଶ କରି ନ୍ୟାଶନାଲ ଫେଡେରେଶନ ଅଫ୍‌ କୋଅପରେଟିଭ ଚିନି କାରଖାନା ତଥ୍ୟ ପ୍ରଦାନ କରିଛି l ତେବେ ସୂଚନା ରହିଛି ଦେଶର ତିନୋଟି ପ୍ରମୁଖ ଚିନି ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଉତ୍ପାଦନରେ ହ୍ରାସ ଘଟିଥିବା ଜଣାପଡିଛି। ଆଖୁରସରୁ ଇଥାନଲ ଉତ୍ପାଦନକୁ ସରକାର କିଛି ସମୟ ପର୍ଯ୍ୟନ୍ତ ସୀମିତ ରଖିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶ ଘରୋଇ ବ୍ୟବହାର ପାଇଁ ପ୍ରାୟତଃ ୩୦୫ ଲକ୍ଷ ଟନ ଚିନି ଉତ୍ପାଦନ କରିବ ବୋଲି ଆଶା କରୁଛି । କିନ୍ତୁ ବର୍ତ୍ତମାନ ଆଖୁ ଉତ୍ପାଦନ ହ୍ରାସ ସରକାରଙ୍କୁ ଚିନ୍ତାରେ ପକାଇଛି l ଦେଶରେ ଚିନି ସଙ୍କଟ ଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ l

ସେହିପରି ଗତ ଆର୍ଥିକ ବର୍ଷା ୨୦୨୨-୨୩ରେ ଉତ୍ପାଦନ ପରିମାଣ ପ୍ରାୟତଃ ୩୩୦.୯୦ ଲକ୍ଷ ଟନ ଥିଲା । ଆଖୁ ଉତ୍ପାଦନ କ୍ଷେତ୍ରର ଯାହା ତଥ୍ୟ ରହିଛି ସେହି ଅନୁଯାୟୀ, ଚିନି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଖ୍ୟାତ ମହାରାଷ୍ଟ୍ର ଡିସେମ୍ବର ମାସ ପର୍ଯ୍ୟନ୍ତ ୩୮.୪୦ ଲକ୍ଷ ଟନ ଚିନି ଉତ୍ପାଦନ କରିଥିବାବେଳେ  ଗତ ଆର୍ଥିକ ବର୍ଷ ୨୦୨୨-୨୩, ୪୭.୪୦ ଲକ୍ଷ ଟନ ଉତ୍ପାଦିତ ହୋଇଥିଲା ।

ସେହିପରି ଚଳିତ ବର୍ଷ କର୍ଣ୍ଣାଟକରେ ୨୪ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବାବେଳେ ଗତ ଆର୍ଥିକ ବର୍ଷ ୨୬.୭୦ ଲକ୍ଷ ଟନ ଉତ୍ପାଦନ ହୋଇଥିଲା । ସେହିପରି ଉତ୍ତରପ୍ରଦେଶରେ, ଡିସେମ୍ବର ମାସ ୨୦୨୩ ପର୍ଯ୍ୟନ୍ତ ୩୪.୬୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବା ସୂଚନା ରହିଛି l ଯାହାକି ୧ ବର୍ଷ ପୂର୍ବରୁ ୩୦.୮୦ ଲକ୍ଷ ଟନ ଥିଲା ବୋଲି ସୂଚନା ରହିଛି । ତେବେ ଚଳିତ ବର୍ଷ ଥଣ୍ଡା ବଢ଼ିଲେ ଚିନି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆଶା କରାଯାଉଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ପ୍ରାୟତଃ ୧୧୫ ଲକ୍ଷ ଟନ ଚିନି ଉତ୍ପାଦନ ହୋଇପାରେ । ଯାହା ଅଭାବୀ ଚିନି ଉତ୍ପାଦନକୁ ହ୍ରାସ କରିବାରେ ସହାୟତା ପ୍ରଦାନ କରିବ l

ଆଶା ରହୁଥିବା ଅନୁଯାୟୀ ଯଦି ଉତ୍ପାଦନ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ଇଥାନଲ ଉତ୍ପାଦନ ଉପରେ ଲାଗିଥିବା ପ୍ରତିବନ୍ଧକ କୋହଳ କରାଯାଇପାରିବ ବୋଲି ଏନ୍‌ଏଫ୍‌ସିଏସ୍‌ଏଫ୍‌ ର ଏମ୍‌ଡି ମତ ପ୍ରକାଶ ନାୟକାନୱାରେ କରିଛନ୍ତି। ଏ ନେଇ ସେ କହିଛନ୍ତି, ପୂର୍ବରୁ ଚିନି ଉତ୍ପାଦନ ୨୯୦ ଲକ୍ଷ ଟନ ଥିଲା, ଯାହା ଆହୁରି ୧୫ ଲକ୍ଷ ଟନ ବୃଦ୍ଧି ପାଇପାରେ ଯଦି ସଠିକ ଭାବେ ଚାଷ ହୁଏ । ଏନ୍‌ଏଫ୍‌ସିଏସଏଫ୍‌ ଏବଂ ଇଣ୍ଡିଆନ ସୁଗାର ମିଲ୍ସ ଆସୋସିଏସନ କେନ୍ଦ୍ର ସରକାରଙ୍କ ଏନେଇ ଦୃଷ୍ଟି ମଧ୍ୟ ଆକର୍ଷଣ କରିବ ବୋଲି କହିଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments