News

୫ ଦିନ ଯାଏଁ ଅସମ୍ଭାଳ ଗରମ,୨୯ ଓ ୩୦ ତାରିଖରେ କାଳବୈଶାଖୀ ସମ୍ଭାବନା!

ସବୁଦିନ ସେଇ ସମାନ ଅବସ୍ଥା । ସକାଳ ୯ ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ଆଉ କେତେ ଦିନ ଏମିତି କଲବଲ କରିବ ତାତି? ବର୍ଷା କେବେ ହେବ? ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି କରି ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

28 April, 2022 10:17 AM IST By: Sudesna Nayak

ସବୁଦିନ ସେଇ ସମାନ ଅବସ୍ଥା । ସକାଳ ୯ ଟାରୁ ଆରମ୍ଭ ହୋଇଯାଉଛି ଅଗ୍ନି ବର୍ଷା । ଦିନ ତମାମ ଜାଳୁଛି, ଭାଜୁଛି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ରାତିରେ ବି ଆଶ୍ୱସ୍ତି ମିଳୁନି । କଲବଲ କରିଦେଲାଣି ଏ ଲମ୍ବା ଅବଧି ଗ୍ରୀଷ୍ମ ପ୍ରବାହ (Heat Wave)। ଆଉ କେତେ ଦିନ ଏମିତି କଲବଲ କରିବ ତାତି? ବର୍ଷା କେବେ ହେବ? ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି କରି ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

ସୂଚନା ଅନୁଯାୟୀ, ତାଜା ପୂର୍ବାନୁମାନ ଯାହା, ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ନିସ୍ତାର ନାହିଁ । ପ୍ରାୟ ମାସେ ହେବ ଜଳୁଥିବା ଆଭ୍ୟନ୍ତରୀଣ ଓଡ଼ିଶା ଆସନ୍ତା ୩/୪ ଭିତରେ ଆହୁରି ହୁତ୍‌ହୁତ୍‌ ହୋଇ ଜଳିବ । ପାରଦ ୪୫-୪୬ ଡିଗ୍ରୀ ଡେଇଁଯିବା ଆଶଙ୍କା ରହିଛି । ଉପକୂଳରେ ଏବେ ବିଶେଷ ବଢ଼ିନପାରେ । ହେଲେ ବିଶେଷ ଖସିବନି ବି ୨-୩ ଦିନ ଭିତରେ । ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ଯେମିତି ଜଳୁଥିଲା, ସେମିତି ଜଳୁଛି । ଉପକୂଳରେ ମଙ୍ଗଳବାର (Tuesday)ତାତି (Hot)ସାମାନ୍ୟ ବଢ଼ିଥିବାବେଳେ ବୁଧବାର (Wednesday) ତାପମାତ୍ରା ପୁଣି ବଢ଼ିଛି ।

ପାଣିପାଗ ବିଭାଗ କହିବା ଅନୁଯାୟୀ, ବର୍ତ୍ତମାନ ୪-୫ ଦିନ ତାତିରୁ ନିସ୍ତାର ନାହିଁ । ସ୍ୱାଭାବିକ ଠାରୁ ୩-୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ମେ’ପ୍ରଥମ ସପ୍ତାହରେ ତାତି (Hot)ରୁ ଆଶ୍ୱସ୍ତି ମିଳିପାରେ । ଆସନ୍ତା ୨-୩ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି (Hot)ଆହୁରି ବଢ଼ିପାରେ । ତେବେ ୨୯ ତାରିଖ, ୩୦ ତାରିଖ ଓ ୧ ତାରିଖରେ କାଳବୈଶାଖୀ ସମ୍ଭାବନା ଅଛି । ଏହି କାଳବୈଶାଖୀ ହେଲେ ହିଁ ତାତି (Hot)ଖସିବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମେ’ମାସ ଆରମ୍ଭରୁ ପାଗ ବଦଳିପାରେ । ମେ’ ପ୍ରଥମ ସପ୍ତାହରେ ପାଗ ଆଂଶିକ ମେଘୁଆ ରହିବା ସହ କାଳବୈଶାଖୀ ସମ୍ଭାବନା ଅଛି ।

ପ୍ରକାଶ ଥାଉ ଯେ, ଗୁରୁବାର (Thursday)ଭୁବନେଶ୍ୱର (Bhubaneswar) ତାପମାତ୍ରା ୩୯ ଡିଗ୍ରୀ ପାଖାପାଖିୀ ରହିବ । ପରବର୍ତ୍ତୀ ୫ ଦିନ ପର୍ଯ୍ୟନ୍ତ ରାଜଧାନୀରେ ପାରଦ ୩୭/୩୮ ଡିଗ୍ରୀ ରହିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ୨୯ରେ କେତେକ ସ୍ଥାନରେ ପାରଦ ୪୬ ଛୁଇଁପାରେ । ମେ’ ୨ରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ତାତି କମିବ । ୪ରୁ କାଳବୈଶାଖୀ ବଢ଼ିବ ।

ରାଜ୍ୟରେ ପ୍ରକୃତିର ତାଣ୍ଡବ; ଆଜି ସାତ ଜିଲ୍ଲରେ ରୌଦ୍ର ତାପ,୧୦ ଜିଲ୍ଲାରେ ବର୍ଷା

ସାବଧାନ! ୫ ଦିନ ପ୍ରବଳ ତାତି, ଚାଷୀଙ୍କୁ ଦିଆଗଲା ପରାମର୍ଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)