
summer vacation is extended in odisha pic credit@pexels.com
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଉତ୍ତାପ ଜାରି ରହିଛି। ଓଡ଼ିଶାରେ କ୍ରମାଗତ ଭାବରେ ତାପମାତ୍ରା ହାରାହାରି 40 ଡିଗ୍ରୀରୁ ଅଧିକ ହେବାରୁ ରାଜ୍ୟ ସରକାର ,ସ୍କୁଲ,କଲେଜ ପିଲାମାନଙ୍କର ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିବାକୁ ସୂଚନା ଦେଇଛନ୍ତି । ଉଲ୍ଲେଖ ଯେ ଏବେ ଆଉ ଜୁନ 19 ତାରିଖରେ ରାଜ୍ୟରେ ଥିବା ସମସ୍ତ ସ୍କୁଲ ଆଉ ଖୋଲିବ ନାହିଁ l
ସାରା ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହଳଦିଆ ସତର୍କ ସୂଚନା ଜାରି କରିଛି । ଏବେ କିଛି ଦିନ ଧରି ୧୩ ଓ ୧୪ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ହଠାତ୍ ଗୁରୁବାର ଦିନ ତାପମାତ୍ରା ବଢ଼ି ୪୨.୪ ଡିଗ୍ରି ହୋଇଥିବାର ଦେଖିବାକୁ ମିଳିଛି ଓ ଆଜି ତାହା ଆହୁରି ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୪୪.୬ ଡିଗ୍ରି ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ଦିନ ତାପମାତ୍ରାଠାରୁ ୯.୭ ଡିଗ୍ରି ଅର୍ଥାତ ପ୍ରାୟତ ୧୦ ଡିଗ୍ରି ଅଧିକ।ଏପରି ତାପମାତ୍ରା ବୃଦ୍ଧିକୁ ଦେଖିବାକୁ ଯାଇ ରାଜ୍ୟ ସରକାର ,ସ୍କୁଲ,କଲେଜ ପିଲାମାନଙ୍କର ଗ୍ରୀଷ୍ମ ଛୁଟିକୁ ବୃଦ୍ଧି କରିବାକୁ ସୂଚନା ଦେଇଛନ୍ତି l
ଏବେ ଜୁନ୍ ୧୯ ପରିବର୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି ।ପ୍ରକାଶ ଥାଉକି ପୂର୍ବରୁ ଏପ୍ରିଲ ୨୧ ତାରିଖରୁ ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯାଇଥିଲା । ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ପାଇଁ ବନ୍ଦ ରହିଥିଲା ।
ଗତ ଦୁଇ ସପ୍ତାହ ମଧ୍ୟରେ ସମଗ୍ର ଗ୍ରୀଷ୍ମ ଓଡ଼ିଶାରେ ଅତ୍ୟଧିକ ଚାପଗ୍ରସ୍ତ ହୋଇଥିବାବେଳେ ବୁଧବାର ଦିନ 30 ଟି ସ୍ଥାନରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଥିଲା। ବୁଧବାର ଦିନ 44.5 ଡିଗ୍ରୀ ସେଲସିୟସ ରେକର୍ଡ କରି ବାରିପଦା ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ପାଲଟିଛି।
ସରକାରୀ ସ୍ତରରେ ବଡ଼ ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ
ଜଳସେଚନରେ ସରକାର ଦେବେ ସହାୟତା, କରନ୍ତୁ ଆବେଦନ
Share your comments