1. କୃଷି ଖବର

ସୂର୍ଯ୍ୟମୁଖୀ ଫୁଲ ଚାଷ: ସ୍ୱାବଲମ୍ବୀ ଆଦିବାସୀ

ରାୟଗଡ଼ା ଜିଲ୍ଲା ହେଉଛି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକ ମଧ୍ୟରେ ଅନ୍ୟତମ l ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନେ ଏହି ଜିଲ୍ଲାରେ ବସବାସ କରନ୍ତି l ଏହି ଆଦିବାସୀମାନଙ୍କୁ କୃଷି ମାଧ୍ୟମରେ ସ୍ୱାବଲମ୍ବୀ କରିବା ପାଇଁ କୃଷି ବିଭାଗ ଅନେକ ପ୍ରଚେଷ୍ଟା କରିଆସୁଅଛି l କୃଷି ବିଭାଗର ଏହି ପ୍ରୟାସରେ ଧୀରେ ଧୀରେ ପରିବର୍ତ୍ତନର ଆଭାସ ଆସୁଛି l ଯାହା ଫଳରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ବିଷମକଟକ ଭଳି ବ୍ଲକରେ ଅଧିକାଂଶ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ବର୍ତ୍ତମାନ ସଫଳତାର ସହିତ ସୂର୍ଯ୍ୟମୁଖୀ ଫୁଲ ଚାଷ କରୁଛନ୍ତି l

Sugyan Kumar Nayak
Sugyan Kumar Nayak
Sunflower Farming

ଏହି ଅଞ୍ଚଳରେ କୃଷି ବିଭାଗ ଏବଂ ଓପିଲିପ୍ ମିଳିତ ଭାବରେ ଉଦ୍ୟମ କରୁଛନ୍ତି l ସୂର୍ଯ୍ୟମୁଖୀ ଚାଷର ସମସ୍ତ ଜ୍ଞାନ କୌଶଳ, ସାର, ବିହନ ପ୍ରଦାନ କରାଯାଉଛି l ଗୋଟିଏ ହେକ୍ଟର ସୂର୍ଯ୍ୟମୁଖୀ ଚାଷ କରିବା ନିମନ୍ତେ ୪୦୦୦ ଟଙ୍କାର ସରକାରୀ ସହାୟତା ମିଳୁଛି l ଏହି ପ୍ରକାରର ସହାୟତା ପାଇ ଆଦିବାସୀ କୃଷକମାନେ ଚାଷ ପ୍ରତି ଅଧିକ ଆଗ୍ରହୀ ହେଉଛନ୍ତି l ଏହା ସହିତ ମହିଳା କୃଷକମାନେ ସୂର୍ଯ୍ୟମୁଖୀ ଚାଷରେ ଆଗ୍ରହ ରଖୁଛନ୍ତି l ଉତ୍ପାଦିତ ତେଲକୁ ବଜାରରେ ବିକ୍ରି କରିବା ସହିତ ନିଜେ ବ୍ୟବହାର କରୁଛନ୍ତି l ବର୍ତ୍ତମାନ ବଜାରରେ ସୂର୍ଯ୍ୟମୁଖୀ କୁଇଣ୍ଟାଲ ପିଛା ଦର ୫୮୮୫ ଟଙ୍କା ରହିଛି l ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ ଦୁଇ ହଜାର ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଛି l ରାୟଗଡ଼ା ଜିଲ୍ଲାର କୃଷି ଅଧିକାରୀଙ୍କ ମତରେ ଏଠାକର ଜଳବାୟୁ ଏବଂ ଭୂମି ସୂର୍ଯ୍ୟମୁଖୀ ଚାଷ ନିମନ୍ତେ ଉପଯୁକ୍ତ ଅଟେ l

ମୁନିଗୁଡ଼ା ଏବଂ ବିଷମକଟକ ବ୍ଲକରେ ସୂର୍ଯ୍ୟମୁଖୀ ଚାଷ କରୁଥିବା ୫୦୦ ଜଣ ଚାଷୀଙ୍କ ମଧ୍ୟରୁ ପ୍ରାୟ ୮୦ ଜଣ ହେଉଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର l କେନ୍ଦ୍ର ସରକାରଙ୍କ କୃଷି ପଲିସୀ ଏବଂ ରାଜ୍ୟ ସରକାରଙ୍କର କୃଷି ପଲିସୀର ସମସ୍ତ ପ୍ରୋତ୍ସାହନ ଏବଂ ସହଯୋଗ ଏଠାକାର କୃଷକମାନଙ୍କୁ କୃଷି ବିଭାଗ ମାଧ୍ୟମରେ ପ୍ରଦାନ କରାଯାଉଛି l ଏହି ଚାଷ କରି ଆଦିବାସୀମାନେ ରୋଜଗାର କରିବା ସହିତ ଆତ୍ମନିର୍ଭର ହୋଇପାରିଛନ୍ତି l ଏହି ତୈଳବୀଜକୁ ଏକ ବ୍ୟବସାୟିକ ଭିତିରେ କରିବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ଆଗ୍ରହ ବଢୁଥିବାର ଦେଖାଯାଉଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments