1. କୃଷି ଖବର

ଅନୁଗୋଳ ଜିଲ୍ଲାରେ ବଢୁଛି କନ୍ଦମୂଳ ଚାଷ

ଅନୁଗୋଳ ଜିଲ୍ଲାରେ ଏବେ କନ୍ଦମୂଳ ଚାଷର ଚାହିଦା ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ...

KJ Staff
KJ Staff
କନ୍ଦମୂଳ ଚାଷ

କନ୍ଦମୂଳ ଚାଷ

ଅନୁଗୋଳ ଜିଲ୍ଲାରେ ଏବେ  କନ୍ଦମୂଳ ଚାଷର ଚାହିଦା ବଢ଼ିବାରେ ଲାଗିଛି । ପ୍ରାୟ ୪ ରୁ ୫ ବର୍ଷ ହେଲା ଅନୁଗୋଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପ୍ରାୟ ୩ ହଜାର ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରାଯାଉଛି । ବିଶେଷ କରି ଅଣ ଜଳ ସେଚିତ ଏବଂ ଜଙ୍ଗଲ ଜନ୍ତୁ ପ୍ରଭାବିତ ଅଞ୍ଚଳ ଗୁଡିକରେ ବହୁ ସଂଖ୍ୟାରେ ଚାଷୀ କନ୍ଦମୂଳ ଚାଷକୁ ଆଦରି ନେଇଛନ୍ତି । କାରଣ ଏହି ଚାଷକୁ କୌଣସି  ବଣ୍ୟଜନ୍ତୁ ନଷ୍ଟ କରି ପାରନ୍ତି ନାହିଁ ।

ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଅନୁଗୋଳ ଜିଲ୍ଲାର ୩ଟି ବ୍ଲକରେ ଚଳିତ ବର୍ଷ ପ୍ରାୟ ୩ ହଜାର ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରାଯାଇଛି । ଆଉ ଏହି କନ୍ଦମୂଳ ଚାଷ କରି ବେଶ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଅନୁଗୋଳର ଚାଷୀ । ଆଉ ଏବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି ଚାଷୀ । 

ଅନୁଗୋଳ ଜିଲ୍ଲାରେ ମୁଖ୍ୟତଃ  ତିନୋଟି ପ୍ରଜାତି ଯଥା କାଞ୍ଚାନଗଡ଼, ଭୁକ୍ରିଷ୍ଣା ଓ କିଶାନ କନ୍ଦମୂଳ ଚାଷ କରାଯାଉଛି । ଅନୁଗୋଳ ଜିଲ୍ଲାରୁ ଉତ୍ପାଦିତ ହେଉଥିବା କନ୍ଦମୂଳ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟକୁ ଯାଇଥାଏ । ଏବେ କନ୍ଦମୂଳ କେଜି ପ୍ରତି ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ଉନ୍ନତ କନ୍ଦମୂଳ ଚାଷ

କନ୍ଦମୂଳର ଉଭୟ କନ୍ଦ ଓ ତଟକା ସବୁଜପତ୍ର ଖାଦ୍ୟ ଉପଯୋଗୀ ହୋଇଥାଏ । ତଟକା ସବୁଜ ଡଙ୍କ, ପତ୍ରକୁ ଗୋଚାରା ରୂପେ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ଗର୍ଭବତୀ ମା’ର ରକ୍ତହୀନତା ରୋଗ ଓ ଅନ୍ଧାରକଣା ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ । ବର୍ଷର ସବୁ ସମୟରେ ଏହାକୁ ଚାଷ କରାଯାଇପାରେ । ଏହା ବ୍ୟତିତ କନ୍ଦମୂଳ ଚାରା ଥରେ ରୋପଣ କଲେ ଜଳ ସେଚନର ବିଶେଷ ଆବଶ୍ୟକ ପଡେ ନାହିଁ । ଏହା ୩ ମାସ ପରେ ଅମଳ ହୁଏ । ତେଣୁ ଚାଷୀ ଲାଭବାନ ହେଉଥିବାରୁ ପ୍ରତି ବର୍ଷ  ଅନୁଗୋଳ ଜିଲ୍ଲାରେ କନ୍ଦମୂଳ ଚାଷ ବଢୁଛି । ଏହି ଫସଲରେ ସାର ଓ ଔଷଧ ପାଇଁ ମଧ୍ୟ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡେ ନାହିଁ । ତେଣୁ ଚାଷୀଙ୍କର ଲାଭ ହୁଏ ।

ଖତ ସାର ଓ ଜଳସେଚନ

ଗଛ ଲଗାଇବା ପୂର୍ବରୁ ମୂଳସାର ହିସାବରେ ହେକ୍ଟର ପ୍ରତି ୨୦ କିଗ୍ରା ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ ଏବଂ ୨୦ କିଗ୍ରା ପଟାସ ପ୍ରୟୋଗ କଲେ ସୁଫଳ ମିଳେ । ଓଡ ଚାଷ ପୂର୍ବରୁ ୧୦ ଗାଡି ଶଢା ଗୋବରଖତ ମାଟିରେ ମିଶାଇ ଦେବା ଦରକାର । ୧ ହେକ୍ଟର ପ୍ରତଇ ୬୦ କିଗ୍ରା ଯବକ୍ଷାରଜାନ, ୫୦ କିଗ୍ରା ଫସଫରସ ଏବଂ ୭୦ କିଗ୍ରା ପଟାସ ସାରର ଆବଶ୍ୟକ ରହିଛି । ରବି ଫସଲରେ ପ୍ରତି ୧୦ ଦିନ ଅନ୍ତରରେ ମାଟିର ବତର ଅନୁସାରେ ୧୦-୧୨ ଥର ପାଣି ଦେବାକୁ ପଡ଼େ ।

ରୋଗରେ ପାକ ପରିଚାଳନା

ସାଧାରଣତଃ କନ୍ଦମୂଳରେ ବିଶେଷ କିଛି ରୋଗ ଲାଗିନଥାଏ । ଯଦି କେବେ କନ୍ଦ ଶଢା ରୋଗ କିମ୍ବା ପାଉଁଶିଆ ରୋଗ ଦେଖାଯାଏ, ତା'ହେଲେ ୦.୦, ୨% ସାଫ୍ କିମ୍ବା ସିକ୍ସର ଏବଂ ୨୦୦ ଗ୍ରାମ ସଲରକୁ ୨୦୦ ଲି. ପାଣିରେ ମିଶାଇ ସିଞ୍ଚନ କରିପାରିବା । ଯଦି ଅତ୍ୟଧିକ ଶୁଣ୍ଠି ପୋକ ଲାଗିଲେ । ତେବେ ଇମିଡାକ୍ଲପ୍ରିଡ ୦.୩ ମିଲି ପ୍ରତି ଲିଟର ପାଣିରେ ପକାଇ ୧୦ ଦିନ ଅନ୍ତରରେ ସିଞ୍ଚନ କରିପାରିବେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments