1. କୃଷି ଖବର

ଆଜିଠୁ ମହଙ୍ଗା ହେବ ପାହାଳ ମିଠା ଦର, ଜାଣନ୍ତୁ କେଉଁ ମିଠା କେତେ ଟଙ୍କା ?

କିଛି ଦିନ ତଳେ ବଜାରରେ କ୍ଷୀର ଦର ବୃଦ୍ଧି ପାଇଥିଲା l ଯାହା ପାଇଁ କ୍ଷୀର ପ୍ରସ୍ତୁତି ସମସ୍ତ ଖାଦ୍ୟ ପଦାର୍ଥର ଦର ମଧ୍ୟ ବଢିଥିଲା l ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଖାଉଟି ଓ ବ୍ୟବସାୟୀ l

Tanushree Mahapatra
Tanushree Mahapatra
Sweet price hike in pahala from today, image source -@odisha_tourism

Sweet price hike in pahala from today, image source -@odisha_tourism

କିଛି ଦିନ ତଳେ ବଜାରରେ କ୍ଷୀର ଦର ବୃଦ୍ଧି ପାଇଥିଲା l ଯାହା ପାଇଁ କ୍ଷୀର ପ୍ରସ୍ତୁତି ସମସ୍ତ ଖାଦ୍ୟ ପଦାର୍ଥର ଦର ମଧ୍ୟ ବଢିଥିଲା l ଯାହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଖାଉଟି ଓ ବ୍ୟବସାୟୀ l କ୍ଷୀର ଦର ବଢିବା ସହିତ ଛେନାର ଅହେତୁକ ଦର ବୃଦ୍ଧି ଯୋଗୁଁ ୩ ଦିନ ଧରି ବନ୍ଦ ରହିଥିଲା ପାହାଳ ମିଠା ବଜାର l

ତେଣୁ ଆଜିଠାରୁ ପୁଣି ଠାରେ ପାହାଳ ମିଠା ଦୋକାନ ଗୁଡ଼ିକରେ ବ୍ୟବସାୟ ଆରମ୍ଭ ହେବ । ତେବେ ଆଜି ତଥା ୨୩ ତାରିଖଠାରୁ ରସଗୋଲା, ଛେନାଗଜା ଓ ଛେନାପୋଡ଼ ଆଦିର ବର୍ଦ୍ଧିତ ଦର ଲାଗୁ ହେବ ବୋଲି ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ।

ତେବେ ସୂଚନା ଅନୁଯାୟୀ ଗତ ମାସ ୧ ତାରିଖରୁ ଓମଫେଡ୍‌ କ୍ଷୀର ଲିଟର ପ୍ରତି ୪ ଟଙ୍କା ଏବଂ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଛି । ତେଣୁ ଭୁବନେଶ୍ବର ସ୍ଥିତ ପାହାଳ ବଜାରକୁ ଛେନା ଯୋଗାଣ କରୁଥିବା ବ୍ୟବସାୟୀ ସଂଘ ଛେନା କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରିଛନ୍ତି । ଯେଉଁଥିପାଇଁ ପାହାଳ ମିଠା ଯାହା ଛେନାରେ ପ୍ରସ୍ତୁତ ତାହାର ଦର ବଢ଼ାଇ ଦିଆଯାଇଛି l

ସମସ୍ତଙ୍କ ସହମତି ଅନୁଯାୟୀ ବିଭିନ୍ନ ମିଠାରେ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସ୍ଥିର କରାଯାଇଛି ସଂଘ ଦ୍ୱାରା  । ତେବେ ସଂଘ ପକ୍ଷରୁ ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆ ମିଠା ୧୨ ଟଙ୍କା, ୨୦ ଟଙ୍କିଆ ୨୫ ଟଙ୍କା, ଛେନାଗଜା କେଜି ପ୍ରତି ୨୨୦ ଟଙ୍କା ଓ ଛେନାପୋଡ଼ା  କେଜି ପ୍ରତି ୨୮୦ ଟଙ୍କା ସ୍ଥିର କରାଯାଇଛି ବୋଲି ସୂଚନା ରହିଛି । ଏହି ସଂଘରେ ପ୍ରାୟ ୭୦ଟି ମିଠା ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନଜିର ରହିଛି । ଦୈନିକ ପାଖାପାଖି ୪ ଟନ୍ ଛେନାରେ ମିଠା ପ୍ରସ୍ତୁତ କରାଯାଇ ଓଡ଼ିଶାର ପ୍ରାୟତଃ ୨୦ରୁ ଉର୍ଦ୍ଧ୍ୱ ଜିଲ୍ଲାର ବିଭିନ୍ନ ସହରକୁ ପଠାଯାଇଥାଏ । ତେବେ କ୍ଷୀର ମୂଲ୍ୟ ଅନୁଯାୟୀ ମିଠା ଦର ସଠିକ ହୋଇନଥିବାରୁ ଏଥିପାଇଁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମିଠା ବ୍ୟବସାୟ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିଲା ।

ଏବେ ଆଜିଠାରୁ ରସଗୋଲା, ଛେନାଗଜା ଓ ଛେନାପୋଡ଼ ଆଦିର ବର୍ଦ୍ଧିତ ଦର ଲାଗୁ ହେବ ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ଘୋଷଣ କରିବା ସହ ଆଜିଠାରୁ ମିଠା ମୂଲ୍ୟ ବୃଦ୍ଧି କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ତେବେ ପୂର୍ବରୁ କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ସିଧାସଳଖ ପ୍ରଭାବ ମିଠା ବଜାର ଉପରେ ପଡ଼ିଛି । ସେହିପରି କ୍ଷୀର ଦର ସହିତ ଜଡିତ ଅନ୍ୟାନ୍ୟ ଦର ବଜାରରେ ବୃଦ୍ଧି ପରେ ମିଠା ଦର ବୃଦ୍ଧିକୁ ଖାଉଟିଙ୍କ ପକେଟକୁ ବାଧିବ ବୋଲି ନିଜ ନିଜ ମତ ରଖିଛନ୍ତି । ରାଜ୍ୟର ଅନ୍ୟତମ ପ୍ରମୁଖ ମିଠା ବଜାର ପାହାଳରେ ମିଠା ଦର ବୃଦ୍ଧିକୁ ଗ୍ରାହକମାନେ ସହଯୋଗ କରିବା ନେଇ ଆଶା ରଖିଛନ୍ତି ବ୍ୟବସାୟୀ  ସଂଘ । ରାଜ୍ୟର ପ୍ରମୁଖ ମିଠା ବଜାରରେ ଏପରି ମିଠା ଦର ବଢିବା ନେଇ ଖାଉଟି ଗ୍ରହଣ କରିପାରୁ ନାହାନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ