News

ଦେଶବିଦେଶରେ ମିଳିବ ‘କୋରାପୁଟ କଫି’

କୋରାପୁଟ କଫିର ରହିଛି ଢେର ଚାହିଦା । ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ବଡ଼ ଭୂମିକା ନିର୍ବାହ କରିବ କଫି ।

10 November, 2021 11:28 AM IST By: Sudesna Nayak

କୋରାପୁଟ କଫିର ରହିଛି ଢେର ଚାହିଦା । ଚାଷୀଙ୍କ ସାମାଜିକ-ଆର୍ଥିକ ଉନ୍ନତିରେ ବଡ଼ ଭୂମିକା ନିର୍ବାହ କରିବ କଫି ।

ଦେଶବିଦେଶରେ ମହକିବ ‘କୋରାପୁଟ କଫି’, ବିଶ୍ୱ ଚାଖିବ ସ୍ୱାଦ, ଟାଟା କମ୍ପାନୀକୁ ବିକ୍ରି ହେଲା କଫି ବିନ । ବିଶ୍ବ ଚାଖିବ କୋରାପୁଟ କଫିର ସ୍ବାଦ। କୋରାପୁଟ କଫି ବିନ୍‌କୁ ପ୍ରକ୍ରିୟାକରଣ କରି ବିଶ୍ବବଜାରରେ ଛାଡିବ ଟାଟା କମ୍ପାନୀ । ପ୍ରକୃତିର ବରଦାନ କୋରାପୁଟ । ଏଠାର ଚାଷ ହେଉଥିବା କଫି ବିଶ୍ବ ଦରବାରରେ ପରିଚିତ । ପ୍ରତ୍ୟେକ ଋତୁରେ କୋରାପୁଟରେ ନୂଆ ରୂପ ନିଏ କଫି ବଗିଚା । ବଗିଚାରେ ଫୁଲ ଫୁଟିବା, କଞ୍ଚା କଫି ଫଳର ଶାଗୁଆ ରଙ୍ଗ ଠାରୁ ପାଚିଲେ ରକ୍ତିମ ଆଭାରେ ସଜ୍ଜିତ ହେବା ଯାଏଁ ପ୍ରତିଟି କଫି ଗଛ ପର୍ଯ୍ୟଟକ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ।

କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଖୁବ ଶୀଘ୍ର ରାଜ୍ୟ ତଥା ଦେଶ ବାହାରେ ନିଜ ଉପସ୍ଥିତି ଜାହିର କରିବାକୁ ଯାଉଛି । ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରି ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି । ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି । 

ପୂର୍ବରୁ କୋରାପୁଟ କଫି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଏହି କଫିରେ ୧୦୦ ପ୍ରତିଶତ ଆରବିକା କଫିର ଗୁଣ ରହିଥିବା ଜାଣିବାକୁ ପାଇଥିଲା ଟାଟା । ଟାଟା କଫିକୁ କୋରାପୁଟ କଫିର ନମୂନା ପଠାଯାଇଥିଲା। ଯେଉଁ କଫି ପରୀକ୍ଷା ପାଇଁ ପଠାଯାଇଥିଲା ତାହାର ମାନ ଆରବିକା କଫିର ଗୁଣ ସହ ସମକକ୍ଷ । ତେଣୁ କୋରାପୁଟରୁ କଫି କିଣିବାକୁ ମନ ବଳାଇଥିଲା ଟାଟା।

କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ଚାଷୀଙ୍କ ପାଇଁ  ବହୁ ସହାୟକ ହେବ ।

୨୮ ହଜାର ୭୯୦ କେଜି କଫି ବିନ୍‌ ଟାଟାକୁ ବିକ୍ରି କରାଯାଇଛି । କୋରାପୁଟ ଜିଲ୍ଲାପାଳ ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। ୧୯୩ ଜଣ ଚାଷୀଙ୍କଠାରୁ ଉତ୍ପାଦିତ ହୋଇଥିବା କଫିକୁ ଟାଟାକୁ ବ୍ରିକ୍ରି କରାଯାଇଛି। କୋରାପୁଟର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମତାପୁଟ, କୋରାପୁଟ ଓ ପଟାଙ୍ଗୀ ବ୍ଲକରୁ ଏହି ସବୁ କଫି ଅମଳ କରାଯାଇଛି ।

କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି ପାଇଁ ଏକ ନୂଆ ଆଶାର କିରଣ । ‘ଟାଟା କଫି’ର ସହଯୋଗ ଚାଷୀଙ୍କ କଲ୍ୟାଣରେ ସହାୟକ ହେବ  ।

ଆଗାମୀ ଦିନରେ କୋରାପୁଟ କଫିର ବିଭିନ୍ନ ପ୍ଲେବେର ଲୋକେ ବଜାରରେ ପାଇବେ ଏବଂ କୋରାପୁଟ କଫିର ଚାହିଦା ବି ଦେଶ ବିଦେଶରେ ବେଶ୍ ଅଧିକ ବଢିବ ଏନେଇ ସମସ୍ତେ ବେଶ୍ ଆଶାବାଦୀ । କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ  ଓଡିଶା ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । କଫି ଚାଷୀଙ୍କୁ ୪୬ ହଜାର ଏକର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶୀପୁର, ଦଶମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮ ହଜାର ୭୯୦ କେଜି କଫି ଚେରି ସଂଗ୍ରହ କରିଛି । ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଆଗାମୀ ଦିନରେ କଫି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି ।

ଅଧିକ ପଢନ୍ତୁ..

ଅନୁଗୋଳ ଜିଲ୍ଲାରେ ବଢୁଛି କନ୍ଦମୂଳ ଚାଷ

ସମ୍ବଲପୁରରେ ବିଶ୍ୱ ଭେଗାନ୍ ଦିବସ ପାଳିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)