କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଏସଟି ଟିକସ ହାରରେ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ କରାଯାଇଥିଲା l ଏହି ବୈଠକରେ କେତେକ ସୁପାରିସ ମଧ୍ୟ କରାଯାଇଛି ।
ତେବେ ବୈଠକରେ ନିଆଯାଇଥିବା କେତେକ ନିଷ୍ପତ୍ତି ଅନୁଯାୟୀ ପ୍ରି-ପ୍ୟାକ୍ ମିଲେଟ୍ ସାମଗ୍ରୀ ଉପରେ ଏଣିକି ୫% ଜିଏସ୍ଟି ଲାଗୁ କରାଯିବ । ସେହିପରି ୭୦% ଶ୍ରୀ ଅନ୍ନ ରହିଥିବା ଖୋଲା ଅଟା ବିକ୍ରିରେ ଆଗକୁ ଜିଏସ୍ଟି ଲାଗିବନି ବୋଲି ସୁଚ ଦିଆଯାଇଛି । ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବନାହିଁ ।
ଅନ୍ୟପଟେ ଏହି ମିଲେଟ ସାମଗ୍ରୀ ଆଗୁଆ ପ୍ୟାକେଟ୍ ହୋଇ ଲେଭଲ ଥାଇ ବିକ୍ରି ହେଲେ ଏଥିରେ ୫% ଜିଏସଟି ଲାଗୁ ହେବ । ଅର୍ଥାତ୍ ମିଲେଟ୍ ଥିବା ବ୍ରାଣ୍ଡିଂ ଅଟାରେ ୧୮% ଜିଏସ୍ଟିକୁ ହ୍ରାସ କରି ସରକାର ୫% ଜିଏସ୍ଟି ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବୈଠକରେ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ମଧ୍ୟ ଦାବି ରହିଥିଲା । ନୂଆଦିଲ୍ଲୀ ଚାଲିଥିବା ୫୨ ତମ GST କାଉନସିଲ ବୈଠକରେ ଦାବି କରିଥିଲା ଓଡ଼ିଶା । ଏହି ବୈଠକ ସୁଷମା ସ୍ବରାଜ ଭବନ ଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ତେବେ ଏହି ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ପ୍ରମୁଖ ୨ଟି ଦାବି ଉପସ୍ଥାପନ କରାଯାଇଥିଲା । ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ବିବେଚନା କରାଯାଉଛି । ମିଲେଟ ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ ମଧ୍ୟ ରହିଛି । ତେଣୁ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏଥିରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । ସେହିଭଳି ମିଲେଟ ଉତ୍ପାଦିତ ବ୍ରାଣ୍ଡେଡ୍ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପାଇଁ ରାଜ୍ୟ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା ।
Share your comments