1. କୃଷି ଖବର

ମିଲେଟ୍‌ ସାମଗ୍ରୀରେ ଜିଏସ୍‌ଟି ୫%କୁ ହ୍ରାସ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଏସଟି ଟିକସ ହାରରେ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ କରାଯାଇଥିଲା l

Tanushree Mahapatra
Tanushree Mahapatra
Tax rates slashed on millet products

Tax rates slashed on millet products

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୨ତମ ଦ୍ରବ୍ୟ ଏବଂ ସେବା ଟିକସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଏସଟି ଟିକସ ହାରରେ ସୁବ୍ୟବସ୍ଥିତ କରିବା ପାଇଁ ଏହି ବୈଠକରେ କରାଯାଇଥିଲା l ଏହି ବୈଠକରେ କେତେକ ସୁପାରିସ ମଧ୍ୟ କରାଯାଇଛି । 

ତେବେ ବୈଠକରେ ନିଆଯାଇଥିବା କେତେକ ନିଷ୍ପତ୍ତି ଅନୁଯାୟୀ ପ୍ରି-ପ୍ୟାକ୍‌ ମିଲେଟ୍‌ ସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ କରାଯିବ । ସେହିପରି ୭୦% ଶ୍ରୀ ଅନ୍ନ ରହିଥିବା ଖୋଲା ଅଟା ବିକ୍ରିରେ ଆଗକୁ ଜିଏସ୍‌ଟି ଲାଗିବନି ବୋଲି ସୁଚ ଦିଆଯାଇଛି । ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏଚଏସ ୧୯୦୧ ବର୍ଗରେ ଆସୁଥିବା ଗୁଣ୍ଡ ଆକାରରେ ଏବଂ ଅତିକମରେ ୭୦% ଓଜନର ମିଲେଟ୍‌ ଥିବା ଅଟା ଖୋଲାରେ ବିକ୍ରି ହେଉଥିଲେ ଏହା ଉପରେ କୌଣସି ଜିଏସଟି ଶୁଳ୍କ ଲାଗୁ ହେବନାହିଁ ।

ଅନ୍ୟପଟେ ଏହି ମିଲେଟ ସାମଗ୍ରୀ ଆଗୁଆ ପ୍ୟାକେଟ୍‌ ହୋଇ ଲେଭଲ ଥାଇ ବିକ୍ରି ହେଲେ ଏଥିରେ ୫% ଜିଏସଟି ଲାଗୁ ହେବ । ଅର୍ଥାତ୍‌ ମିଲେଟ୍ ଥିବା ବ୍ରାଣ୍ଡିଂ ଅଟାରେ ୧୮% ଜିଏସ୍‌ଟିକୁ ହ୍ରାସ କରି ସରକାର ୫% ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ବୈଠକରେ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ମଧ୍ୟ ଦାବି ରହିଥିଲା  । ନୂଆଦିଲ୍ଲୀ ଚାଲିଥିବା ୫୨ ତମ GST କାଉନସିଲ ବୈଠକରେ ଦାବି କରିଥିଲା ଓଡ଼ିଶା । ଏହି ବୈଠକ ସୁଷମା ସ୍ବରାଜ ଭବନ ଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । 

ତେବେ ଏହି ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ପ୍ରମୁଖ ୨ଟି ଦାବି ଉପସ୍ଥାପନ କରାଯାଇଥିଲା । ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ବିବେଚନା କରାଯାଉଛି । ମିଲେଟ ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ ମଧ୍ୟ ରହିଛି  । ତେଣୁ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏଥିରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । ସେହିଭଳି ମିଲେଟ ଉତ୍ପାଦିତ ବ୍ରାଣ୍ଡେଡ୍ ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପାଇଁ ରାଜ୍ୟ ତରଫରୁ ଦାବି ଉପସ୍ଥାପନ କରାଯାଇଥିଲା ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments