1. କୃଷି ଖବର

ଚିନ୍ତାରେ ତେନ୍ତୁଳି ଚାଷୀ: ଏପ୍ରିଲରେ ତେନ୍ତୁଳି ସଂଗ୍ରହ କରିବ ଟିଡିସିସି

ତେନ୍ତୁଳି ଚାଷ ପାଇଁ ଅଳ୍ପ ଖର୍ଚ୍ଚ ରେ ଅଧିକ ଲାଭ l ଆଦିବାସୀ ମାନେ ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କରି ରୋଜଗାର କରନ୍ତି l ପ୍ରତିବର୍ଷ ତେନ୍ତୁଳି ରାଜ୍ୟ ସରକାରଙ୍କ ଦ୍ୱାରା କିଣା ଯାଇଥାଏ ଯାହା ପାଇଁ ସେମାନଙ୍କୁ ଉଚିତ ଦ୍ୱାରା ମିଳିଥାଏ l

Tanushree Mahapatra
Tanushree Mahapatra
Tdcc will collect the tentuli

Tdcc will collect the tentuli

ତେନ୍ତୁଳି ଚାଷ ପାଇଁ ଅଳ୍ପ ଖର୍ଚ୍ଚ ରେ ଅଧିକ ଲାଭ l ଆଦିବାସୀ ମାନେ ଜଙ୍ଗଲରୁ ତେନ୍ତୁଳି ସଂଗ୍ରହ କରି ରୋଜଗାର କରନ୍ତି l ପ୍ରତିବର୍ଷ ତେନ୍ତୁଳି ରାଜ୍ୟ ସରକାରଙ୍କ ଦ୍ୱାରା କିଣା ଯାଇଥାଏ ଯାହା ପାଇଁ ସେମାନଙ୍କୁ ଉଚିତ ଦ୍ୱାରା ମିଳିଥାଏ l ତେନ୍ତୁଳି ପ୍ରତି ଘରେ ଘରେ ପରିଚିତ ଥିବା ସହିତ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମଧ୍ୟ ଆମଦାନୀ ହୋଇଥାଏ l

ଆଦିବାସୀ ଏହାକୁ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରନ୍ତି l ଚଳିତ ବର୍ଷ ତେନ୍ତୁଳି କିଣିବା ପାଇଁ ତାରିଖ ନିର୍ଧାରଣ ହୋଇ ସାରିଛି ଲ ଏପ୍ରିଲ ଶେଷ ସପ୍ତାହରେ ତେନ୍ତୁଳି ସଂଗ୍ରହ କରିବ ଆଦିବାସୀ ଉନ୍ନୟନ ସମବାୟ ସମିତି ସୂଚନା ଦେଇଛନ୍ତି  । ଏଣେ ମାର୍ଚ୍ଚ ମଝି ସପ୍ତାହରୁ ନାମମାତ୍ର ମୂଲ୍ୟରେ ତୋଳାଳିମାନେ ବ୍ୟବସାୟୀଙ୍କୁ ବିକ୍ରି କରିବା ଆରମ୍ଭ କରିଥିବା ନେଇ ବିଭିନ୍ନ ଜିଲ୍ଲାରୁ ସୂଚନା ମିଳିବାରେ ଲାଗିଛି କାରଣ ତେନ୍ତୁଳି ସଂଗ୍ରହ ହୋଇ ସାରିଲାଣି ଖାଲି ଅପେକ୍ଷା ସରକାରଙ୍କ କ୍ରୟକୁ ।

ଚଳିତ ବର୍ଷର ବିଳମ୍ବ ଉତ୍ପାଦନକୁ ଦୃଷ୍ଟିରେ ରଖି ସଂଗ୍ରହ ତାରିଖ ନିର୍ଧାରଣ କରାଯାଇଛି ଆଦିବାସୀ ଉନ୍ନୟନ ସମବାୟ ସମିତି ଦ୍ୱାରା  । ଏଥିପୂର୍ବରୁ ତୋଳାଳିମାନଙ୍କୁ ସେମାନଙ୍କୁ ତେନ୍ତୁଳି ସଂରକ୍ଷିତ କରି ରଖିବା ପାଇଁ କୁହାଯାଇଛି । ଘରେ ଘରେ ତେନ୍ତୁଳିର ବ୍ୟବହାର ସହ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଦୈନିକ ୪ରୁ୫ କେଜିର ତେନ୍ତୁଳି ଆବଶ୍ୟକତା ହୁଏ ପ୍ରତିଦିନ । ରାଜ୍ୟରେ ଥିବା ସବୁ ମନ୍ଦିର, ହୋଟେଲରେ ମଧ୍ୟ ଏହାର ଆବଶ୍ୟକତା ପାଖାପାଖି ଏହିଭଳି ଖୁବ ଅଧିକ । ଏହାବାଦ ତେନ୍ତୁଳି ପାଉଡର, ଚକ୍‌ଲେଟ, ସସ୍‌ ସହିତ ବିଭିନ୍ନ କାରଖାନାରେ ସଫେଇରେ ମଧ୍ୟ ଏହାର ବ୍ୟବହାର ହୁଏ ତେନ୍ତୁଳି । ଦେଶ ତଥା ଦେଶ ବାହାରେ ପାକିସ୍ତାନ, ବାଲାଂଦେଶ, ଇରାକ, ଦୁବାଇ, ମେକ୍ସିକୋ ଭଳି ଦେଶରେ ଏହାର ସ୍ବତନ୍ତ୍ର ଚାହିଦା ରହିଛି । ଯାହା ଭାରତର ବଡ଼ ବ୍ୟବସାୟୀମାନେ ପୂରଣ କରି ଲାଭ ଉଠାଉଛନ୍ତି । କାରଣ ଦେଶ ବାହାରକୁ ମଧ୍ୟ ତେନ୍ତୁଳି ରପ୍ତାନି କରାଯାଉଛି l

ତେବେ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୨୦ ହଜାର ମେଟ୍ରିକ ଟନର ତେନ୍ତୁଳି ଉତ୍ପାଦିତ ହୁଏ । ୧.୮୫ ଲକ୍ଷରୁ ଅଧିକ ପରିବାର ଋତୁକାଳୀନ ରୋଜଗାର ଭାବରେ ତେନ୍ତୁଳି ସଂଗ୍ରହ କରି ବିକ୍ରି କରନ୍ତି ଆଦିବାସୀ ବା ତେନ୍ତୁଳି ଚାଷୀ । ବଜାରରେ ଏହାର ଗୁଣାତ୍ମକ ମୂଲ୍ୟ, ଚାହିଦା ଏବଂ ତୋଳାଳିମାନଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଟିଡିସିସି ଏହାର ସଂଗ୍ରହ କରିଥାଏ ପ୍ରତିବର୍ଷ । ଚଳିତବର୍ଷ ୧୩ଟି ଜିଲ୍ଲାରୁ ୭ ହଜାର ମେଟ୍ରିକ ଟନ୍‌ର ତେନ୍ତୁଳି ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଚଳିତବର୍ଷ ୧୩ଟି ଜିଲ୍ଲାରୁ ୭ ହଜାର ମେଟ୍ରିକ ଟନ୍‌ର ତେନ୍ତୁଳି ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତୋଳାଳି ଶୋଷଣର ଶିକାର ନ ହୁଅନ୍ତୁ ଏଥିପାଇଁ ତେନ୍ତୁଳିର ସହାୟକ ମୂଲ୍ୟ ଚଳିତ ବର୍ଷ କେଜି ହିସାବରେ ୩୬ ଟଙ୍କା ରଖାଯାଇଛି । ମାତ୍ର ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଗାଁରେ ମାର୍ଚ୍ଚ ମଝି ସପ୍ତାହରୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରିବା ଆରମ୍ଭ କଲେଣି ଚାଷୀ । ଠିକ ସମୟରେ ତୋଳି ବିକ୍ରି ନ କଲେ ଏହା ନଷ୍ଟ ହେବାର ଆଶଙ୍କା ରହିଥିବା ତୋଳାଳିମାନେ କହିଛନ୍ତି ।

ଓଡ଼ିଶା ଟିଡିସିସିର ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ଏହି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତୋଳାଳିଙ୍କୁ ଆଖିରେ ରଖି ସମସ୍ତ ତେନ୍ତୁଳି ସଂଗ୍ରହ କରାଯିବ l ଗତବର୍ଷ ୨୧ କୋଟିର ୫୮ ହଜାର କ୍ବିଣ୍ଟାଲ ସଂଗ୍ରହ ହୋଇଥିଲା ତେନ୍ତୁଳି । ଯାହାକୁ ଇ-ନିଲାମ ଜରିଆରେ ବିକ୍ରି କରାଯାଇଛି  । ସେହିପରି ଗତବର୍ଷ ଓଡ଼ିଶା ୩୨ ପ୍ରତିଶତ କ୍ଷତି ସହିଛି । ଏହା ସତ୍ତ୍ୱେ ତେନ୍ତୁଳି ସଂଗ୍ରହ ନେଇ କୌଣସି ଅବହେଳା କରାଯାଉ ନାହିଁ ।

ରାସ୍ତାରେ ଫୋପଡ଼ା ହେଉଛି କ୍ୟାପସିକମ୍..

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments