ଚାଷୀ ଭାଈ ମନରେ ବ୍ୟବହାର କରୁଥିବା ବିହନକୁ ବିଶୋଧନ କରିବା ଦ୍ୱାରା ସହଜରେ ଓ କମ ଖର୍ଚ ବିହନବାହି ଜୀବାଣୁ ଓ ଫିମ୍ପି ଇତ୍ୟାଦି କୁ ନିୟନ୍ତ୍ରଣ କରି ଫସଲକୁ ରୋଗମୁକ୍ତ କରିପାରିବେ |ଫସଲକୁ ପ୍ରାଥମିକ ଅବସ୍ଥାରେ ଆକ୍ରମଣରେ କରୁଥିବା ବିହନବାହି ଓ ମୃତ୍ତିକାଵାହୀ ରୋଗ ଜୀବାଣୁ ,ବିଶୋଧନ ଦ୍ୱାରା ନଷ୍ଟ ହୁଅନ୍ତି ଓ ସୁସ୍ଥ ତଳି /ଚାରା ମିଳିଥାଏ |
ଏଣୁ ଚାଷୀଭାଇ ଓ ଭଉଣୀମାନେ ନିଜ ନିଜର ସାଇତା ଧାନ ବୀଜ କୁ କାରବେଣ୍ଡାଜିମ ୫୦% ଡବ୍ଲୁ ପି ,୧ କି.ଗ୍ରା ବିହନ ପ୍ରତି ୨ ଗ୍ରାମ କିମ୍ବା ଥିରାମ ୭୫% ଡବ୍ଲୁ ଏସ ,୧ କି.ଗ୍ରା ବିହନ ପ୍ରତି ୩ ଗ୍ରାମ ଭଲ ଭାବରେ ଗୋଳାଇ ବିଶୋଧନ କରିବା ପୂର୍ବକ ଫସଲକୁ ରୋଗଦାଉରୁ ସୁରକ୍ଷା ପ୍ରଦାନ କରିବାକୁ ବିଶେଷ ଅନୁରୋଧ |
ରାଜ୍ୟ ଯୋଜନାରେ ଚଳିତ ଖରିଫ ଋତୁରେ ଭୁବନେଶ୍ୱର କୃଷିଜିଲ୍ଲା ଅନ୍ତର୍ଗତ ଚାରିଗୋଟି ବ୍ଲକ ର ସ୍ଥିରୀକୃତ ଗ୍ରାମଗୁଡିକରେ ତା ୧୯.୬.୨୦୧୯ ରୁ ୨୦ .୭.୨୦୧୯ ମଧ୍ୟରେ ଧାନ ଫସଲ ନିମନ୍ତେ ବିହନ ବିଶୋଧନ ଅଭିଯାନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ |ଏହି କାର୍ଯ୍ୟକ୍ରମରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିହନ ବିଶୋଧନ ସମ୍ପର୍କରେ ସଚେତନ କରାଯିବ ସହିତ ଏହାର କୌଶଳ ମଧ୍ୟ ପ୍ରଦର୍ଶନ କରାଯିବ |
ଏଣୁ ଚାଷୀ ଭାଇ ଓ ଭଉଣୀମାନେ କୃଷି କର୍ମଚାରୀ ଙ୍କ ସହ ଯୋଗାଯୋଗ କରି ନିଜ ନିର୍ଧାରିତ ତାରିଖରେ ଉକ୍ତ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜ ନିଜର ସାଇଟ ବିହନକୁ ବିଶୋଧନ କରିବା ପୂର୍ବକ ଫସଲକୁ ରୋଗ ରୁ ସୁରକ୍ଷା ପ୍ରଦାନ କରିବାକୁ ବିଶେଷ ଅନୁରୋଧ |
Share your comments