News

କୃଷିରେ ଦ୍ୱିଗୁଣ ଅଭିବୃଦ୍ଧି ସହ ଶୀର୍ଷରେ ଏହି ରାଜ୍ୟ

ପାଞ୍ଚ ବର୍ଷ ମଧ୍ୟରେ କୃଷିରେ ଦ୍ୱିଗୁଣ ଅଭିବୃଦ୍ଧି ହାସଲ କରିଥିବା ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି ତେଲେଙ୍ଗାନା।

26 September, 2022 12:01 PM IST By: Shuvanshu Kar

ପାଞ୍ଚ ବର୍ଷ ମଧ୍ୟରେ କୃଷିରେ ଦ୍ୱିଗୁଣ ଅଭିବୃଦ୍ଧି(double growth in Agriculture) ହାସଲ କରିଥିବା ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି ତେଲେଙ୍ଗାନା(Telangana)। କୃଷିରୁ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ନିଟ୍ ଷ୍ଟେଟ୍ ଭାଲ୍ୟୁ ଆଡ୍ (NSVA) 2017-2021 ମଧ୍ୟରେ ଏକ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଆରବିଆଇର ସଦ୍ୟତମ ରିପୋର୍ଟ ଭାରତୀୟ ଅର୍ଥନୀତି 2020-2021 ଅନୁଯାୟୀ, କୃଷି, ଜଙ୍ଗଲ ଓ ମତ୍ସ୍ୟଚାଷରୁ ଆର୍ଥିକ କାର୍ଯ୍ୟକଳାପ ଦ୍ୱାରା NSVA 2017-2018 ରେ 95,098 କୋଟିରୁ 2020-2021ରେ 1.81 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଧାନର ଉତ୍ପାଦନ 2017ରେ 62 ଲକ୍ଷ ଟନରୁ 2021ରେ 1.23 କୋଟି ଟନକୁ ବୃଦ୍ଧି ପାଇଛି। 2021ରେ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ (ଡାଲି ଅନ୍ତର୍ଭୂକ୍ତ) 1.5 କୋଟି ଟନ୍ ଥିଲା । 2017 ରେ ଏହା 94 ଲକ୍ଷ ଟନ୍ ରହିଥିଲା । ଏହି ଅବଧିରେ କର୍ଣ୍ଣାଟକ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ, ଯାହା କୃଷି କ୍ଷେତ୍ରରେ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ପରିଗଣିତ, ଏଠାରେ କୃଷି ଉତ୍ପାଦନରେ ମାତ୍ର 30 ରୁ 40 ପ୍ରତିଶତ ଅଭିବୃଦ୍ଧି ରେକର୍ଡ ହୋଇଛି।

ତେଲେଙ୍ଗାନାର ବିପୁଳ ଅଭିବୃଦ୍ଧିର ଶ୍ରେୟ ସରକାରଙ୍କ ଦ୍ବାରା କୃଷି ଓ ସହଯୋଗୀ କ୍ଷେତ୍ର ଉପରେ ଧ୍ୟାନ ଦେବା ସହତି ରାୟଥୁ ବନ୍ଧୁ, ରାୟଥୁ ବୀମା, ମାଗଣା ବିଦ୍ୟୁତସେବା, ଜଳସେଚନ ଭଳି ଯୋଜନାକୁ ଯାଉଛି ।ତେଲେଙ୍ଗାନାର ବିପୁଳ ଅଭିବୃଦ୍ଧିର ଶ୍ରେୟ ସରକାରଙ୍କ ଦ୍ବାରା କୃଷି ଓ ସହଯୋଗୀ କ୍ଷେତ୍ର ଉପରେ ଧ୍ୟାନ ଦେବା ସହତି ରାୟଥୁ ବନ୍ଧୁ, ରାୟଥୁ ବୀମା, ମାଗଣା ବିଦ୍ୟୁତସେବା, ଜଳସେଚନ ଭଳି ଯୋଜନାକୁ ଯାଉଛି ।

ସରକାରଙ୍କ ବଡ ବୟାନ, ନିୟନ୍ତ୍ରଣରେ ରହିବ ଚାଉଳର ଖୁଚୁରା ମୂଲ୍ୟ

25 କ୍ବିଣ୍ଟାଲ PDS ଚାଉଳ ଜବତ, ଗାଡି ଡ୍ରାଇଭର ଅଟକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)