
temperature has crossed 36 degrees, images source - pexels.com
ଫେବ୍ରୁଆରୀ ମାସରୁ ଆରମ୍ଭ ହୋଇଛି ଗରମ l ଚଳିତ ଥର ଶୀତର ପ୍ରକୋପ ଅଧିକ ରହି ନଥିବାବେଳେ ଗ୍ରୀଷ୍ମ କିନ୍ତୁ ଅଚାନକ ମାଡି ଆସିଲାଣି ରାଜ୍ୟକୁ । ମାସ ଆରମ୍ଭରୁ ହିଁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇ ଦେଲାଣି । ମାଘ ମାସରୁ ହିଁ ଗରମ ହେବା ରାଜ୍ୟର ଲୋକ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲେଣି।
ସେହିପରି ଗତକାଲି ରାଜ୍ୟର ୪ ଜିଲ୍ଲାର ତାପମାତ୍ରା ୩୫ଡ଼ିଗ୍ରୀ ଛୁଇଁଥିଲା l ଆଉ ଆଜି ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍ କରିଯାଇଛି । ବିଭାଗ ସୂଚନା ଅନୁଯାୟୀ ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ଅଧିକ ରହିଛି l
ରାଜ୍ୟର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପାଇଁ ୩୬ଡ଼ିଗ୍ରୀ ଅତିକ୍ରମ କରିଛି ଦିନ ତାପମାତ୍ରା । ଅନ୍ୟପଟେ ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏଥି ସହିତ ରାଜ୍ୟର ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଠାରୁ ଅଧିକ ରେକର୍ଡ ହୋଇଛି । ସେହିପରି ବଲାଙ୍ଗୀର ଜିଲ୍ଲାରେ ୩୫.୯ଡିଗ୍ରୀ, ବୌଦ୍ଧ ରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଛି l ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ହୀରାକୁଦ ଏବଂ ମାଲକାନଗିରି ରେ ୩୪.୭, ପାରଳାଖେମୁଣ୍ଡି ଏବଂ ସୋନପୁର ରେ ୩୪.୮, ସମ୍ବଲପୁର, ନୟାଗଡ଼ ରେ ୩୪.୫, ରାୟଗଡା ରେ ୩୪.୨, ଅନୁଗୁଳ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଏହି ସମସ୍ତ ଦିଗକୁ ଆଖିରେ ରଖି ପାଣିପାଗ ବିଭାଗ କହିଛି ଯେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢୁଛି ରାଜ୍ୟର ପାରଦ। ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପାଇବା ଦ୍ୱାରା ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଯେଉଁଥିପାଇଁ ଆଗାମୀ ୩ଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି । ସ୍ବାଭାବିକ ଠାରୁ ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ଅନୁଭବ ହେବ।
Share your comments