News

Rain Alert: ହାଲୁକା ବର୍ଷା ସମ୍ଭାବନା

୩୧ ତାରିଖ ସୁନ୍ଦରଗଡ, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

27 March, 2024 9:43 AM IST By: Tanushree Mahapatra

ଗ୍ରୀଷ୍ମ ପ୍ରବାହ ଜାରି ରାଜ୍ୟରେ l ଦିନ ତାପମାତ୍ରା ସହିତ ରାତି ତାପମାତ୍ରା ମଧ୍ୟ ବଢିବ l ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ।

ସେହିପରି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ । ତେବେ ୩୧ ତାରିଖ  ସୁନ୍ଦରଗଡ, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା ।  ବଜ୍ରପାତ ସହିତ କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଚାଷୀଙ୍କ ଧାନ ଫସଲ ଓ ପରିବା ଚାଷ । କିଛି କିଛି ସ୍ଥାନରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖି ଚାଷୀ ଚିନ୍ତାରେ l

ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଯୋଗୁଁ ଅନେକ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବାର ମଧ୍ୟ ସୂଚନା ରହିଛି l ପଶୁ ପକ୍ଷୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ରହିଥିବା ଦେଖିବାକୁ ମିଳିଛି l ଗ୍ରୀଷ୍ମ ବଢିବା ଯୋଗୁଁ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଅନୁଭବ ହେବ । ଆଇଏମଡିର ବିସ୍ତାରିତ ଆକଳନ ଅନୁଯାୟୀ ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ହିଁ ଅସମ୍ଭାଳ ହେବ ତାତି । ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ପ୍ରାୟତଃ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ଯାହାଦ୍ୱାରା ଗୁଳୁଗୁଳି ଅନୁଭବ ହେବ l

Mahindra OJA: ଦେଶର ଶକ୍ତିଶାଳୀ ଛୋଟ ଟ୍ରାକ୍ଟର

Goat Farming: ଏହି ଉପାୟରେ କରନ୍ତୁ ଛେଳି ଚାଷ, ହେଉଛି ପ୍ରବଳ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)