1. କୃଷି ଖବର

Heat Wave Alert: ତତଲା କଡ଼େଇରେ ସାରା ଓଡ଼ିଶା

୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ .....

Tanushree Mahapatra
Tanushree Mahapatra
temperature likely to soar in state, image source - pixeles

temperature likely to soar in state, image source - pixeles

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ଗତ କିଛିଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରାରେ ବ୍ରେକ ଲାଗିଥିବାର ଦେଖିବାକୁ ମିଳିଥିଲା l ପୁଣି ଠାରେ ତାପମାତ୍ରା ବଢିବା ସହିତ ଜଳୁଛି ଓଡ଼ିଶା।

ପ୍ରବଳ ଗରମରେ ଅସମ୍ଭାଳ ହେଲେଣି ଲୋକେ। ଆରମ୍ଭ ହୋଇଛି ଗୁଳୁଗୁଳି । ସକାଳ ସମୟରୁ ହିଁ ଗରମ ଅନୁଭୂତ ହେଉଛି। ତେବେ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏନେଇ ନେଇ ପାଣିପାଗ ବିଭାଗ ରାଜ୍ୟବାସୀଙ୍କୁ ଚେତାବନୀ ଦେଇଛି ।

ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ରହିଛି । ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ମୋଟ ୧୮ ଟି ସହରର ତାପମାତ୍ରା । ୪୧.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଏହାପରେ  ରହିଛି ଭୁବନେଶ୍ବର ଦିନ ତାପମାତ୍ରା । ଗତକାଲି ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି ରାଜଧାନୀ ଭୁବନଶ୍ୱରରେ ।

ଗତକିଛି ଦିନ ଧରି ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ପାଗରେ ପରିବର୍ତ୍ତନ ହୋଇଛି l ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା ବର୍ଷା ଯୋଗୁଁ କିନ୍ତୁ ପୁଣି ତାପମାତ୍ରା ବଢିବା ଯୋଗୁଁ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ଗରମ ଏପରି ଅନୁଭୂତ ହେଉଛି ଯେ ସାରା ରାଜ୍ୟ ଏକ ପରକାର ତତଲା କଡ଼େଇରେ ସିଝୁଛି କହିଲେ ଆତ୍ୟୁକ୍ତ ହେବ ନାହିଁ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରାରେ ପଦାକୁ ଯିବା ପାଇଁ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ଅଧିକ ଜରୁରୀ କାମ ନ ଥିଲେ ପଦାକୁ ଯିବା ପାଇଁ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର l ଅଂଶୁଘାତ ଭଳି ସମସ୍ୟାକୁ ରୋକିବା ଲାଗି ଗତକାଲି ଶ୍ରମିକଙ୍କ କାର୍ଯ୍ୟ ସମୟରେ ମଧ୍ୟ ସଙ୍କୁଚିତ କରାଯାଇଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଏହିପରି ଲାଗି ରହିବ l

ଅଧିକ ପଢ଼ନ୍ତୁ

Odisha fishermen: ₹15,000 ଟଙ୍କାର କ୍ଷତିପୂରଣ ଦାବି

ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: କୃଷି ଜଳସେଚନରେ ଆଣିଲେ ବୈପ୍ଲବିକ ପରିବର୍ତ୍ତନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments