1. କୃଷି ଖବର

ବୋଝ ଉପରେ ନଳିତା ବିଡ଼ା !ଓଡିଶା ଲାଗି ଆଉ ଏକ ବିପଦ ସଂକେତ ...

ବୋଝ ଉପରେ ନଳିତା ବିଡ଼ା !ଓଡିଶା ଲାଗି ଆଉ ଏକ ବିପଦ ସଂକେତ ...

KJ Staff
KJ Staff

ଶୀତ ଲାଗି ଆଲର୍ଟ
୧୦ଡିଗ୍ରୀ ତଳକୁ ୫ ଟି ସହର
ଘନୀଭୂତ ହେଉଛି ଘୁର୍ଣ୍ଣିବଳୟ
୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ

ଗତ କିଛି ଦିନ ଧରି ଶୀତ ରେ ଥରୁଥିବା ଓଡିଶା ଲାଗି ବୋଝ ଉପରେ ନଳିତା ବିଡ଼ା ସଜୀବ ଘନୀଭୂତ ହେଉଥିବା ଘୁର୍ଣ୍ଣିବଳୟ |ଏହାର ପ୍ରଭାବ ରେ ଆସନ୍ତା ୩ ତାରିଖ ରେ ବର୍ଷା ହେବା ସହ ଶୀତ ଆହୁରି ଅଧିକ ହେବ|ସେଥିପାଇଁ ୧୧ ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି |ତେବେ ବୁଧବାର ସନ୍ଧ୍ୟାରୁ କେତେକ ଉପକୂଳ ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଥିଲା |

କୋଣାର୍କ ,ନିମାପଡା ଆଦି ସ୍ଥାନରେ ବର୍ଷା ସହ ପବନ ବୋହିବାର ସୂଚନା ମିଳିଥିଲା |ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ଦେବଗଡ ,ସୋନପୁର ,ଢେଙ୍କାନାଳ ,ବୌଦ୍ଧ ,ଅନୁଗୁଳ ,ସୁନ୍ଦରଗଡ଼,କେନ୍ଦୁଝର ,ଓ ଝାରସୁଗୁଡା ଜିଲ୍ଲାରେ ବର୍ଷା ର ଆକଳନ କରାଯାଇଛି |
ବର୍ଷା କୁ ଦୃଷ୍ଟି ରେ ରଖି ଶୁକ୍ରବାର ପାଇଁ ବାଲେଶ୍ୱର ,ଭଦ୍ରକ ,ଯାଜପୁର ,କେନ୍ଦୁଝର ଏବଂ ଢେଙ୍କାନାଳ ଓ ଅନୁଗୁଳ ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି |

ଗତକାଲି ଠାରୁ ଉତ୍ତର ଓଡିଶା ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ଘୁର୍ଣ୍ଣିବଳୟ ଏବେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି ଯାହା ପହଲରେ ଏହି ପରି ପରିସ୍ଥିତି ସୃଷ୍ଟି ହେବାର ଆକଳନ କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments