1. କୃଷି ଖବର

Heat Wave: ଆସନ୍ତା ସପ୍ତାହରୁ ବଢିବ ତାପମାତ୍ରା

ରାଜ୍ୟରେ ବଢ଼ିବ ଦିନ ତାପମାତ୍ରା l ଏ ନେଇ ସତର୍କ ସୂଚନା ଜାରି........

Tanushree Mahapatra
Tanushree Mahapatra
temperature to rise in odisha, image source - pixeles

temperature to rise in odisha, image source - pixeles

ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆସନ୍ତା ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବ l ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା,ବଲାଙ୍ଗିର, କୋରାପୁଟ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ଆଜି ଏବଂ ଆସନ୍ତାକାଲି ସାମାନ୍ୟ ବର୍ଷା ହେବାର ସମ୍ଭାବନା ଅଛି ।

ତେବେ ଚଳିତ ମାସ ଆସନ୍ତା ୪ ତାରିଖରୁ ପାଗ ଶୁଖିଲା ରହିବା ସହିତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନୀମାନେ ଏ ନେଇ ଅନୁମାନ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଇଛି l

ସେହିପରି ମାର୍ଚ୍ଚ ୪ ଓ ୫ ରେ କିଛି ସ୍ଥାନରେ ବର୍ଷା ଏବଂ ମେଘୁଆ ପାଗ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏ ନେଇ କହିଛନ୍ତି ଯେ, ରାଜ୍ୟର ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ । ଏପରିକି ମାର୍ଚ୍ଚ ୩ ତାରିଖରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ ବୋଲି କୁହାଯାଉଛି ।

ମାର୍ଚ୍ଚ ୪ ଓ ୫ରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ ଏବଂ ବର୍ଷ ମଧ୍ୟ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରାତିର ତାପମାତ୍ରା କ୍ରମଶଃ ବଢ଼ିବ ଏବଂ ଏହା ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ସେହିପରି ଦକ୍ଷିଣ ଆଭ୍ୟନ୍ତରଣରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବା ନେଇ ଆକଳନ କରାଯାଉଛି । ଉତ୍ତର ଆଭ୍ୟନ୍ତରୀଣରେ ୩ ତାରିଖ ସୁଦ୍ଧା ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ଏବଂ  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାମାନ୍ୟ କୁହୁଡ଼ି ମଧ୍ୟ ଦେଖାଦେଇ ପାରେ ବୋଲି ପ୍ରଫେସର ପଶୁପାଳକ ଏ ନେଇ ପୂର୍ବାନୁମାନ କରିଛନ୍ତି । ତେବେ ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନର ବର୍ଷ ପରିମାଣ ମଧ୍ୟ ରେକର୍ଡ କରାଯାଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments