1. କୃଷି ଖବର

Heavy Rainfall: ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

କୁହୁଡ଼ି ଓ ତାପମାତ୍ରା ବୃଦ୍ଧି ଘଟୁଛି ରାଜ୍ୟରେ । ଗତକାଲିଠାରୁ ଭୁବନେଶ୍ୱରରେ ୩୧.୭ ଏବଂ କଟକରେ ୩୦℃ ତାପମାତ୍ରା ରହିଥିବା କୁହାଯାଉଛି ।

Tanushree Mahapatra
Tanushree Mahapatra
temperature will also devcline in states , image source - pexels.com

temperature will also devcline in states , image source - pexels.com

ଶୀତ କାମୁଛି ରାଜ୍ୟରେ l ଧୀରେ ଧୀରେ ବଢୁଛି ତାପମାତ୍ରା । ଧୀରେ ଧୀରେ ରାଜ୍ୟରେ ଗରମ ହେବା ମଧ୍ୟ ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ସମୟରେ ପାରଦ ସାମାନ୍ୟ ଅଧିକା ରହୁଥିବା ନଜିର ରହିଛି । ସେହିପରି ରାତିରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା ଯାହା ପରେ ଶୀତ କମ ଅନୁଭବ ହେଉଛି ।

ସେହିପରି ଓଡିଶା ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ହେବା ଯୋଗୁ ଶୁଷ୍କ ଜଳୀୟ ବାଷ୍ପ ବୋହୁ ପରିମାଣରେ ପ୍ରବେଶ କରୁଛି । ଏଥିପାଇଁ କୁହୁଡ଼ି ଓ ତାପମାତ୍ରା ବୃଦ୍ଧି ଘଟୁଛି ରାଜ୍ୟରେ । ଗତକାଲିଠାରୁ ଭୁବନେଶ୍ୱରରେ ୩୧.୭ ଏବଂ କଟକରେ ୩୦℃ ତାପମାତ୍ରା ରହିଥିବା କୁହାଯାଉଛି ।

ଅନ୍ୟପଟେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଫେବୃଆରୀରେ ପଞ୍ଜାବ, ହରିୟାଣା ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ପଡ଼ିବାର ସମ୍ଭାବନା ରହିଥିଲା ଯାହା ଗତକାଲି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ସେହିପରି ଆଗାମୀ ଫେବୃଆରୀ ୧୦ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତାହା ମଧ୍ୟରେ ରହିଛି ସୁନ୍ଦରଗଡ , କେନ୍ଦୁଝର, ବରଗଡ଼ , ସମ୍ବଲପୁର , ନୂଆପଡା , ବଲାଙ୍ଗୀର ,  ଆଦି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ l ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବିଭାଗ ସୂଚନା ଅନୁଯାୟୀ, ଆଗମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ପରିବର୍ତ୍ତନ ନାହିଁ ପାଣିପାଗରେ। ତେବେ ୧୦ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ହେଲେ ତାପମାତ୍ରାରେ ଆସିପାରେ କିଛି ପରିବର୍ତ୍ତନ । ସେହିପରି ଆଗମୀ କିଛିଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖା ଯାଇପାରେ ରାଜ୍ୟରେ ଯାହାର ଦୃଶ୍ୟମାନ କ୍ଷମତା ପ୍ରାୟତଃ ୨୦୦ ରୁ ୫୦ ମିଟର ମଧ୍ୟରେ ରହିପାରେ । ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଓ ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଥିବା ବର୍ତ୍ତମାନ ଅନୁଭୂତ ହେଉଥିବାବେଳେ ତାହା ୨ ରୁ ୩ ଡିଗ୍ରୀ ଅଧିକ ରହିଛି । ଆଗାମୀ ଦିନରେ ଶୀତର ପ୍ରଭାବ ନଥିବାରୁ ଏପରି ତାପମାତ୍ରା ଦେଖିବାକୁ ମିଳିପାରେ । ଆଗକୁ ରାଜ୍ୟରେ ବର୍ଷା ଜୋର ହୋଇପାରେ l

ତାପମାତ୍ରା ବୃଦ୍ଧି ନୁହେଁ ଏହା ସାଙ୍ଗକୁ କୁହୁଡ଼ି ମଧ୍ୟ ଜନ ଜୀବନ ଅସ୍ତବ୍ୟସ୍ତ କରୁଛି ରାଜ୍ୟରେ । ଗୁରୁଚାପ ଫଳରେ ଟ୍ଵିନ ସିଟି ସମେତ ଦକ୍ଷିଣ ଓଡ଼ିଶାର ଗଂଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଏହି ସବୁ ସ୍ଥାନରେ ଦୃଶ୍ୟମାନ କ୍ଷମତା ୫୦ ରୁ ୬୦ ମିଟର ଥିଲା l ସେହିପରି ଆଗମୀ କିଛିଦିନରେ ବ୍ରହ୍ମପୁର , ଯାଜପୁର , ଟ୍ଵିନ ସିଟି ଆଦି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିପାରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments