1. କୃଷି ଖବର

Heat Wave: ୬ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ

ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି କଲବଲ କରୁଛି ଟାଣଖରା

Tanushree Mahapatra
Tanushree Mahapatra
Temperature will rise to 42 degree, image source - pixeles

Temperature will rise to 42 degree, image source - pixeles

ତାତିରେ ସିଝୁଛି ସାରା ରାଜ୍ୟ । ଆଜି ରାଜ୍ୟର ୬ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ ଜାରି କରାଯାଇଛି  । ୪ ତାରିଖରେ ୮ ଜିଲ୍ଲା, ୫ ଓ ୬ ତାରିଖରେ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ଆକଳନ ଅନୁଯାୟୀ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ପାରଦ ଅଧିକା ରହିବା ନେଇ ସୂଚନା ଜାରି କରାଯାଇଛି ।

ଆକାଶରୁ ଯେମିତି ହେଉଛି ଅଗ୍ନିବର୍ଷା ହେଉଛି ଭଳି ଅନୁଭବ ହେଉଛି ରାଜ୍ୟରେ । ଏପ୍ରିଲ ପ୍ରଥମ ଦିନରୁ ହିଁ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି କଲବଲ କରୁଛି ଟାଣଖରା । ଆଜିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ତେବେ ରାଜ୍ୟର ଯାଜପୁର, ଢେଙ୍କାନାଳ, ମୟୁରଭଂଜ , ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ହିଟ୍‌ୱେଭ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ । ସେହିଭଳି ବୌଦ୍ଧ ଜିଲ୍ଲା ସହିତ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଏବଂ ନୟାଗଡ଼ରେ ରାତିରେ ଅତ୍ୟଧିକ ଗରମ ଅନୁଭୂତ ହେବା ନେଇ ସୂଚନା ଦେଇଛି ପାଣିପାଗ । ସେହିପରି ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଏବଂ ୫ ଓ ୬ ତାରିଖରେ ୧୦ ଜିଲ୍ଲାରେ ହିଟ୍‌ୱେଭ୍ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ତାପମାତ୍ରା ଏବଂ ହିଟ୍‌ୱେଭ ଜାରି ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୧ ଡିଗ୍ରୀ ଅଧିକ ହେବ ବୋଲି କହିଛି ପାଣିପାଗ ବିଭାଗ ।

ଏଥିସହ ଝାଞ୍ଜି ପବନ ବି ବହିବା ନେଇ କୁହାଯାଇଛି । ଚଳିତ ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ବଳବତ୍ତର ରହିବ । ଅନ୍ୟପଟେ ୭ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ । ତେବେ ଆସନ୍ତା ସପ୍ତାହରୁ ରାଜ୍ୟରେ ପାଗ ବଦଳିପାରେ । କାରଣ, ୭ ତାରିଖ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ଯାହା ଆଶ୍ୱସ୍ତି ଆଣିବ । ପୁଣିଥରେ ୮ ତାରିଖରୁ ବଢିପାରେ ରାଜ୍ୟରେ ବର୍ଷା ।

ଅଧିକ ପଢ଼ନ୍ତୁ

International Year of Millets: ବାଜରାର ଗୁରୁତ୍ୱ ଏବଂ ଗ୍ଲୋବାଲ ସୁପରଫୁଡ୍

Wheat procurement: ତିନି ବର୍ଷ ମଧ୍ୟରେ ଦେଶର ସବୁଠାରୁ ଅଧିକ ଗହମ ଉତ୍ପାଦନ, ବଢ଼ିବ GDP

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments