1. କୃଷି ଖବର

weather update: ୧୦ ଡିଗ୍ରୀ ତଳେ ରହିଛି ୪ ସହର ତାପମାତ୍ରା

ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି l କିଛି ଜିଲ୍ଲାରେ ଘନ କୁହୁଡ଼ି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l ଅନ୍ୟ ୪ ସହର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି l

Tanushree Mahapatra
Tanushree Mahapatra
Temperatures in 4 cities below 10 degrees, image source - pexels.com

Temperatures in 4 cities below 10 degrees, image source - pexels.com

ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ । ରାତିରେ ପ୍ରବଳ ଥଣ୍ଡା ହେଉଥିବାବେଳେ ସକାଳୁ ପ୍ରବଳ କୁହୁଡି ଦେଖିବାକୁ ମିଳୁଛି । ପ୍ରାୟତଃ ବିଭିନ୍ନ ଜିଲ୍ଲାରେ ରାସ୍ତାଘାଟ କିଛି ଦିଶୁନି । ଫଳରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଦୁର୍ଘଟଣା ହେଉଛି । ରାଜ୍ୟରେ କିଛି ଦିନ ଶୀତ ଜାରି ରହିବା ସହିତ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଥିବାର ଦେଖିବାକୁ ମିଳୁଛି ।

କିଛି ଜିଲ୍ଲା ମଧ୍ୟରେ ରହିଛି କୋରାପୁଟ, ଦାରିଙ୍ଗବାଡି , ଜି. ଉଦୟଗିରି ଓ ଫୁଲବାଣୀ ୪ ସହରରେ ପ୍ରାୟତଃ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ କରାଯାଇଛି ।  ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେଉଥିବାବେଳେ ପ୍ରାୟ ୧୦ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣି ଜାରି କରାଯାଇଛି ପାଣିପାଗ ବିଭାଗ ଦ୍ୱାରା ।

ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ଆଗାମୀ ୫ ଦିନ ଯାଏ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ରହିବ । କିଛି ଲୋକଙ୍କୁ ଏହା ହଇରାଣ କରୁଥିବାବେଳେ କିଛି ଲୋକ ଏହି ଶୀତୁଆ ସକାଳର ମଜା ନେଉଛିତ l ସକାଳୁ ଥଣ୍ଡାରେ କିଏ ଶାରିରୀକ ବ୍ୟାୟାମ କରୁଛି ତ କିଏ ପ୍ରାତଃ ଭ୍ରମଣ ପାଇଁ ବାହାରି ପଡୁଛନ୍ତି । ତେବେ ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିବ । ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡି ଅନୁଭୂତ ହେବା ନେଇ ବିଭାଗ ସୂଚନା ଜାରି କରିଛି । ଏଥିପାଇଁ ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ଗାଡି ଚାଳକଙ୍କୁ ପରାମର୍ଶ ଦେଇଛି ବିଭାଗ । କୁହୁଡି ଅଧିକ ଅନୁଭୂତ ହେବାନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ସୂଚନା ରହିଛି  । ସେହିପରି ସୁନ୍ଦରଗଡ କେନ୍ଦୁଝର ଜିଲ୍ଲା , ମୟୂରଭଞ୍ଜ ଜିଲ୍ଲା ଓ ଝାରସୁଗୁଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ରାଜ୍ୟରେ ଶୀତ ପ୍ରବାହ ହେତୁ କିଛିଦିନ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବା ନେଇ ସୂଚନା ରହିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments