1. କୃଷି ଖବର

Hot Weather: ୪୦ ଡିଗ୍ରୀ ଟପିବ ତାପମାତ୍ରା

ସ୍ବାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ....

Tanushree Mahapatra
Tanushree Mahapatra
temperatures will top 40 degrees, image source - pixeles

temperatures will top 40 degrees, image source - pixeles

ଗ୍ରୀଷ୍ମ ଋତୁର ଆଗମନରେ ରାଜ୍ୟରେ ଗରମ ଅନୁଭୂତ ହେବା ସହିତ ତାପମାତ୍ରା ମଧ୍ୟ ବଢୁଛି ଧୀରେ ଧୀରେ l କିଛିଦିନ ହେବ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ହୋଇଥିଲା l ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା କମିଥିଲା l ପୁଣି ଠାରେ ଏପ୍ରିଲ ପହିଲାରୁ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ ଯାହା ଦ୍ୱାରା ଗୁଳୁଗୁଳି ହେବାର ସମ୍ଭାବନା ଅଧିକ ।

ସୂଚନା ଅନୁଯାୟୀ ସ୍ବାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ । ସେହିପରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି ।  ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହେବ। ବିଶେଷ କରି ସୋନପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି , ବୌଦ୍ଧ, ବଲାଙ୍ଗିର ଏବଂ ଗଜପତି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବ l  ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ମେଘମୁକ୍ତ ଆକାଶ ଦେଖିବାକୁ ମିଳିବ l

ବର୍ତ୍ତମାନ ରାଜ୍ୟରେ ଶୁଖିଲା ପାଗ ରହିଛି । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା , ମୟୁରଭଞ୍ଜ ଏବଂ ଯାଜପୁରରେ ପାଗ ମେଘୁ୍ଆ ରହିବ l ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ବଳକା ଜିଲ୍ଲା ଗୁଡିକରେ ତାତି ଲାଗିରହିବ । ମାର୍ଚ୍ଚ ୨୮ ତାରିଖ ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେବ ହଟ୍ ଓ୍ବେଦର କଣ୍ଡିସନ । ୨୯ ତାରିଖ ପରେ ପରେ ସ୍ଵାଭାବିକଠାରୁ  ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା ।

ଗତକାଲି ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଥିଲା । ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର ଏବଂ ଝାରସୁଗୁଡା ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା । ବଳକା ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଖୁବ ଅଧିକ ଅନୁଭୁତ ହୋଇଥିଲା । ସେହିପରି ଆସନ୍ତା ୨୭, ୨୮, ୨୯ ଏବଂ ୩୦ ତାରିଖରେ ସାରା ରାଜ୍ୟରେ ଅସମ୍ଭାଳ ତାତି ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Clove: ଏହି ଚାଷରେ ପ୍ରବଳ ଲାଭ

PM Kisan: ଆକାଉଣ୍ଟକୁ ଆସିବ ନାହିଁ କିସ୍ତି ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments