1. କୃଷି ଖବର

ତୁମେ ଚାଲିଗଲା ପରେ!!!

ତୁମେ ଚାଲିଗଲା ପରେ!!!

KJ Staff
KJ Staff

ବୁଲବୁଲ ତୁମ ସ୍ମୃତି ରେ ...
ଆକାଶମାର୍ଗ ରୁ ମୁଖ୍ୟମନ୍ତ୍ରୀ ଆଜି କରିବେ ସମୀକ୍ଷା
୩ ଲକ୍ଷ ହେକ୍ଟର ଜମି ର ଫସଲ ସମ୍ପୂର୍ଣ ନଷ୍ଟ
୬ ଟି ଜିଲ୍ଲା ରେ ବ୍ୟାପକ କ୍ଷୟ କ୍ଷତି

ବଙ୍ଗୋପସାଗର ର ଅତି ଭୀଷଣ ସାମୁଦ୍ରିକ ଝଡ ବୁଲବୁଲ ଦୀର୍ଘ ସାତ ଦିନ ସମୁଦ୍ର ରେ ବୁଲିବା ପରେ ଶେଷରେ ସୁନ୍ଦରବନ ଡେ଼ଲ୍ଟା ରେ ସ୍ଥଳଭାଗ ଛୁଇଁଛି |ଶନିବାର ରାତି ୮ ଟା ରୁ ସ୍ଥଳଭାଗ ଛୁଇଁବାର ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ଖୁବ କ୍ଷୟକ୍ଷତି ଘଟାଇଛି |ଭୁଭାଗ ସ୍ପର୍ଶ ପରେ ଏହା ୩ ଘଣ୍ଟା ଧରି ତାଣ୍ଡବ ରଚିଥିଲା |
ବାତ୍ୟା ର କେନ୍ଦ୍ରସ୍ଥଳରେ ପବନ ର ବେଗ ୧୩୦ ରୁ ୧୫୦ କି.ମି ପ୍ରତି ଘଣ୍ଟା ରହିଥିଲା ବେଳେ ଏହା ପଶ୍ଚିମ ବଙ୍ଗ ଏବଂ ବଙ୍ଗଳାଦେଶ ରେ ନିଜର କରାଳ ରୂପ ପ୍ରଦର୍ଶନ କରିବା ସହ ଓଡିଶା ର ୬ ଟି ଜିଲ୍ଲା ର ଅବସ୍ଥା ସୌଚନୀୟ କରିଦେଇଛି |

ଜଗତସିଂହପୁର ,କେନ୍ଦ୍ରାପଡା ,ମୟୁରଭଞ୍ଜ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି |ଏହି ଜିଲ୍ଲାରେ ଫସଲ ମଧ୍ୟ ସମ୍ପୂର୍ଣ ନଷ୍ଟ ହୋଇଯାଇଛି |ସମୁଦାୟ ୩ ଲକ୍ଷ ହେକ୍ଟର ଜମି ରେ ବ୍ୟାପକ କ୍ଷୟ କ୍ଷତି ହୋଇଛି |ସେହିପରି ହାରାହାରି ସାଢେ ୫ ହଜାର ବାସଗୃହ ଭାଙ୍ଗିଯାଇଛି |
୪ ରୁ ୫ ଦିନ ମଧ୍ୟରେ ବୁଲବୁଲ ଜନିତ କ୍ଷୟକ୍ଷତି ର ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବାବେଳେ ସପ୍ତାହ ଭିତରେ ଫସଲ ନଷ୍ଟ ର ରିପୋର୍ଟ ଦେବାକୁ କୁହାଯାଇଛି |

ଧାନ ସହିତ ପନିପରିବା ଚାଷୀ ମଧ୍ୟ କ୍ଷେତିଗ୍ରସ୍ତ ହୋଇଛନ୍ତି |ଫସଲ କ୍ଷୟକ୍ଷତି ର ସଠିକ ଆକଳନ ପାଇଁ କୃଷି ଓ ରାଜସ୍ବ ଅଧିକାରୀ ମାନେ ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ମୁଖ୍ୟ ରିଲିଫ କମିଶନର ପ୍ରଦୀପ jena

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments