1. କୃଷି ଖବର

ରସଗୋଲା ଆମର ……..

ରସଗୋଲା ଆମର ……..

KJ Staff
KJ Staff

ଓଡିଶା ରସଗୋଲା କୁ ମିଳିଲା ସ୍ୱତନ୍ତ୍ର ଜିଆଇ ମାନ୍ୟତା
ଏଥର ପୁରୀ ଖଜା ପାଇଁ ଦାବି

"ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀ ଙ୍କୁ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି ;ବହୁ ପ୍ରାଚୀନ ଯୁଗରୁ ପ୍ରଚଳିତ ଏହି ରସଗୋଲା ତେବେ ଆମର ନୁହେଁ କାହିଁକି?"
ବହୁ ଦିନର ବିବାଦ ପରେ ଏବେ ଓଡିଶା ବାସୀଙ୍କ ଲାଗି ସବୁଠାରୁ ମିଠା ଖବର ;ଓଡିଶା ରସଗୋଲା କୁ ମିଳିଛି ଜିଆଇ (ଜିଓଗ୍ରାଫିକାଲ ଇଂଡିକେସନ )ର ମାନ୍ୟତା |ରାଜ୍ୟ ସରକାର ଙ୍କ ବଳିଷ୍ଠ ତଥ୍ୟ ଏବଂ ପ୍ରମାଣ କୁ ଗ୍ରହଣ କରି କେନ୍ଦ୍ର ସରକାର ଙ୍କ ଭୌଗୋଳିକ ଉପଦର୍ଶନ ପଞ୍ଜିକରଣ ସୋମବାର ବିଧିବଦ୍ଧ ଭାବେ ଏହି ସ୍ୱୀକାର ପ୍ରଦାନ କରିଛନ୍ତି |

ଓଡିଶା କ୍ଷୁଦ୍ର ଶିଳ୍ପ ମିଶନ ଏବଂଓଡିଶା ମିଷ୍ଟାନ ବ୍ୟବସାୟୀ ସମିତି ର ଦରଖାସ୍ତ କୁ ଜିଓଗ୍ରାଫିକାଲ ଇଂଡିକେସନ ରେଜିଷ୍ଟ୍ର ଗ୍ରହଣ କରିଛନ୍ତି |୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଏହି ସ୍ୱୀକୃତି ବଳବତ୍ତ ରହିବ |

ଓଡିଶା ରସଗୋଲା ର ବିଶେଷତା :


-ଓଡିଶା ର ରସଗୋଲା ଦେଶର ଅନ୍ୟ ରାଜ୍ୟ ରେ ପ୍ରସ୍ତୁତ ହେଉଥିବା ରସଗୋଲା ଠାରୁ ସମ୍ପୂର୍ଣ ସ୍ଵଂତନ୍ତ୍ର |
-ଏଥିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବା ଦ୍ରବ୍ୟ ବ୍ୟବହାର କରାଯାଏ ନାହିଁ|
-ଏହାକୁ ବିଭିନ୍ନ ରଙ୍ଗ ରେ ଉତ୍ପାଦିତ କରାଯାଏ ଯାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳେ ନାହିଁ|
-ଏହାର ସ୍ୱାଦ ସ୍ୱତନ୍ତ୍ର ଏବଂ ଅନାୟାସ ଭାବେ ଏହା ପାଟିରେ ମିଳାଇଯାଇଥାଏ ବୋଲି ରାଜ୍ୟ ସରକାର ଙ୍କ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଥିଲା |

ଏହାର ଉପାଦେୟତା :


-ଜିଆଇ ମାନ୍ୟତା ପାଇଲା ପରେ ଓଡିଶା ରସଗୋଲା କୁ ବିଦେଶକୁ ରପ୍ତାନି କରିବା ସହଜ ଓ ସୁଗମ ହୋଇପଡିବ |
-ଫଳରେ ରାଜ୍ୟର ରସଗୋଲା ବ୍ୟବସାୟିଙ୍କ ଆର୍ଥିକ ସ୍ତିତି ସୁଦୃଢ ହୋଇପାରିବ |
-ରାଜ୍ୟରେ ଛେନା ଓ ରସଗୋଲା ଉତ୍ପାଦନ କାରୀଙ୍କ ନିରନ୍ତର ବିକାଶ ରେ ଏହା ବେଶ ସହାୟକ ହେବ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments