News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ପଞ୍ଚମ ଦିନ,ଭବିଷ୍ୟତ ଦକ୍ଷତାକୁ ଗୁରୁତ୍ୱ

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ଏବଂ ଜି 20 ମିଶନ ସମ୍ପର୍କରେ ଅବଗତ କରିବାପାଇଁ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକ ଦିନିକିଆ "ଭବିଷ୍ୟତ ଦକ୍ଷତା ଏବଂ ସ୍ଥିରତା କାର୍ଯ୍ୟକ୍ରମ" (“Future Skill and Sustainability) ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ ସରକାରୀ ଆଇଟିଆଇ (Govt. ITI ),ରାୟଗଡା ,ଗଜପତିଠାରେ ,5 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି

12 April, 2023 11:13 PM IST By: Omkar Mohanty

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ଏବଂ ଜି 20 ମିଶନ ସମ୍ପର୍କରେ ଅବଗତ କରିବାପାଇଁ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ଏକ ଦିନିକିଆ "ଭବିଷ୍ୟତ ଦକ୍ଷତା ଏବଂ ସ୍ଥିରତା କାର୍ଯ୍ୟକ୍ରମ" (Future Skill and Sustainability) ,ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ ସରକାରୀ ଆଇଟିଆଇ (Govt. ITI ),ରାୟଗଡା ,ଗଜପତିଠାରେ ,5 ଏପ୍ରିଲ 2023ରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରାୟ 23 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

କର୍ମଶାଳାର ମୁଖ୍ୟବକ୍ତା

1.ଶ୍ରୀଯୁକ୍ତ ଅସୀମ ପାଢ଼ୀ ,ଟ୍ରେନିଙ୍ଗ ହେଡ ,GIET,ପାରଳାଖେମୁଣ୍ଡି ,ଗଜପତି

ଅତିଥି
1. ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶା
2. ଶ୍ରୀଯୁକ୍ତ ରମେଶ ଜେନା ,ପ୍ରିନସିପାଲ ,ସେଞ୍ଚୁରିଅନ୍ ,ITI,ଓଡିଶା

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ "ଭବିଷ୍ୟତ ଦକ୍ଷତା ଏବଂ ସ୍ଥିରତା କାର୍ଯ୍ୟକ୍ରମ" (Future Skill and Sustainability) ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l l ସ୍ଥିରତା ହେଉଛି ଏକ ବ୍ୟାପକ ବିଷୟ ଯାହା ଅର୍ଥନୈତିକ, ସାମାଜିକ ଏବଂ ପରିବେଶ ସ୍ଥିରତା ସହିତ ମାନବ ଜୀବନର ଅନେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ | ଭବିଷ୍ୟତର କୌଶଳ ଯାହା ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ତାହା ହେଉଛି ଜ୍ଞାନଗତ ଦକ୍ଷତା ଯେପରିକି ସମାଲୋଚନାକାରୀ ଚିନ୍ତାଧାରା ଏବଂ ସମସ୍ୟା ସମାଧାନ, ଡିଜିଟାଲ୍ ଜ୍ଞାନ କୌଶଳ ଯେପରିକି ତଥ୍ୟ ବିଶ୍ଳେଷଣ ଏବଂ ପ୍ରୋଗ୍ରାମିଂ, ଯୋଗାଯୋଗ ଏବଂ ସହଯୋଗ ଭଳି ପାରସ୍ପରିକ କୌଶଳ, ଏବଂ ଆଡାପ୍ଟାବିଲିଟି ଏବଂ ସ୍ଥିରତା ଭଳି ଆତ୍ମ-ନେତୃତ୍ୱ ଦକ୍ଷତା | ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନୂତନ ସଫଳତା ପାଇଁ ଜରୁରୀ କୌଶଳଗୁଡ଼ିକ ମଧ୍ୟରେ ସମାଲୋଚନାକାରୀ ଚିନ୍ତାଧାରା ,ଯୁକ୍ତି, ସୃଜନଶୀଳତା ,ସୃଜନଶୀଳ ଚିନ୍ତାଧାରା, ସମସ୍ୟା ସମାଧାନ, ମେଟାକଗ୍ନିସନ୍ ସହଯୋଗ, ଯୋଗାଯୋଗ ଏବଂ ବିଶ୍ୱ ନାଗରିକତା ସମ୍ପର୍କରେ ଆଲୋଚନା କରାଯାଇଥିଲା l

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ଚତୁର୍ଥ ଦିନ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ତୃତୀୟ ଦିନ , ଏକବିଂଶ ଶତାବ୍ଦୀକୁ ଗୁରୁତ୍ୱ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)