News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l

05 April, 2023 2:10 AM IST By: Omkar Mohanty

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ’ ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇ, ଚନ୍ଦ୍ରଗିରି, ଗଜପତି ଅଧୀନରେ ଥିବା ସ୍କିଲ୍ ଫ୍ୟୁଚୁରିଷ୍ଟିକ୍ ସେକ୍ଟରଗୁଡିକ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" 1 ଏପ୍ରିଲ 2023 ବର୍ଷରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ପ୍ରାୟ ପ୍ରାୟ 25 ଜଣ ଛାତ୍ର ଏହି କର୍ମଶାଳାରେ ଭାଗ ନେଇଥିଲେ। କର୍ମଶାଳାକୁ ଦୁଇଟି ଅଧିବେଶନରେ ବିଭକ୍ତ କରାଯାଇଥିଲା: ଥିଓରୀ ଏବଂ ପ୍ରାକ୍ଟିକାଲ୍ (Theory and Practical)

କର୍ମଶାଳାର ବକ୍ତାମାନେ

1. ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶା
2. ଶ୍ରୀ ଏସ୍ .ଚଲାପତି ରାଓ, ପ୍ରୋଜେକ୍ଟ ମ୍ୟାନେଜର, ଡ୍ରୋନ୍, ଜିଟିଆଇଡିଏସ୍, ଭାଇଜାଗ,ଆନ୍ଧ୍ର ପ୍ରଦେଶ

ସିଦ୍ଧାନ୍ତ ଅଧିବେଶନ (Theory Session)

ଏହି ଅଧିବେଶନରେ ବିଭିନ୍ନ ପ୍ରକାରର ଡ୍ରୋନ୍ ବିଷୟରେ ମୌଳିକ ଜ୍ଞାନ ଏବଂ ବୈଷୟିକ ବିବରଣୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା l ଡ୍ରୋନ୍ ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରିବା ଉଦେଶ୍ୟରେ ଆଲୋକପାତ କରାଯାଇଥିଲା l ଡ୍ରୋନ୍ଗୁଡିକ , ଖଣି ଏବଂ ନିର୍ମାଣ ଶିଳ୍ପ, ସାମରିକ ଏବଂ ଆମୋଦ ବ୍ୟବସାୟରେ ବ୍ୟବସାୟ ଦ୍ୱାରା ବ୍ୟବହୃତ ହୋଇଆସିଛି lକିନ୍ତୁ ବର୍ତ୍ତମାନ ଡ୍ରୋନ୍ ଟେକ୍ନୋଲୋଜି ଅଧିକ ବ୍ୟାପକ ଭାବରେ ଉପଲବ୍ଧ ହେଉଛି, ଏହା ଅନେକ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୋଇପାରେ | ମୃତ୍ତିକା ପରୀକ୍ଷଣ ଏବଂ କ୍ଷେତ୍ର ବିଶ୍ଳେଷଣ ଠାରୁ ଆରମ୍ଭ କରି ଫସଲ ମନିଟରିଂ, ପଶୁପାଳନ ପରିଚାଳନା, ଫସଲ ସ୍ୱାସ୍ଥ୍ୟ ଯାଞ୍ଚ, ଜିଓଫେନ୍ସିଙ୍ଗ୍ ପର୍ଯ୍ୟନ୍ତ କୃଷିକାର୍ଯ୍ୟକୁ ଡ୍ରୋନ କମ ସମୟରେ ସୁଚାରୁରୂପେ କିପରି ସମ୍ପାଦନା କରିପାରିବ ବୋଲି ଆଲୋଚନା କରାଯାଇଥିଲା l

ବ୍ୟବହାରିକ ଅଧିବେଶନ ( Practical Session)

ଏହି ଅଧିବେଶନରେ ଡ୍ରୋନର ବିଭିନ୍ନ ଅଂଶ ଏବଂ ଏହାର କାର୍ଯ୍ୟ ନୀତି ଏବଂ ପ୍ରୟୋଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା | ବଜାରରେ ଉପଲବ୍ଧ ବିଭିନ୍ନ ପ୍ରକାରର ଡ୍ରୋନ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା | ବକ୍ତାମାନେ ବିଭିନ୍ନ କମ୍ପାନୀ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଦେଶରେ ଡ୍ରୋନ୍ ଉତ୍ପାଦନ କରୁଛିନ୍ତି | ବିଶେଷଜ୍ଞ କ୍ୟାମ୍ପସ ଭିତରେ ଅଂଶଗ୍ରହଣକାରୀଙ୍କ ସାମ୍ନାରେ ଡ୍ରୋନ୍ ଉଡ଼ାଇ ଡ୍ରୋନ୍ ଅପରେସନ୍ ଉପରେ ଏକ ପ୍ରଦର୍ଶନ କରିଥିଲେ।

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟରେ ଡ୍ରୋନ୍ ପାଇଲଟ୍ ତାଲିମ ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ |

ଧନ୍ୟବାଦ ଭୋଟ

କର୍ମଶାଳାର ଶେଷରେ ଶ୍ରୀ ରବିନ୍ଦ୍ର କୁମାର ମହାରାଣା, ପ୍ରଶିକ୍ଷଣ ଅଧିକାରୀ, ସରକାରୀ ଆଇଟିଆଇ, ଚନ୍ଦ୍ରଗିରି, ଗଜପତି, ଓଡିଶାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା |

 

ଭାରତର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଡ୍ରୋନ୍ "କୃଷି ଭିମାନ"

ISROର ମାଗଣା ସାର୍ଟିଫିକେସନ୍ ପାଠ୍ୟକ୍ରମ

 

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)