1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ବକୃତା ପ୍ରତିଯୋଗିତା ’ ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇ,ଗୁମ୍ମା, ଗଜପତି ଅଧୀନରେ ଥିବା ସ୍କିଲ୍ ଫ୍ୟୁଚୁରିଷ୍ଟିକ୍ ସେକ୍ଟରଗୁଡିକ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" 6 ଏପ୍ରିଲ 2023 ବର୍ଷରେ ଅନୁଷ୍ଠିତ ହୋଇଯାଇଛି

Omkar Mohanty
Omkar Mohanty
The Centurion University of Technology and Management held a one-day workshop under JAN BHAGIDARI of G20 Presidency

The Centurion University of Technology and Management held a one-day workshop under JAN BHAGIDARI of G20 Presidency

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ବକୃତା ପ୍ରତିଯୋଗିତା ’ ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇ,ଗୁମ୍ମା, ଗଜପତି ଅଧୀନରେ ଥିବା ସ୍କିଲ୍ ଫ୍ୟୁଚୁରିଷ୍ଟିକ୍ ସେକ୍ଟରଗୁଡିକ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" 6 ଏପ୍ରିଲ 2023 ବର୍ଷରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ପ୍ରାୟ ପ୍ରାୟ 38 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।

ମୁଖ୍ୟ ଅତିଥି
1. ରବୀନ୍ଦ୍ର କୁମାର ମିଶ୍ର ,ପ୍ରିନ୍ସିପାଲ ,Govt.ITI ,ଗୁମ୍ମା ,ଗଜପତି,ଓଡିଶା

କର୍ମଶାଳାର ବକ୍ତାମାନେ

1. ଶ୍ରୀଯୁକ୍ତ ରମେଶ କୁମାର ଜେନା,ସେଞ୍ଚୁରିଅନ୍ ITI , ଓଡିଶା
2. ଶ୍ରୀମତୀ ଉଗୁ କୀର୍ତି ପ୍ରିୟା ,Agriculture Extension Supervisor,CUTM ,ଓଡିଶା

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି ସାଧାରଣଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ବକୃତା ପ୍ରତିଯୋଗିତା ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l ସାଧାରଣଜ୍ଞାନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ ବରଗଲା ବଡରlଇତା ,ଦ୍ଵିତୀୟ ସ୍ଥାନରେ ଯୁବନ୍ତ ରlଇତା ଏବଂ ତୃତୀୟ ସ୍ଥାନରେ ସାଗର ପଲାଇ ପୁରସ୍କୃତ ହୋଇଥିଲେ l ବକୃତା ପ୍ରତିଯୋଗିତାରେ ପ୍ରଥମସ୍ଥାନରେ ନିତ୍ୟାନନ୍ଦ ଗିରି,ଦ୍ଵିତୀୟ ସ୍ଥାନରେ ରିସପା ମଣ୍ଡଳ ,ତୃତୀୟ ସ୍ଥାନରେ ସୁରଜିତ କରଜାଙ୍କୁ ପୁରସ୍କୃତ କରାଯାଇଥିଲା l ସମ୍ପୂର୍ଣ କାର୍ଯ୍ୟକ୍ରମ ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶାଙ୍କ ଦ୍ୱାରା ବହୁ ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା l

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ଚତୁର୍ଥ ଦିନ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments