1. କୃଷି ଖବର

କରୋନା ଭୂତାଣୁ ମହାମାରୀ ଭାରତର ଚା' ଅମଳକୁ ହ୍ରାସ କରିଛି

ପ୍ରାୟ ପ୍ରତ୍ୟେକ ଭାରତୀୟ ଘରେ ଚା'ର ପ୍ରଚଳନ ରହି ଆସିଛି l ବିଶେଷକରି ଶୀତ ଋତୁରେ ଚା'ର ଚାହିଦା ଟିକେ ବଢିଯାଏ l ଲୋକମାନେ ସାଧାରଣତଃ ଭିନ୍ନ ଭିନ୍ନ ପ୍ରକାରର ଚା' ପସନ୍ଦ କରିଥାନ୍ତି, ଯେମିତିକି, ନାଲି ଚା, ଅଦା ଚା, ଗ୍ରୀନ ଟି ଇତ୍ୟାଦି l ଗ୍ରାହକମାନଙ୍କର ଚାହିଦାକୁ ଆଖି ଆଗରେ ରଖି ଚା କମ୍ପାନୀଗୁଡ଼ିକ ବର୍ଷ ବର୍ଷ ଧରି ଲଗାତାର ଭାବରେ ସେମାନଙ୍କର ଅଭିନବତାକୁ ଉପସ୍ଥାପନ କରିଆସୁଛନ୍ତି l

Sugyan Kumar Nayak
Sugyan Kumar Nayak
Tea Production

Tea Production

ପ୍ରାୟ ପ୍ରତ୍ୟେକ ଭାରତୀୟ ଘରେ ଚା'ର ପ୍ରଚଳନ ରହି ଆସିଛି l ବିଶେଷକରି ଶୀତ ଋତୁରେ ଚା'ର ଚାହିଦା ଟିକେ ବଢିଯାଏ l ଲୋକମାନେ ସାଧାରଣତଃ ଭିନ୍ନ ଭିନ୍ନ ପ୍ରକାରର ଚା' ପସନ୍ଦ କରିଥାନ୍ତି, ଯେମିତିକି, ନାଲି ଚା, ଅଦା ଚା, ଗ୍ରୀନ ଟି ଇତ୍ୟାଦି l ଗ୍ରାହକମାନଙ୍କର ଚାହିଦାକୁ ଆଖି ଆଗରେ ରଖି ଚା କମ୍ପାନୀଗୁଡ଼ିକ ବର୍ଷ ବର୍ଷ ଧରି ଲଗାତାର ଭାବରେ ସେମାନଙ୍କର ଅଭିନବତାକୁ ଉପସ୍ଥାପନ କରିଆସୁଛନ୍ତି l

2018 ଆର୍ଥିକ ବର୍ଷରେ ସର୍ବାଧିକ ଚା ଅମଳ ଏବଂ ରପ୍ତାନୀ ହୋଇଥିବାର ଭାରତୀୟ ଚା ଶିଳ୍ପ ଜଣାଇଥିଲା l ମୋଟ ଚା ଉତ୍ପାଦନ 1325.05 ମିଲିଅନ କି.ଗ୍ରା. ହୋଇଥିଲା – ଯାହା କି 2016-2017ରେ 74.56 ମିଲିଅନ କି.ଗ୍ରା. ଥିଲା l ଏହି ବୃଦ୍ଧି ପ୍ରାୟ 6 ପ୍ରତିଶତ ଥିଲା l

ଏପରିକି କରୋନା ଭୂତାଣୁ ସଂକ୍ରମଣ ପରେ ବର୍ଦ୍ଧିତ ତାଲାବନ୍ଦୀ ଯୋଗୁଁ ଭାରତୀୟ ଚା ଶିଳ୍ପ ପ୍ରଚୁର କ୍ଷତିର ସାମ୍ନା କରିଥିଲା l

ବର୍ଷ ବର୍ଷ ଧରି ଭାରତ ଯେତେବେଳେ ଚା ଅମଳରେ ରେକର୍ଡ ସ୍ଥାପନ କରିଥିଲା, 2020 ମସିହାରେ ଭାରତ ଏକ ବିରାଟ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି l

'ଗ୍ଲୋବାଲ ଟି ଡାଇଜେଷ୍ଟ'ର ସଙ୍କଳକ ରାଜେଶ ଗୁପ୍ତା ନିଜର ବିବୃତିରେ ଜଣାଇଲେ ଯେ ଟି ବୋର୍ଡର ତଥ୍ୟ ଅନୁସାରେ ଜାନୁଆରୀ-ଅକ୍ଟୋବର 2019 ଠାରୁ ଅକ୍ଟୋବର 2020 ମଧ୍ୟରେ ଚା ଉତ୍ପାଦନ ପ୍ରଚୁର ମାତ୍ରାରେ ହ୍ରାସ ଘଟିଛି (ପ୍ରାୟ 151.6 ଏମ କି.ଗ୍ରା.) l ଏହା ଏକ ଉଲ୍ଲେଖନୀୟ 151.60 ଏମ କି.ଗ୍ରା. ହ୍ରାସକୁ ସୂଚିତ କରୁଛି, ଯାହା 12.80 ପ୍ରତିଶତ ଅଟେ l

ଶ୍ରୀ ରାଜେଶ ଗୁପ୍ତା କହିଲେ ଯେ, ଉତ୍ତର ଭାରତର ଚା ଉତ୍ପାଦନରେ ଜାନୁଆରୀ-ଅକ୍ଟୋବର 2019ରେ ତାଲାବନ୍ଦୀ ଏବଂ ପ୍ରତିକୂଳ ପାଗ ଯୋଗୁଁ 152.24 ଏମ କି.ଗ୍ରା. ହ୍ରାସ ଘଟିଛି, ଯାହା 15.15 ପ୍ରତିଶତ ଅଟେ l

ଚଳିତ ବର୍ଷ ଉତ୍ତର ଭାରତର ସମସ୍ତ ରାଜ୍ୟଗୁଡ଼ିକ କାମ ପରିମାଣର ଚା ଉତ୍ପାଦନ କରିଛନ୍ତି l ଦେଶରେ ଚା ଉତ୍ପାଦନରେ ଆସାମ ଆଗରେ ରହିଛି କିନ୍ତୁ ଏହାର ମୋଟ ଚା ଉତ୍ପାଦନରେ ହ୍ରାସ ଘଟିଛି l ଉତ୍ତର ଭାରତରେ ମୋଟ ଚା ଉତ୍ପାଦନରେ ହ୍ରାସ ଘଟିଥିବା ବେଳେ ଦକ୍ଷିଣ ଭାରତରେ ମୋଟ ଚା ଉତ୍ପାଦନରେ ଅଳ୍ପ ବୃଦ୍ଧି ଘଟିଛି l

ରାଜେଶ ଗୁପ୍ତା କହିଲେ ଯେ, ଚା ଉତ୍ପାଦନରେ ଦକ୍ଷିଣ ଭାରତ 2019 ଜାନୁଆରୀ-ଅକ୍ଟୋବର ମାସ ତୁଳନାରେ ଅଳ୍ପ କିଛି ଅଧିକ ପରିମାଣର ଚା ଉତ୍ପାଦନ କରିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments