1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଦକ୍ଷତା ବିକାଶକୁ ଗୁରୁତ୍ୱ

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ପୋଷ୍ଟର ପ୍ରତିଯୋଗିତା " ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 12 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

Omkar Mohanty
Omkar Mohanty
The "G20 Event on Poster Competition" was held at Centurion University of Technology and Management

The "G20 Event on Poster Competition" was held at Centurion University of Technology and Management

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ପୋଷ୍ଟର ପ୍ରତିଯୋଗିତା " ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 12 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ପ୍ରାୟ 38 ଜଣ ସରକାରୀ ପଲିଟେକନିକ ,ପାରଳାଖେମୁଣ୍ଡି ,ଗଜପତିର ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।

କର୍ମଶାଳାର ମୁଖ୍ୟ ଅତିଥି

G20 ପ୍ରେସିଡେନ୍ସିର ଏହି ପ୍ରୋଜେକ୍ଟ ପ୍ରଦର୍ଶନୀରେ ଶ୍ରୀଯୁକ୍ତ ଶୁଭ୍ରଜ୍ୟୋତି ଚାଟାର୍ଜୀ,ଆସିଷ୍ଟାଣ୍ଟ ପ୍ରଫେସର,CUTM ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ଅସୀମ ପାଢ଼ୀ,ସେଣ୍ଟର ହେଡ଼ ,ଗ୍ରାମ ତରଙ୍ଗ,ଗଜପତି ,ପାରଳାଖେମୁଣ୍ଡିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା l

ପ୍ରତିଯୋଗିତାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି " ପୋଷ୍ଟର ପ୍ରତିଯୋଗିତା "ରେ ଅଂଶ ଗ୍ରହଣ କରି ଏଥିସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ lପୋଷ୍ଟର ପ୍ରତିଯୋଗିତା ଛାତ୍ରମାନଙ୍କୁ ଏହି କ୍ଷେତ୍ରରେ ସମସାମୟିକ ପ୍ରତିଭାଙ୍କ ନିକଟରେ ପ୍ରକାଶ କରି ସେମାନଙ୍କର ସୃଜନଶୀଳ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ | ସେମାନଙ୍କ ସାଥୀଙ୍କ କାର୍ଯ୍ୟକୁ ନଜରରେ ରଖି ଛାତ୍ରମାନେ ସେମାନଙ୍କର କୌଶଳ ଏବଂ ଅନ୍ୟ କଳାକାରଙ୍କ ଫଳାଫଳକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରିବାର ସୁଯୋଗ ପାଇଛନ୍ତି | ପ୍ରତିଯୋଗିତା ଛାତ୍ରମାନଙ୍କୁ ଦଳ କାର୍ଯ୍ୟ ଏବଂ ସହଯୋଗ କୌଶଳ ବିକାଶ କରିବାରେ, ସେମାନଙ୍କର ଅନ୍ତର୍ନିହିତ ପ୍ରେରଣାକୁ ବଢାଇବାକୁ , ମାନସିକ ଦୃଢ଼ତା ଏବଂ ସାମାଜିକ ଏବଂ ଭାବପ୍ରବଣତା ବୃଦ୍ଧି କରିବାରେ ସାହାଯ୍ୟ କରେ |

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତୀଙ୍କର ସାମୁହିକ ବିକାଶକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments