
The "G20 Event on Skill Dialogue Competition" was held by Centurion University of Technology and Management.
ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l
ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା " ଏବଂ "ଏକ ଦକ୍ଷତା ସଂଳାପ ପ୍ରତିଯୋଗିତା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 11 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ପ୍ରାୟ 43 ଜଣ ITC ,ଗଜପତିର ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।
କର୍ମଶାଳାର ମୁଖ୍ୟ ଅତିଥି
G20 ପ୍ରେସିଡେନ୍ସିର ଏହି ପ୍ରୋଜେକ୍ଟ ପ୍ରଦର୍ଶନୀରେ ଶ୍ରୀଯୁକ୍ତ ଅସୀମ ପାଢ଼ୀ,ସେଣ୍ଟର ହେଡ଼ ,ଗ୍ରାମ ତରଙ୍ଗ,ଗଜପତି ,ପାରଳାଖେମୁଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ବୈଶାଳୀ ବର୍ମନ , Project Executive, CUTMଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା l
ପ୍ରତିଯୋଗିତାର ଫଳାଫଳ
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି " ପ୍ରଶ୍ନୋତ୍ତର ପ୍ରତିଯୋଗିତା " ଏବଂ " ଦକ୍ଷତା ସଂଳାପ ପ୍ରତିଯୋଗିତା" ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l
ଦକ୍ଷତା ସଂଳାପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଛାତ୍ରମାନଙ୍କୁ ସେମାନଙ୍କର ଶ୍ରବଣ ଏବଂ ବକ୍ତବ୍ୟ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ | ପ୍ରତିଯୋଗୀତା ମାଧ୍ୟମରେ ଛାତ୍ରଛାତ୍ରୀମାନେ କିପରି ବିବାଦୀୟ ମତ ଏବଂ ଧାରଣା ସହିତ ମୁକାବିଲା କରିବେ ସେ ବିଷୟରେ କର୍ମଶାଳାରେ ଆଲୋକପାତ କରାଯାଇଥିଲା | ବହୁ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ସହିତ କିପରି ସହଯୋଗ କରିବେ , ନିଜ ଜୀବନରେ ବିଷୟବସ୍ତୁ ପରିଚାଳନା ଏବଂ ବିପଦର ମୂଲ୍ୟାଙ୍କନ କରିବାର ଜ୍ଞାନ ମଧ୍ୟ ହାଶଲ କରିଥିଲେ |
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ
Share your comments