ଖାଇବା ତେଲ ଯାହା ପ୍ରତି ଘରର ଅତି ଆବଶ୍ୟକ l ଯାହା ଦର କିଛି ମାସ ହେବ ବଢ଼ିବାରେ ଲାଗିଥିଲା l ଯାହାକୁ ନେଇ ଚିନ୍ତାରେ ଥିଲେ ଖାଉଟି l କିନ୍ତୁ ଏହାରି ଭିତରେ ଖାଉଟିଙ୍କୁ ଏକ ଖୁସି ଖବର ଦେଇଛନ୍ତି l ତୈଳ ଦର ଉପରେ ଶୁଳ୍କ ହାର କମାଇଛନ୍ତି l ଖାଇବା ତେଲ ହେବ ଶସ୍ତା l
ଯାହା ଖାଉଟିଙ୍କୁ ଦେବ ଏବେ ଅଶ୍ଵସ୍ତି l ଆଉ ଏବେ ଏହି ତେଲ ଦ୍ୱାରା ଉପରେ ନିୟନ୍ତ୍ରଣ କରିଛନ୍ତି l ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ବିହନ ତେଲ ଶୁଳ୍କ ହଟାଇବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଆମଦାନୀ ଶୁଳ୍କରେ ରିହାତି ପରେ ଏବେ ଗ୍ରାହକ ଏଥିରେ ଉପକୃତ ହେବେ ବୋଲି ଆଶା ରହିଛି । କିଛି ଦିନ ହେବ ଦେଶରେ ଖାଇବା ତୈଳ ଠାରୁ ଆରମ୍ଭ କରି ପେଟ୍ରୋଲ ଏବଂ ଡିଜେଲ ଦର ପର୍ଯ୍ୟନ୍ତ ସମସ୍ତ ଦର ମହଙ୍ଗା ହେବାରେ ଲାଗିଥିଲା । ସରକାରଙ୍କ ଏଭଳି ନିଷ୍ପତି ଲୋକଙ୍କ ପାଇଁ କିଛିଟା ଆଶ୍ଵସ୍ତି ବୋଲି ଆଶା କରାଯାଉଛି ।
ତେବେ ଏହି ବର୍ଷ ଜୁନ୍ ସୁଦ୍ଧା ଅଶୋଧିତ ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ସୂଚନା ଅନୁଯାୟୀ ଆମଦାନୀ ଶୁଳ୍କ ଛାଡ ଉପରେ ସରକାର ସ୍ପଷ୍ଟ କରି କହିଛନ୍ତି ଯେ, ମାର୍ଚ୍ଚ ୩୧ ପୂର୍ବରୁ ପଠାଯାଇଥିବା ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲର ଆମଦାନୀକୁ ମୁକ୍ତ ରଖାଯିବ l କାରଣ ଆମଦାନୀ ନିୟମକୁ ନେଇ ସାମସ୍ତଙ୍କ ଦ୍ୱନ୍ଦ୍ୱ ଥିବାବେଳେ ବନ୍ଦରରେ ହଜାର ହଜାର ମାଲ ପରିବହନ ବନ୍ଦ ହୋଇ ପଡି ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରେ ବିଶ୍ୱର ସର୍ବବୃହତ ରିଫାଇନ ତେଲ ଆମଦାନୀକାରୀ ଏପ୍ରିଲ୍ ୧ ରୁ ଚଳିତ ଆର୍ଥିକ ବର୍ଷ ପାଇଁ ସୂର୍ଯ୍ୟମୁଖୀ ତେଲ ଏବଂ ସୋୟା ତେଲ ଉପରେ ଆମଦାନୀ ଶୁଳ୍କ ଛାଡ କରିଥିଲେ ।
ବର୍ତ୍ତମାନ ଭାରତ ସରକାରଙ୍କ ଏହି ନୂତନ ଆଦେଶ ପରେ ସେହି କମ୍ପାନୀର ତୈଳ ଏବେ ଦେଶରେ ପ୍ରବେଶ କରିପାରିବେ । ସେହିପରି ଭାରତ ମୁଖ୍ୟତଃ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ଯୁକ୍ତରାଷ୍ଟ୍ରରୁ ସୋୟା ତେଲ ଏବଂ ରୁଷ ଏବଂ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ ପ୍ରତିବର୍ଷ ।
Share your comments