1. କୃଷି ଖବର

କୋଏର ବୋର୍ଡର ଭୁବନେଶ୍ବରରେ ସେମିନାର ଆୟୋଜିତ

ଆମ ରାଜ୍ୟ ରେ ବିଗତ ୪ ଦଶନ୍ଧି ଧରି କତା ଶିଳ୍ପ ବୃଦ୍ଧି ହେଉଛି l ବିଶେଷ ରୂପେ ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଂଜାମ , କଟକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , ବାଲେଶ୍ୱର ତଥା ଢେଙ୍କାନାଳ ଜିଲ୍ଲା ମାନଙ୍କରେ କତା ଶିଳ୍ପ ସମ୍ପର୍କିତ କାର୍ଯ୍ୟବିଧି କରାଯାଉଛି l

Tanushree Mahapatra
Tanushree Mahapatra
The growth trajectory coir of undustry

The growth trajectory coir of undustry

ଆମ ରାଜ୍ୟ ରେ ବିଗତ ୪ ଦଶନ୍ଧି ଧରି କତା ଶିଳ୍ପ ବୃଦ୍ଧି ହେଉଛି l ବିଶେଷ ରୂପେ ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଂଜାମ , କଟକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , ବାଲେଶ୍ୱର ତଥା ଢେଙ୍କାନାଳ ଜିଲ୍ଲା ମାନଙ୍କରେ କତା ଶିଳ୍ପ ସମ୍ପର୍କିତ କାର୍ଯ୍ୟବିଧି କରାଯାଉଛି l ଯାହା ସେହି ଅଂଚଳର ଲୋକଙ୍କୁ ସାହାଯ୍ୟ କରୁଛି ରୋଜଗାର ପାଇବାରେ l ସୂଚନା ନୁଯାୟୀ ରାଜ୍ୟରେ ବର୍ଷକୁ ୩୪୨ ନିୟୁତ ଉତ୍ପାଦନ କରାଯାଉଛି l

ନଡ଼ିଆ ଚାଷ ଚାଷ ଆୟତନ ଓ ଉତ୍ପାଦନ ରେ ଦେଶରେ ୫ ମ ସ୍ଥାନରେ ରହିଛି l ଆମ ରାଜ୍ୟରେ ୫୦୯୦ ମେଟ୍ରିକ ଟନ ନଡ଼ିଆ କତାରୁ ତନ୍ତୁ ବା ପରୁ ଉତ୍ପାଦିତ କରାଯାଉଛି l ଓଡ଼ିଶାରେ କତା ଶିଳ୍ପ ଦ୍ୱାରା ଦଉଡି , ସୁତୁଲି , କରିଡର ମ୍ୟାଟ , ପାପଛ,ମେସ ମ୍ୟାଟ , ବସ୍ତ୍ର , ଖେଳନା , ହସ୍ତଶିଳ୍ପ ସହିତ ଅନ୍ୟାନ୍ୟ ଜିନିଷ ମଧ୍ୟ ପ୍ରସ୍ତୁତ କରାଯାଉଛି l ଚାଷ ଜମିରେ କମ୍ପୋଷ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଉଛି l ରାଜ୍ୟ ରେ ପ୍ରସ୍ତୁତ ହେଉଥିବା କତା ପ୍ରସ୍ତୁତ ଜିନିଷ ବିହାର , ତ୍ରିପୁରା , ଆସାମ , ପଶ୍ଚିମବଙ୍ଗ , ଝାରଖଣ୍ଡ ଇତ୍ୟାଦି ଅଂଚଳ କୁ ରପ୍ତାନି ହେଉଛି l

ଭାରତ ସରକାରଙ୍କ ଦ୍ୱାରା ଭୁବନେଶ୍ବର ରେ ଏ ନେଇ ଏକ ପ୍ରତିଷ୍ଠାନ କରାଯଇଛି l ଏହି ସଂସ୍ଥା ଦ୍ୱାରା ବିଭିନ୍ନ କାମିକ ଦକ୍ଷତା ବିକାଶ ଯୋଜନା , ସଚେତନ କାର୍ଯ୍ୟକ୍ରମ , କର୍ମଶାଳା , କୟର ଉଦ୍ୟମି ଯୋଜନା , ଅ ସ୍ପାୟାର ଯୋଜନା , ରପ୍ତାନି ବଜାର ପ୍ରୋତ୍ସାହ ଯୋଜନା , କତାଶିଳ୍ପ ପାଇଁ  ଉତ୍ପାଦନ ଭିତ୍ତିଭୂମି ବିକାଶ ଯୋଜନା , କତା ଶିଳ୍ପ କାରିଗରଙ୍କ ଦୁର୍ଘଟଣା ବୀମା ଯୋଜନା , ଶିଳ୍ପ , ଓ ବାଣିଜ୍ୟ ସମ୍ପର୍କିତ ଅନେକ ଯୋଜନା ମାନ ପ୍ରବର୍ତ୍ତନ ହେଉଛି l ଯାହା କତାଶିଳ୍ପ କରିବାକୁ ଚାହୁଁଥିବା ଚାଷୀଙ୍କୁ ତଥା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି l

ତେବେ ଏ ନେଇ ଆଜି ଭୁବନେଶ୍ବରରେ ଏକ କୟର ବୋର୍ଡ ତରଫରୁ କର୍ମଶାଳା ଆୟୋଜନ କରାଯାଇଥିଲା l ଭୁବନେଶ୍ବର ରେ ଥିବା ଅଶୋକ ନଗରର ଏକ ହୋଟେଲ ରେ ଏହା ଆୟୋଜନ କରାଯାଇଥିଲା l ଯାହାର ବିଷୟବସ୍ତୁ ଥିଲା  “ APPLICATION OF COIR GEO – TEXTILES TO INFRASTRUCTURAL PROJECT “ l  

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ କୁପୁରାମୁ ରହିଥିଲେ ଯିଏକି କୋୟାର ବୋର୍ଡର ଚେୟାରମ୍ୟାନ ରହିଛନ୍ତି l ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି କର୍ମଶାଳା ଆୟୋଜନ କରାଯାଇଥିଲା l ଯେନଥିରେ କି ଅନେକ ଲୋକ ଭାଗ ନେବା ସହିତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଭାଗ ନେଇ କତାଶିଳ୍ପ ଉପରେ ଥିବା ବିଭିନ୍ନ ଦିଗ ଉପରେ ଭାଗ ନେଇଥିଲେ l ଆଶା କରାଯାଉଛି ଏହା ମଧ୍ୟ ସଫଳ ହେବ l ମହିଳାଙ୍କୁ ମଧ୍ୟ କର୍ମଶାଳାରେ ଅନେକ କର୍ଯ୍ୟର ତାଲିମ ଦିଆଯାଉଛି l ଯାହା ମହିଳାଙ୍କୁ ଘରେ ବସି ମଧ୍ୟ ରୋଜଗାରକ୍ଷମ କରିପାରୁଛି l

CRPF ରେ ବାହାରିଲା ୯,୨୧୨ ପଦବୀ, ଦରମା ୬୯ ହଜାର....

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା “ବାଲ୍ ଆଧାର” ଯୋଜନା, ଶିଘ୍ର କରନ୍ତୁ ପଞ୍ଜିକରଣ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments