News

କୃଷି ଜାଗରଣରେ ଧାନୁକା ଗ୍ରୁପ ଚେୟାରମ୍ୟାନ RG Agarwal

ଭାରତର ପ୍ରମୁଖ ଏଗ୍ରୋକେମିକାଲ କମ୍ପାନୀ ଧାନୁକା ଲିମିଟେଡର ଗ୍ରୁପ ଚେୟାରମ୍ୟାନ ରାମ ଗୋପାଳ ଅଗ୍ରଓ୍ବାଲ( ଆର.ଜି ଅଗ୍ରଓ୍ବାଲ) କୃଷି ଜାଗରଣରେ ପହଞ୍ଚି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବା ସହ କୃଷି କ୍ଷେତ୍ର ପାଇଁ ନିଜର ଭିଜନ ଉପସ୍ଥାପନ କରିଛନ୍ତି ।

10 August, 2022 4:24 PM IST By: Shuvanshu Kar

କୃଷି ଜାଗରଣ(Krishi Jagran)ରେ ଭାରତର ପ୍ରମୁଖ ଏଗ୍ରୋକେମିକାଲ କମ୍ପାନୀ ଧାନୁକା ଲିମିଟେଡ(Dhanuka Agritech Ltd)ର ଗ୍ରୁପ ଚେୟାରମ୍ୟାନ ରାମ ଗୋପାଳ ଅଗ୍ରଓ୍ବାଲ( ଆର.ଜି ଅଗ୍ରଓ୍ବାଲ) । କୃଷି ଜାଗରଣରେ ପହଞ୍ଚି ଆର.ଜି ଅଗ୍ରଓ୍ବାଲ ସ୍ବାଧୀନତାର ଅମୃତ ମୋହୋତ୍ସବ(azadi ka amrit mahotsav) ଅବସରରେ ଆୟୋଜିତ ହରଘର ତିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି ।

କୃଷି ଜାଗରଣ ଚୌପାଲରେ ଖୋଲା ହୃଦୟରେ କୃଷି କ୍ଷେତ୍ରକୁ ନେଇ ସୁନ୍ଦର ବକ୍ତବ୍ୟ ଦେବା ସହିତ ପାଇଁ ନିଜର ଭିଜନକୁ ଉପସ୍ଥାପନ କରିଛନ୍ତି ରାମ ଗୋପାଳ ଅଗ୍ରଓ୍ବାଲ । ସ୍ବାଧିନତାର ଅମୃତକାଳ ଦେଇ ଦେଶ ଗତି କରୁଥିବାବେଳେ ରାମ ଗୋପାଳ ଅଗ୍ରଓ୍ବାଲଙ୍କ ବକ୍ତବ୍ୟ କୃଷି କ୍ଷେତ୍ର ପାଇଁ ବେଶ ମହତ୍ବ ରଖୁଛି ।

କୃଷି ଜାଗରଣରେ ପହଞ୍ଚିବା ପରେ ରାମ ଗୋପାଳ ଅଗ୍ରଓ୍ବାଲଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଓ ସମସ୍ତ କର୍ମଚାରୀ ମିଶି ଅଗ୍ରଓ୍ବାଲଙ୍କୁ ସ୍ବାଗତ ଜଣାଇଥିଲେ । ଅନ୍ୟପକ୍ଷରେ, ଆର.ଜି ଅଗ୍ରୱାଲଙ୍କ ସହ ଆସିଥିବା ଡକ୍ଟର ପି.କେ ଚକ୍ରବର୍ତ୍ତୀ କୀଟନାଶକ କାରଣରୁ ଫସଲ କ୍ଷୟ ସମ୍ପର୍କରେ ନିଜର ମତ ରଖିଥିଲେ ।

ଏକ ଲମ୍ବା ସଂଘର୍ଷ ପରେ କୌଣସି ବ୍ୟକ୍ତିର ଋଚି ଟଙ୍କା, ଆରାମପ୍ରଦ ଜୀବନ ରହିବା ସ୍ବଭାବିକ । ହେଲେ ତମାମ ବିଳାସପୂର୍ଣ୍ଣ ଜୀବନକୁ ପଛରେ ଛାଡି ନିଜକୁ ଓ ନିଜ ଜୀବନକୁ ସମାଜ ପ୍ରତି ଉତ୍ସର୍ଗୀକୃତ କରିଦେବା କାହା କ୍ଷେତ୍ରରେ ସମ୍ଭବ ହୋଇନଥାଏ । ହେଲେ କିଛି ଜଣ ଏଭଳି ଅଛନ୍ତି, ଯେଉଁମାନେ ବାସ୍ତବରେ ସମାଜ ପ୍ରତି କିଛି କରି ସଭିଙ୍କ ପ୍ରେରଣାର ସ୍ରୋତ ପାଲଟିଯାଆନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଧାନୁକା ଏଗ୍ରିଟେକ ଲିମିଟେଡ ଗ୍ରୁପ ଚେୟାରମ୍ୟାନ ଆର.ଜି ଅଗ୍ରଓ୍ବାଲ ।

ଭାରତୀୟ କୃଷିରେ ଅବଦାନ ଏବଂ ଏହି କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିବା ଦିଗରେ ରାମ ଗୋପାଳ ଅଗ୍ରଓ୍ବାଲଙ୍କ ଉତ୍ସାହ ପ୍ରଶଂସନୀୟ । ତାଙ୍କର ପ୍ରଭାବଶାଳୀ ନିଷ୍ପତ୍ତି ନେବା କୌଶଳ ସହିତ ଏକାଧିକ କାର୍ଯ୍ୟକୁ ପ୍ରାଥମିକତା ଦେବାରେ ତାଙ୍କର ଦକ୍ଷତା ବ୍ୟବସାୟ ଉଦ୍ୟୋଗକୁ ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା କୃଷି-ରାସାୟନିକ କମ୍ପାନୀରେ ପରିଣତ କରିଛି ।

ଗତ ପାଞ୍ଚ ଦଶନ୍ଧି ମଧ୍ୟରେ କୃଷି ରାସାୟନିକ ଶିଳ୍ପରେ ଅଗ୍ରଓ୍ବାଲଙ୍କ ସମୃଦ୍ଧ ଏବଂ ବହୁମୂଲ୍ୟ ଅଭିଜ୍ଞତା କମ୍ପାନୀର ଅଭିବୃଦ୍ଧିରେ ଅନେକ ଅବଦାନ ଦେଇଛି । କୃଷି ମାଧ୍ୟମରେ ଭାରତରେ ପରିବର୍ତ୍ତନର ଆକାଂକ୍ଷା ହାସଲ କରିବା ପାଇଁ ଅଗ୍ରଓ୍ବାଲ ନିଜ ଜୀବନକୁ ସମର୍ପି ଦେଇଛନ୍ତି ।

ବୁଧବାର କୃଷି ଜାଗରଣ ଚୌପାଲରେ ଯୋଗଦେବେ ଧନୁକା ଏଗ୍ରିଟେକ ଅଧ୍ୟକ୍ଷ ଆରଜି ଅଗରଓ୍ବାଲ

ଗହମ ପରେ ହାଣ୍ଡିଷାଳରେ ଗରମ ବଢାଇଲା ଡାଲି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)