1. କୃଷି ଖବର

ଗହମ ପରେ ହାଣ୍ଡିଷାଳରେ ଗରମ ବଢାଇଲା ଡାଲି

ହରଡ ଡାଲିର ହୋଇଛି 15 ପ୍ରତିଶତ ଦରବୃଦ୍ଧି । ଚଳିତ ଖରିଫ ଋତୁରେ ପ୍ରବଳ ବର୍ଷା କାରଣରୁ ପାଣି ଜମିବା କାରଣରୁ ରୋପଣ କମ ହୋଇଥିବାରୁ ଫସଲର କ୍ଷତି ସହିବାକୁପଡିଛି ।

Shuvanshu Kar
Shuvanshu Kar
Urad, Tur prices soar 15% over past 6 weeks

Urad, Tur prices soar 15% over past 6 weeks

ମହଙ୍ଗା ଲିଷ୍ଟରେ ସାମିଲ ହୋଇଛି ହାଣ୍ଡିଷାଳର ଆଉ ଏକ ଜିନିଷ । ଗହମ ଓ ଚାଉଳ ପରେ ଗରମ ବଢାଇଛି ଡାଲି(Daal) । ହରଡ ଡାଲି(Urad Daal)ର ହୋଇଛି 15 ପ୍ରତିଶତ ଦରବୃଦ୍ଧି । ଚଳିତ ଖରିଫ ଋତୁରେ ପ୍ରବଳ ବର୍ଷା କାରଣରୁ ପାଣି ଜମିବା କାରଣରୁ ରୋପଣ କମ ହୋଇଥିବାରୁ ଫସଲର କ୍ଷତି ସହିବାକୁପଡିଛି ।

ମହାରାଷ୍ଟ୍ରର ଲାତୁରରେ ଗତ 6 ସପ୍ତାହରୁ ହରଡ ଡାଲି ମୂଲ୍ୟ 97 ଟଙ୍କାରୁ ବୃଦ୍ଧି ପାଇ 115 ଟଙ୍କା ପ୍ରତି କିଲୋ ପହଞ୍ଚିଛି । କୃଷି ମନ୍ତ୍ରଣାଳୟ ଦ୍ବାରା ଖରିଫ ଫସଲ ରୋପଣ ନେଇ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଡାଲି ରୋପଣ ଗତ ବର୍ଷ ତୁଳନାରେ 4.6 ପ୍ରତିଶତ କମିଛି ।

ପ୍ରବଳ ବର୍ଷା ଓ ପାଣି ଜମିବା କାରଣରୁ ଡାଲି ଫସଲ ରୋପଣ ହ୍ରାସ ପାଇଛି । ଫସଲକୁ ହୋଇଥିବା କ୍ଷତି ଚାଷୀଙ୍କ ଚିନ୍ତା ବଢାଇଦେଇଛି । ସେହିପରି ବିଶେଷଜ୍ଞଙ୍କ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ ହରଡ ଫସଲକୁ କ୍ଷତି ପହଞ୍ଚିଛି । ହେଲେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶର ଫସଲ ଭଲ ସ୍ଥିତିରେ ରହିଥିବା ଜଣାପଡିଛି ।

କେବଳ ହରଡ ଓ ମୁଗ ନୁହେଁ, ଦୁର୍ବଳ ମୌସୁମୀ କାରଣରୁ ଧାନ ରୋପଣ ମଧ୍ୟ ହ୍ରାସ ପାଇଛି । ନିକଟରେ ମନିଟାରୀ ପଲିସିର ଘୋଷଣା ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଧାନ ରୋପଣ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ । ଆରବିଆଇ ଗଭର୍ଣ୍ଣର କହିଥିଲେ ଯେ ଖରିଫ ଫସଲରେ ଧାନ ରୋପଣ କମିଛି । ଏଥିପାଇଁ ଏହା ଉପରେ ଗମ୍ଭୀର ନଜର ରଖିବାର ଆବଶ୍ୟକତା ରହିଛି ।

ଦେଶର ଅଧିକାଂଶ ଅଞଅଚଳରେ ବର୍ଷା ସ୍ବଭାବିକ ନହେଉଥିବା କାରଣରୁ ଧାନ ରୋପଣ ଉପରେ ପ୍ରଭାବ ପଡିଛି । ଏହି କାରଣରୁ ଚଳିତ ବର୍ଷ ଚାଉଳ ଉତ୍ପାଦନରେ ବଡ ଧରଣର ହ୍ରାସ ଆଶଙ୍କା ରହିଛି । ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ଯୋଗୁଁ ଧାନ ରୋପଣ କମିଥିବା କୁହାଯାଉଛି ।

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments