1. କୃଷି ଖବର

MFOI 2023: ପ୍ରାୟୋଜକ ଭାବେ ସାମିଲ ହେଲା କରମଣ୍ଡଲ କମ୍ପାନୀ

ଭାରତୀୟ କୃଷି ସମ୍ମିଳନୀ ତଥା ଭାରତୀୟ କୃଷି ମହାକୁମ୍ଭ l ଯେଉଁଠି ଚାଷୀଙ୍କୁ କରାଯିବ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ l ଯେଉଁ ଚାଷୀ ସାଜିଛନ୍ତି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା l ନିଜ କଠିନ ପରିଶ୍ରମରେ ଆଜି ଚାଷକୁ ଉନ୍ନତ ସ୍ତରକୁ ନେଇଛନ୍ତି ଏହି ସର୍ବଶ୍ରେଷ୍ଠ ଚାଷୀ l

Tanushree Mahapatra
Tanushree Mahapatra
The Millionaire Farmer of India Awards 2023, proudly welcomes Coromandel as a sponser

The Millionaire Farmer of India Awards 2023, proudly welcomes Coromandel as a sponser

ଭାରତୀୟ କୃଷି ସମ୍ମିଳନୀ ତଥା ଭାରତୀୟ କୃଷି ମହାକୁମ୍ଭ l ଯେଉଁଠି ଚାଷୀଙ୍କୁ କରାଯିବ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ l ଯେଉଁ ଚାଷୀ ସାଜିଛନ୍ତି ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା l ନିଜ କଠିନ ପରିଶ୍ରମରେ ଆଜି ଚାଷକୁ ଉନ୍ନତ ସ୍ତରକୁ ନେଇଛନ୍ତି ଏହି ସର୍ବଶ୍ରେଷ୍ଠ ଚାଷୀ l ଆଉ ଏହି ଚାଷୀଙ୍କୁ ସମ୍ମାନିତ କରିବେ ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା ଦ୍ୱାରା ଆୟୋଜିତ ମିଲେନିୟର ଫର୍ମର ଅଫ ଇଣ୍ଡିଆ ୨୦୨୩ରେ l ସମଗ୍ର ଦେଶ ଶୁଣିବ ଏହି ସଫଳ ଚାଷୀଙ୍କ କାହାଣୀ l ଯାହାକୁ ଶୁଣି ଅନ୍ୟ ଚାଷୀ ହେବେ ଉତ୍ସାହିତ l

ଆସନ୍ତା ଡିସେମ୍ବର ମାସରେ ଆୟୋଜିତ ହେବାକୁ ଯାଉଛି MFOI 2023 l ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଏହି କୃଷି ମହାକୁମ୍ଭରେ ଯୋଗ ଦେବେ କୃଷି ଜଗତ ସହିତ ଜଡିତ ଅନେକ ଅଗ୍ରଣୀ ସାର କମ୍ପନୀ l ଏହି କମ୍ପାନୀ ମଧ୍ୟରେ ରହିଛନ୍ତି ସହ ପ୍ରାୟୋଜକ ହବେ ଧାନୁକା , ପ୍ରାୟୋଜକ ଏମ.ଏଫ.ସି , ବ୍ୟାଙ୍କିଙ୍ଗ ପାର୍ଟନର ଭାବେ SBI ବ୍ୟାଙ୍କ l ଆଉ ଏବେ ଏହି ଧାରାରେ ଯୋଡି ହୋଇଛନ୍ତି l କରମଣ୍ଡଳ ନାମକ ଏକ ଫର୍ଟିଲାଇଜର କମ୍ପାନୀ l

କମ୍ପାନୀ ନିଜର ମହତ ଉଦ୍ଦେଶ୍ୟ ନେଇ ଆଜିକୁ ଅନେକ ବର୍ଷ ହେବ କୃଷି ଜଗତ ସହିତ ଯୋଡି ହୋଇ ରହିଛି l  ଚାଷୀଙ୍କୁ ଣୁଜର ନିରନ୍ତର ସେବା ଯୋଗାଇ ଆସୁଛି  ସାର କ୍ଷେତ୍ରରେ l ଅନନ୍ୟ ଫସଲ ସମାଧାନ ସୃଷ୍ଟି କରିବା ଏବଂ ଚାଷର ସମୃଦ୍ଧତା ପାଇଁ କ୍ରମାଗତ ଭାବରେ ଉନ୍ନତ କୃଷି ପ୍ରଯୁକ୍ତିବିଦ୍ୟା ପ୍ରବର୍ତ୍ତନ କରି ଆସିଛି ଏହି କମ୍ପାନୀ | ସଠିକ ଉତ୍ପାଦନ ଏବଂ ଗ୍ରାହକଙ୍କ ମତାମତକୁ ଘନିଷ୍ଠ ଭାବରେ ଏକତ୍ର କରି କ୍ରମାଗତ ଭାବରେ ଉଚ୍ଚମାନର ପୁଷ୍ଟିକର ଖାଦ୍ୟ, ଫସଲ ଯତ୍ନ ସମାଧାନ ଏବଂ ଚାଷ କ୍ଷେତ୍ରରେ ନିଜର ସେବା ଯୋଗାଉଛି l ଏଭଳି କମ୍ପାନୀର ସହଯୋଗ ପାଇବା ଏକ ଗର୍ଵର ବିଷୟ l

ଆସନ୍ତା ଡିସେମ୍ବର ମାସ ୬ ରୁ ୮ ତାରିଖ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ କୃଷି ବୈଜ୍ଞାନିକ , ବଡ଼ ବଡ଼ ଶିଳ୍ପପତି , କୃଷି ବ୍ୟବସାୟୀ , ବିଶ୍ୱବିଦ୍ୟାଳୟ ଗୁଡିକର କୁଳପତି ଏବଂ ସମସ୍ତ ରାଜ୍ୟର ଚାଷୀ ଭାଇମାନେ l ବିଭିନ୍ନ ଚାଷ ଏବଂ କୃଷି ବ୍ୟବସାୟ ଉପରେ ଆଲୋଚନା କରାଯିବ , ଶ୍ରେଷ୍ଠ ଚାଷୀ ନିଜ ପରିଶ୍ରମ ବଖାଣିବେ ଆଶା ଯାହା ଅନ୍ୟ ଚାଷୀଙ୍କୁ ସହାୟତା ପ୍ରଦାନ କରିବ l ତେବେ ଆପଣମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିବ ବୋଲି ଆଶା l ତେବେ ଡେରି ନ କରି ଆଜି ହିଁ ଆମ ସମସ୍ତ ପେଜ ପରିଦର୍ଶନ କରି ( https://millionairefarmer.in/en/  ) ଏହି କୃଷି ମହାକୁମ୍ଭର ସମସ୍ତ ତଥ୍ୟ ବା ସୂଚନା ସଂଗ୍ରହ କରନ୍ତୁ l ପ୍ରଦାନ କରାଯାଇଥିବା ଲିଙ୍କ ଉପରେ କ୍ଲିକ କରି ଭିସିଟର ପାସ ପାଇଁ ମଧ୍ୟ ଆବେଦନ କରନ୍ତୁ l MFOI 2023 କାର୍ଯ୍ୟକ୍ରମ ନେଇ କୌଣସି ପ୍ରଶ୍ନ ଥିଲେ ନିମ୍ନରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ l

 

Abdus Samad- +91 98918 89588

Subhra Mohanty - +91 98188 38998

Parikshit Tyagi - +91 98913 34425

Vardan Kasnia - +91 98918 88508

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments