1. କୃଷି ଖବର

ଗହମ ରପ୍ତାନୀର ବାସ୍ତବତା

ଭାରତ ତା’ର ଚିନି ଏବଂ ଗହମ ରପ୍ତାନିକୁ ସଂକୁଚିତ ନିୟନ୍ତ୍ରିତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା ଯାହାକି ଏକ ପ୍ରଶଂସନୀୟ ପଦକ୍ଷେପ । ଏହା ଆମ ଦେଶର ୧୩୦ କୋଟି ଜନସଂଖ୍ୟାଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଏବଂ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ଏକ ଉଚିତ ପନ୍ଥା ବୋଲି ବିବେଚନା କରାଯାଇପାରେ ।

Shuvanshu Kar
Shuvanshu Kar
The reality of wheat exports

The reality of wheat exports


ଗତ ମାସରେ ବ୍ୟାଙ୍କ୍‍ ଅଫ୍‍ ଇଂଲଣ୍ଡ ପକ୍ଷରୁ ଏକ ଗମ୍ଭୀର ଚେତାବନୀ ଜାରି କରାଯାଇଥିଲା ଯେ ବିଶ୍ୱ ଖାଦ୍ୟ ଦରଦାମରେ ‘ଆକାଶଛୁଆଁ’ ବୃଦ୍ଧି ଘଟିପାରେ । ଏହାକୁ ପୁଷ୍ଟ କରିବା ନିମନ୍ତେ ବିଶ୍ୱବ୍ୟାପୀ ଅନୁଭୂତ ପ୍ରତିକୂଳ ପାରିବେଶିକ ପରିସ୍ଥିତି ଯାହାକି ଭାରତ ସମେତ ସମଗ୍ର ବିଶ୍ୱରେ କୃଷିକୁ ପ୍ରଭାବିତ କରୁଥିବା ସମ୍ବାଦମାନ ମିଳିବାରେ ଲାଗିଛି ଓ କେତେକ ବିଶ୍ଳେଷକଙ୍କ ଆକଳନ ଅନୁସାରେ ବିଶ୍ୱରେ ଏବେ ଗହମ ଭଣ୍ଡାର ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି ବୋଲି ଦର୍ଶାଯାଇଥିଲା ।

ଏହି ପରିପ୍ରେକ୍ଷୀରେ, ଭାରତ ତା’ର ଚିନି ଏବଂ ଗହମ ରପ୍ତାନିକୁ ସଂକୁଚିତ ନିୟନ୍ତ୍ରିତ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା ଯାହାକି ଏକ ପ୍ରଶଂସନୀୟ ପଦକ୍ଷେପ । ଏହା ଆମ ଦେଶର ୧୩୦ କୋଟି ଜନସଂଖ୍ୟାଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଏବଂ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ଏକ ଉଚିତ ପନ୍ଥା ବୋଲି ବିବେଚନା କରାଯାଇପାରେ । ଅଶୋଧିତ ସୋୟାବିନ ଏବଂ ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରେ ଟିକସ ହ୍ରାସ, ଇନ୍ଧନ ଉପରେ ଟିିକସ କାଟ ଏବଂ ଇସ୍ପାତ ଉପରେ ବହିଃଶୁଳ୍କ ଲାଗୁ କରାଯିବା ଏହି ଦିଗରେ ଏକ ଉଚିତ ପଦକ୍ଷେପ - ଏହା ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ଯେପରିକି ବିକଶିତ ଧନୀ ରାଷ୍ଟ୍ରମାନେ ସଦାବେଳେ ସେମାନଙ୍କ ନିଜ ଲୋକଙ୍କ ସ୍ୱାର୍ଥରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେଇଥାନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ପ୍ରାୟ ୧୦୫ ନିୟୁତ ଟନ୍‍ ଗହମ ଉତ୍ପାଦନ କରିଥିଲା ଏବଂ ସେଥିରୁ ମାତ୍ର ୭ ନିୟୁତ ଟନ୍‍ ବିଦେଶକୁ ରପ୍ତାନି କରିଥିଲା । ଚଳିତ ବର୍ଷର ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୧୧୧.୩୨ ନିୟୁତ ଟନ୍‍ ଗହମ ଉତ୍ପାଦନ ହେବାର ଆକଳନ କରାଯାଉଥିଲା ଯେତେବେଳେକି ଆମର ପ୍ରଧାନମନ୍ତ୍ରୀ ବିଶ୍ୱବାସୀଙ୍କ ତୁଣ୍ଡକୁ ଆହାର ପହଞ୍ଚାଇବା ନିମନ୍ତେ ଅଧିକ ଗହମ ରପ୍ତାନି କରିବାକୁ ପ୍ରସ୍ତାବ ଦେଇଥିଲ । କିନ୍ତୁ ବିଗତ କିଛି ମାସ ମଧ୍ୟରେ ଅନୁଭୂତ ଅସମ୍ଭବ ଗ୍ରୀଷ୍ମ ଫଳରେ ଆକଳନ ଅନୁସାରେ ଗହମ ଉତ୍ପାଦନ ନହୋଇ ତାହା ୧୦୫ ମେଟ୍ରିକ ଟନ୍‍ ହୋଇଛି । ମେ ୧୩ ତାରିଖ ଠାରୁ ଲାଗୁ କରାଯାଇଥିବା ରପ୍ତାନି ନିୟନ୍ତ୍ରଣ ପରେ ଗହମ ମୂଲ୍ୟ ବୃଦ୍ଧି ପାଇଥିଲା ଏବଂ ପରେ ତାହା ଗତ କିଛିଦିନ ଧରି ହ୍ରାସ ପାଇଛି । ସେହିଭଳି, ଚିନି ଉପରେ ଲାଗୁ ହୋଇଥିବା ନିୟନ୍ତ୍ରଣ ଦେଶବାସୀଙଙ୍କ ପାଇଁ ଆବଶ୍ୟକ ଭଣ୍ଡାର ସୁନିଶ୍ଚିତ କରିବା ସହ ଏହାର ମୂଲ୍ୟବୃଦ୍ଧିକୁ ମଧ୍ୟ ରୋକିପାରିବ ଏବଂ ଆଗାମୀ ଉତ୍ସବ ଋତୁରେ ଲୋକମାନଙ୍କ ଚାହିଦା ମୁତାବକ ତାହା ଉପଲବ୍ଧ ହେବ ।

ଏହା ବିଚିତ୍ର କଥା ଯେ ଏବେ ବିକଶିତ ରାଷ୍ଟ୍ରମାନେ ଏକାକୀ ଭାରତକୁ ଚିହ୍ନଟ କରିଛନ୍ତି ଏବଂ ଆମର ଗହମ ରପ୍ତାନି ନିୟନ୍ତ୍ରଣକୁ ସମାଲୋଚନା କରୁଛନ୍ତି ସତେ ଯେପରି ପାରମ୍ପରିକ ଭାବେ ଆମେ ବିଶ୍ୱକୁ ସଦାବେଳେ ପର୍ଯ୍ୟାପ୍ତ ଗହମ ରପ୍ତାନି କରିଆସୁଥିଲୁ ଏବଂ ବିଶ୍ୱର ଖାଦ୍ୟର ନିରାପତ୍ତା ନୂଆଦିଲ୍ଲୀର ନୀତି ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭାରତକୁ ‘ଅନୁରୋଧ’ କରିବା ପାଇଁ ନିଷ୍ପତ୍ତି କରିଛି ଯେ ଭାରତ ତା’ର ଗହମ ରପ୍ତାନୀ ବନ୍ଦ୍‍ ସିଦ୍ଧାନ୍ତର ପୁନର୍ବିଚାର କରୁ ।

ସତ୍ୟ କଥାଟି ହେଲା ବିଶ୍ୱର ପ୍ରମୁଖ ଗହମ ରପ୍ତାନିକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତର ସ୍ଥାନ ୨୦୨୦ ମସିହାରେ ୧୯ରେ ଥିଲା ଯଦ୍ୟପି ୨୦୧୯ରେ ତାହା୩୫, ୨୦୧୮ରେ ୩୬, ୨୦୧୭ରେ ୩୬ ଏବଂ ୨୦୧୬ରେ ୩୭ତମ ସ୍ଥାନରେ ରହିଥିଲା । ବିଶ୍ୱ ଗହମ ବାଣିଜ୍ୟ କାରବାରରେ ଭାରତର ଅଂଶ ୧ ପ୍ରତିଶତଠାରୁ ବି କମ୍‍ ।

ଜି-୭ ରାଷ୍ଟ୍ର ଗୋଷ୍ଠୀ ଭାରତର ଏହି ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛି ଏବଂ ଭାରତ ତା’ର ସିଦ୍ଧାନ୍ତକୁ ଆଉ ଥରେ ଗଭୀର ଭାବେ ଚିନ୍ତା କରିବା ପାଇଁ ଅନୁରୋଧ କରିଛି । କିନ୍ତୁ ଭାରତ ଆଡ଼କୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ସେମାନେ ପ୍ରଥମେ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରିବା ଉଚିତ ଯେ ବାସ୍ତବପକ୍ଷେ ଏଭଳି ଖାଦ୍ୟ ନିରାପତ୍ତା ପରିସ୍ଥିତି ପାଇଁ କାହାକୁ ସମାଲୋଚନା କରାଯିବା ଉଚିତ ।

ବିଶ୍ୱ ଗହମ ବାଣିଜ୍ୟ କାରବାରରେ ୨୦୨୦ ମସିହାରେ ଆମେରିକା ଏବଂ କାନାଡା ପ୍ରତ୍ୟେକେ ୧୩ ପ୍ରତିଶତ ଯୋଗାଇଥିଲେ । ଏହି କାରବାରରେ ଫ୍ରାନ୍ସ ଏବଂ ୟୁକ୍ରେନର ଭାଗ ୧୦ ପ୍ରତିଶତ ଲେଖାଏଁ ଥିଲା । ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଆଉ ୫ ପ୍ରତିଶତ ଲେଖାଏଁ ଯୋଗାଇଥିଲେ । ଭାରତର ରପ୍ତାନି ମାତ୍ର ଗତ ଆର୍ଥିକ ବର୍ଷରେ ବୃଦ୍ଧି ପାଇଥିଲା, କିନ୍ତୁ ଉପରୋକ୍ତ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ଗହମ ରପ୍ତାନି ମାତ୍ରା ଅତି ନଗଣ୍ୟ ।

ବିଶ୍ୱ ଗହମ ରପ୍ତାନି କାରବାରରେ ରୁଷିଆର ଅଂଶ ହେଉଛି ୧୯ ପ୍ରତିଶତ । ଯଦି ସେଥିରେ ୟୁକ୍ରେନ୍‍ର ଗହମ ରପ୍ତାନିକୁ ମିଶାଇ ଦିଆଯାଏ ତେବେ ସେମାନେ ବିଶ୍ୱ ଗହମ କାରବାରର ଏକ ଚତୁର୍ଥାଂଶର ଅଧିକାରୀ ବୋଲି ଯେକେହି ଜାଣିପାରିବେ । ଏଭଳି ଅବସ୍ଥା କଦାପି ସୃଷ୍ଟି ହୋଇନଥାନ୍ତା ଯଦି ବିଶ୍ୱ ଖାଦ୍ୟ ନିରାପତ୍ତାର ଆତ୍ମ ଘୋଷିତ ଏହି ଚାମ୍ପିଅନମାନେ ଭ୍ଲାଦିମିର ପୁଟିନଙ୍କ ସହିତ ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟପନ୍ଥା ଗ୍ରହଣ ନକରି ଏକ ଆଲୋଚନାଧର୍ମୀ ଆଭିମୁଖ୍ୟ ଆପଣାଇଥାନ୍ତେ ।

ବର୍ତ୍ତମାନ ବାଣିଜ୍ୟ ବାସନ୍ଦ ବ୍ୟବସ୍ଥା ଯୋଗୁ ରୁଷିଆ ବିଦେଶକୁ ଗହମ ରପ୍ତାନି କାରବାର କରିପାରୁନାହିଁ । ଏକ ନିଷ୍ଠୁର ବାସ୍ତବତା ହେଲା, ୟୁରୋପକୁ ବିପୁଳ ପରିମାଣର ଇନ୍ଧନ ଯୋଗାଣ କିନ୍ତୁ ଅବ୍ୟାହତ ରହିଛି । ଗହମର ଏକ ପ୍ରମୁଖ ଯୋଗାଣ ଉତ୍ସକୁ ବନ୍ଦ୍‍ କରି ଭାରତ ଉପରେ ଦୋଷ ଲଦିବା ବୋକାମୀର ପରିଚୟ ।

ଇଜିପ୍ଟ, ତୁର୍କୀ, କାଜାଖସ୍ତାନ, କିରଗିଜସ୍ତାନ, କୁଏତ, କୋସୋଭୋ, ବେଲାରୁସ ଇତି ମଧ୍ୟରେ ଗହମ ରପ୍ତାନି ଉପରେ ନିୟନ୍ତ୍ରଣ ଜାରି କରିଛନ୍ତି । ଇଜିପ୍ଟ ଏବଂ ତୁର୍କୀ ଅପର ପକ୍ଷରେ ଭାରତରୁ ପ୍ରଚୁର ପରିମାଣର ଗହମ ଆମଦାନି କରୁଛନ୍ତି ଏବଂ ସେମାନେ ଏଭଳି ପୃଷ୍ଠଭୂମିରେ ଗହମର ମୁକ୍ତ ରପ୍ତାନି କାରବାର ନିମନ୍ତେ ଦାବି କରିବାର କୌଣସି ଯଥାର୍ଥତା ନାହିଁ ।

ବିଶ୍ୱର ଅଧିକାଂଶ ରାଷ୍ଟ୍ର ସେମାନଙ୍କର ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଅତି ସତର୍କତାର ସହିତ ସୁରକ୍ଷିତ ରଖୁଛନ୍ତି ଏବଂ ସେଥି ନିମନ୍ତେ ସେମାନେ ଖାଇବା ଦେଲ, ତୈଳ ବୀଜ, ପ୍ରାଣୀଧନ, ଓଟସ୍‍, ଆଳୁ, ଚିନି, ଖାଦ୍ୟଶସ୍ୟ, ମାଂସ, ଅଟା, କୁକୁଡ଼ା, ଅଣ୍ଡା, ପାସ୍ତା, ପ୍ରକ୍ରିୟାକୃତ ଖାଦ୍ୟ, କୁକୁଡ଼ା ମାଂସ, ଚାଉଳ, ଶସ୍ୟ ଓ ସୋୟାବିନ୍‍ ଆଦିର ରପ୍ତାନି ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଇଣ୍ଡୋନେସିଆ, ଆର୍ଜେଣ୍ଟିନା, କାଜାଖସ୍ତାନ, କାମେରୁନ, କୁଏତ, ହଙ୍ଗେରୀ, ଘାନା, ଆଲଜିରିଆ, ମରକ୍କୋ ଭଳି ଅନେକ ରାଷ୍ଟ୍ର ଖାଦ୍ୟ ରପ୍ତାନିକୁ ସଂପୂର୍ଣ୍ଣ ରୂପେ ବନ୍ଦ୍‍ କରିଦେଇଛନ୍ତି ।

ଇଣ୍ଡୋନେସିଆର ପାମ୍‍ ତେଲ ରପ୍ତାନି ନିଷେଧାଦେଶ ବିଶ୍ୱ ବଜାରକୁ ଦୋହଲାଇ ଦେଇଥିଲା କାରଣ ଏହା ବିଶ୍ୱ ବଜାରକୁ ମୋଟ ଚାହିଦାର ପ୍ରାୟ ଏକ ତୃତୀୟାଂଶ ଯୋଗାଇଥାଏ । ଏଭଳି ନିୟନ୍ତ୍ରଣ ବ୍ୟବସ୍ଥା ଭାରତ ଓ ବାଂଲାଦେଶ ସମେତ ଅଧିକାଂଶ ବିକାଶଶୀଳ ରାଷ୍ଟ୍ରଙ୍କୁ ପ୍ରଭାବିତ କରିଥିଲା କାରଣ ସେମାନେ ଖାଇବାତେଲ ଉପରେ ଇଣ୍ଡୋନେସିଆ ଉପରେ ହିଁ ଅଧିକତର ନିର୍ଭର କରିଥାନ୍ତି । କିନ୍ତୁ ଏଭଳି ଅସୁବିଧା ପାଇଁ ବିକଶିତ ସମୃଦ୍ଧ ରାଷ୍ଟ୍ର କିମ୍ବା ଆଇଏମଏଫ କେବେ ଚିନ୍ତା ସୁଦ୍ଧା କରିନାହିଁ ।

ନିଜକୁ ଅଧିକ ଶ୍ରେଷ୍ଠ ଓ ବିଜ୍ଞ ବୋଲି ଭାବୁଧିବା ଏହି ରାଷ୍ଟ୍ର ଓ ସଂଗଠନମାନେ ଏକଥା ଚିନ୍ତା କରିବା ଉଚିତ ଯେ ସେମାନେ ଯେତିକି ଖାଦ୍ୟ ନଷ୍ଟ କରୁଛନ୍ତି ତାହାକୁ ପ୍ରଥମେ ବନ୍ଦ୍‍ କରିବା ଉଚିତ । ଘରୋଇ ଖାଦ୍ୟ ନଷ୍ଟ ଆକଳନ ଉପରେ ୟୁଏନଇଏଫ୍‍ ଖାଦ୍ୟ ସୂଚୀ ୨୦୨୧ ଅନୁସାରେ ଭାରତ ସଚେତନ ରାଷ୍ଟ୍ରବର୍ଗରେ ରହିଛି । ଆମର ଆନୁମାନିକ ଖାଦ୍ୟ ନଷ୍ଟ ପରିମାଣ ବର୍ଷକୁ ମୁଣ୍ଡପିଛା ୫୦ କିଲୋଗ୍ରାମ ରହିଛି । ଅନେକ ରାଷ୍ଟ୍ରରେ ଏହି ପରିମାଣ ୭୦ କିଲୋଗ୍ରାମ ଉପରେ । କୋରିଆ, ଆର୍ଜେଣ୍ଟିନା, ଜର୍ମାନୀ, ଇଣ୍ଡୋନେସିଆ, ବ୍ରିଟେନ ଏବଂ ଫ୍ରାନ୍ସରେ ଅଧିକ ମାତ୍ରାରେ ଘରୋଇ ଖାଦ୍ୟ ନଷ୍ଟ କରାଯାଇଥାଏ । ଫ୍ରାନ୍ସରେ ତ ଏହି ପରିମାଣ ୮୫ କିଲୋଗ୍ରାମ ବୋଲି ଦର୍ଶାଯାଇଛି । ଅଷ୍ଟ୍ରେଲିଆ ଏବଂ ସାଉଦି ଆରବ ୧୦୦ କିଲୋଗ୍ରାମରୁ ଉର୍ଦ୍ଧ୍ୱ ବର୍ଗରେ ରହିଛନ୍ତି ।

ଯାହା କହିଲେ ସୁଦ୍ଧା ଭାରତ ଏହି ଦିଗରେ ଅତି ଦାୟିତ୍ୱବାନ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ନିଜର ପ୍ରତିବେଶୀ ଏବଂ ଆପଦାଗ୍ରସ୍ତ ରାଷ୍ଟ୍ରଙ୍କୁ ଗହମ ଯୋଗାଇବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛି ଏବଂ ଯେଉଁସବୁ ରାଷ୍ଟ୍ରମାନଙ୍କ ସହିତ ଆମର ପୂର୍ବରୁ ଏଭଳି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ତାହାକୁ ମଧ୍ୟ ସମ୍ମାନ ଜଣାଇ ପୂର୍ଣ୍ଣ ମାତ୍ରାରେ ଅନୁପାଳନ କରିବ । ଭାରତ ଏକଥା ମଧ୍ୟ ସୁନିଶ୍ଚିତ କରିବ ଯେ ବାସ୍ତବ ପକ୍ଷେ ଆବଶ୍ୟକ କରୁଥିବା ରାଷ୍ଟ୍ରମାନଙ୍କ ନିକଟରେ ଯେଭଳି ଗହମ ପହଞ୍ôଚବ, ବଜାରକୁ ନିଜ ସ୍ୱାର୍ଥପାଇଁ ଉପଯୋଗ କରୁଥିବା ମହଜୁଦକାରୀମାନଙ୍କ ପାଖରେ ନୁହେଁ ।

ସମାଲୋଚକମାନେ ମଧ୍ୟ କୃଷକମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି । ବାସ୍ତବତା ହେଲା ପ୍ରତି ବର୍ଷ ମେ ମାସ ମଧ୍ୟଭାଗ ସୁଦ୍ଧା ସମସ୍ତ ଖାଦ୍ୟଶସ୍ୟ ସଂଗ୍ରହ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥାଏ । ଚଳିତ ବର୍ଷ କୃଷକମାନେ ସେମାନଙ୍କର ସମସ୍ତ କୃଷି ଉତ୍ପାଦ ନିମନ୍ତେ ଅଧିକ ମୂଲ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି । କେନ୍ଦ୍ର ସରକାର ଏବେସୁଦ୍ଧା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ମେ ମାସ ଶେଷ ପର୍ଯ୍ୟନ୍ତ ଗହମ ସଂଗ୍ରହ କାର୍ଯ୍ୟ ଜାରି ରଖନ୍ତୁ ।

ଗହମ ବେପାର ଠିକ୍‍ ଏୟାର ପକେଟ ଭଳି ସମସ୍ୟା ସୃଷ୍ଟି କରିଛି ଯାହାକି ଏକ ଆପାତକାଳୀନ ପରିସ୍ଥିତି ସୃଷ୍ଟି କରିପାରେ । ଏହାର ମୁକାବିଲା ନିମନ୍ତେ, ବିମାନଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଥାଏ: “ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆପଣମାନେ ଅନ୍ୟକୁ ସାହାଯ୍ୟ କରିବା ପୂର୍ବରୁ ପ୍ରଥମେ ନିଜର ଅକ୍ସିଜେନ୍‍ ମାସ୍କ ପିନ୍ଧିନିଅନ୍ତୁ” । ଏକ ନିରାପଦ ଅବତରଣ ନିମନ୍ତେ, ଜି-୭ ରାଷ୍ଟ୍ର ଗୋଷ୍ଠୀ ଏବଂ ଆଇଏମଏଫ ନିଜର ଛଳନା ପରିହାର କରନ୍ତୁ ଏବଂ ‘ମୁକ୍ତ କାରବାର’ ନିମନ୍ତେ ସ୍ୱର ଉତ୍ତୋଳନ କରନ୍ତୁ ଯାହା ଫଳରେ ରୁଷିଆ ଏବଂ ୟୁକ୍ରେନର ଗହମ ବିଶ୍ୱ ବଜାରରେ ପହଞ୍ôଚପାରିବ କିମ୍ବା ଡବ୍ଲୁଟିଓକୁ ପରାମର୍ଶ ଦିଅନ୍ତୁ ଯେଭଳି ଭାରତ ସରକାରୀ ଭଣ୍ଡାରରୁ ଗହମ ରପ୍ତାନି କରିପାରିବ ।

(ଓ ପି ଗୁପ୍ତା, ସ୍ତମ୍ଭକାର ଜଣେ ବୈଦିକ ଅଧ୍ୟେତା, ଫିନଲାଣ୍ଡରେ ଅବସ୍ଥାପିତ ଥିବା ପୂର୍ବତନ ରାଷ୍ଟ୍ରଦୂତ ଏବଂ ସମରସତା ଫାଉଣ୍ଡେସନର ଅଧ୍ୟକ୍ଷ)

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments