1. କୃଷି ଖବର

କୃଷକମାନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି "ଟକ୍ ସୋ"

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି ବୁଧବାର କୃଷି ଜାଗରଣ ଚୌପାଲରେ ଯୋଗ ଦେଇଥିଲେ ବରିଷ୍ଠ ଆଇନିଜୀବି ବିଜୟ ସରଦାନା ।

Sudesna Nayak
Sudesna Nayak
the show will bring the best of knowledge expertise from across the globe to our farmers vijay sardana a techno legal expert on his upcoming talk show with krishi jagran

the show will bring the best of knowledge expertise from across the globe to our farmers vijay sardana a techno legal expert on his upcoming talk show with krishi jagran

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି ବୁଧବାର (wednesday)କୃଷି ଜାଗରଣ ଚୌପାଲରେ ଯୋଗ ଦେଇଥିଲେ ବରିଷ୍ଠ ଆଇନିଜୀବି ବିଜୟ ସରଦାନା (vijay sardana) । ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଓ ସମସ୍ତ କର୍ମଚାରୀ ମିଶି ବରିଷ୍ଠ ଆଇନିଜୀବି ବିଜୟ ସରଦାନା (vijay sardana)ଙ୍କୁ ସ୍ବାଗତ ଜଣାଇଥିଲେ । ବରିଷ୍ଠ ଆଇନିଜୀବି ବିଜୟ ସରଦାନା (vijay sardana) ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ ।

ସୂଚନା ଅନୁଯାୟୀ, କୃଷି ଜାଗରଣ ଅଫିସରେ କୃଷି ଜାଗରଣ ସଂସ୍ଥାର ସମ୍ପାଦକ ଏମ.ସି ଡୋମନିକ୍ ଓ ‘ଆଚିଭର ରିସୋର୍ସେଜ’ର ଆସ୍ଥା ସରଦାନାଙ୍କ ମଧ୍ୟରେ ଏହି ସମ୍ବନ୍ଧରେ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ସହ ଏମୋୟୁ ସ୍ୱାକ୍ଷର ହୋଇଯାଇଛି । ଏହି ଏମୋୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଆମେ ବରିଷ୍ଠ ଓକିଲ ବିଜୟ ସରଦାନାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିବାକୁ ପାଇଥିଲେ ବି ନିଶା ତାଙ୍କର କୃଷି ଓ କୃଷକଙ୍କ ଉନ୍ନତି, ଏଥି ପାଇଁ ସେ ନା କେବଳ ଭାରତ ବରଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି ବୋଲି ସମ୍ପାଦନ ଏମ.ସି ଡୋମନିକ୍ ଏହାର ସୂଚନା ଦେଇଥିଲେ । ‘ଏହି ଚାଟ୍ ସୋ’ର ଜରିଆରେ ଆମେ ଦେଶରେ କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ଏହା ଏକ କ୍ରାନ୍ତି ସୃଷ୍ଟି କରିବାରେ ସଫଳ ହେବ ।

ପ୍ରଶ୍ନ: ପ୍ରଥମତ, କୃଷି ଜାଗରଣ ତଥା ଏଗ୍ରି ମିଡିଆ ସହିତ ଏମଓୟୁ ସ୍ୱାକ୍ଷର କରିଥିବାରୁ ଅଭିନନ୍ଦନ । ଏହା ପଛରେ ଉଦ୍ଦେଶ୍ୟ କ’ଣ?

ବିଜୟ ସରଦାନା : ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ । କୃଷକ ଭାଇମାନେ ଭାରତର ମେରୁଦଣ୍ଡ । ସାରା ବିଶ୍ୱରେ ଅନେକ ପରିବର୍ତ୍ତନ ଘଟୁଛି ଯାହା କୃଷକ ଏବଂ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଉଛି । ଏହି ପ୍ରୟାସ ଦ୍ବାରା ସାରା ବିଶ୍ୱରେ କ’ଣ ଘଟୁଛି ଏବଂ ଆମେ କିପରି ଆମର କୃଷକଙ୍କ ହିତରେ କାମ କରିବା ସହିତ ଏବଂ ଆମ ଦେଶକୁ ସର୍ବଶ୍ରେଷ୍ଠ ଜ୍ଞାନ ଦେଇପାରିବା ଏବଂ କୃଷିର ଉନ୍ନତି ପାଇଁ ଚେଷ୍ଟା କରିବା ତା ଉପରେ ଧ୍ୟାନ ଦେବା ।

ପ୍ରଶ୍ନ: ଏହି ସହଯୋଗ ଆପଣ କୃଷି ଶିଳ୍ପରେ କିପରି ଭାବେ ପରିବର୍ତ୍ତନ ଆଣିବ ଆପଣ ଭାବୁଛନ୍ତି ?

ବିଜୟ ସରଦାନା : ଆଜିର ଆଧୁନିକ ଯୁଗରେ ଆଧୁନିକ ଜ୍ଞାନ କୌଶଳ ଏବଂ ଉତ୍ତମ ବିକାଶ ପାଇଁ ଉତ୍ତମ ଗୁଣାତ୍ମକ ଜ୍ଞାନ ଆଧାର ଏବଂ ବ୍ୟାପକ ପ୍ରସାର ଏକ ଉତ୍ତମ ମାଧ୍ଯମ । ଆଧୁନିକ ଯୁଗ ହେଉଛି ବିଜ୍ଞାନର ଯୁଗ । କୃଷି, ଶିଳ୍ପ, ଶିକ୍ଷା, ଚିକିତ୍ସା ଓ ମନୋରଞ୍ଜନ ପ୍ରଭୁତି କ୍ଷେତ୍ରରେ ଆମର ପ୍ରଗତି ପାଇଁ ବିଜ୍ଞାନ ଯୋଗେଇ ଆସିଛି ତାର ଅକୁଷ୍ଠ ପୃଷ୍ଠପୋଷକତା । ଏଥିସହିତ କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ ତାହା ଏହାର ମୂଳ ଲକ୍ଷ୍ୟ ।

ପ୍ରଶ୍ନ: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପିଏମ ମୋଦୀଙ୍କ ଦୃଷ୍ଟିକୋଣ ସହିତ ଏହା କୌଣସି ପ୍ରକାରେ ଅଛି କି?

ବିଜୟ ସରଦାନା : ଆଧୁନିକ ଦୁନିଆରେ ଜ୍ଞାନ ହେଉଛି ଶକ୍ତି । ଜ୍ଞାନ ଆମ କୃଷକମାନଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ସାହାର୍ଯ୍ୟ କରିବ । ଯାହା ଦ୍ବାରା ତାଙ୍କ ଆୟ ଦ୍ୱିଗୁଣିତ ହେବ । ଅଭିନବ ଉପାୟ ଏବଂ ବିନା ଜ୍ଞାନ ଦ୍ବାରା ଜୀବନରେ ଉନ୍ନତି ମିଳିବା କଷ୍ଟକର । ବର୍ତ୍ତମାନ ସମୟରେ, ତେଣୁ, ଆମର ଉଦ୍ୟମ କୃଷକଙ୍କ ଆୟରେ ଉନ୍ନତି ଆଣିବା ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ମେଳ ଖାଉଛି ।

ପ୍ରଶ୍ନ: ଦର୍ଶକମାନେ ପ୍ରୋଗ୍ରାମରୁ କ’ଣ ଶିକ୍ଷା ପାଇବେ?

ବିଜୟ ସରଦାନା : ଆମେମାନେ ସରଳ ଏବଂ ସହଜ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଲୋକଙ୍କ ପାଖରେ ପହାଞ୍ଚାଇବୁ ।

ପ୍ରଶ୍ନ: ଚଳିତ ବର୍ଷର ବଜେଟରେ ଆସୁଥିବା କୃଷି ସମ୍ବନ୍ଧୀୟ କୌଣସି ବଡ ଘୋଷଣା ଆପଣ ଅନୁମାନ କରୁଛନ୍ତି କି?

ବିଜୟ ସରଦାନା : ପ୍ରତ୍ୟେକ ବଜେଟରେ କୃଷି ସର୍ବଦା ଏକ ମୁଖ୍ୟ ଆକର୍ଷଣ ହୋଇଥାଏ । ମୁଁ ନିଶ୍ଚିତ ଯେ ଏହି ବର୍ଷ ମଧ୍ଯ ଅନେକ ନୂତନ ବିକାଶ ଘଟିବ ।

ପ୍ରଶ୍ନ: ୨୦୨୩ କୁ ବିଶ୍ୱ ପାଳିବ ମିଲେଟ ବର୍ଷ,ଏହାକୁ ନେଇ ଆପଣଙ୍କ କଣ ମତ ରହିଛି ?

ବିଜୟ ସରଦାନା : ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ ଏବଂ ଏହାର ପାରମ୍ପାରିକ ଜ୍ଞାନର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ପଡିବ । ବାସ୍ତବରେ, ପ୍ରତ୍ୟେକ ରାଜ୍ୟ ସରକାର ମିଲେଟରେ ନିର୍ମିତ ସେମାନଙ୍କର ପାରମ୍ପାରିକ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏବେ ତ ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ (world) ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ଯାହା କି ବହୁତ ବଡ ଖୁସି ଖବର ।

ପ୍ରଶ୍ନ: ଭାରତୀୟ କୃଷି ବିକାଶ ହେଉଛି - ଟ୍ରାକ୍ଟରରୁ ଡ୍ରୋ ନ୍କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି ଏହା ଉପରେ ଆପଣଙ୍କ ମତ କଣ ?

ବିଜୟ ସରଦାନା : କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଏହା ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରାଯିବ । ଚାଷ କାର୍ଯ୍ୟ ପାଇଁ ବେଶ ପରିଶ୍ରମ କରନ୍ତି ଚାଷୀ । ଏହାକୁ ସହଜ କରିବା ପାଇଁ ଟେକ୍ନୋଲୋଜୀର ସାହାଯ୍ୟ ନିଆଯାଉଛି ।

ମୁଁ ସମସ୍ତ ଷ୍ଟକହୋଲ୍ଡରର୍ସଙ୍କୁ ନିଶ୍ଚିତ କରିପାରିବି, ସର୍ବୋତ୍ତମ ବିଷୟବସ୍ତୁ ଆପଣଙ୍କ ନିକଟକୁ ଆସିବ ବୋଲି ଆମେ ନିଶ୍ଚିତ କରିବୁ । ଆମର ଟିମ ସହିତ ଆମେ ଅତି ଘନିଷ୍ଠ ଭାବେ କାମ କରିବୁ । ସବୁଠୁ ବଡ କଥା ସେୟାର କରିବାକୁ ଭୁଲନ୍ତୁ ନାହିଁ ଏବଂ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ଏବଂ ଆପଣଙ୍କର ମତାମତ ଦେବାକୁ ମଧ୍ଯ ଜମା ଭୁଲନ୍ତୁ ନାହିଁ। ଏଗୁଡ଼ିକ ଦର୍ଶକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅବଦାନ ।

କୃଷି ଜାଗରଣ ସଂସ୍ଥା ସହ ହାତ ମିଳାଇଲେ ବରିଷ୍ଠ ଆଇନିଜୀବି ବିଜୟ ସରଦାନା; ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଏଗ୍ରୀ-ଟକ୍ ସୋ’

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments