
The Smart Protein Summit 2022 starts at new delhi
ଫେଡେରେସନ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ(FICCI) ଏବଂ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ(MoFPI)ର ମିଳିତ ସହଯୋଗରେ ବାର୍ଷିକ କାର୍ଯ୍ୟକ୍ରମ ସ୍ମାର୍ଟ ପ୍ରୋଟିନ୍ ସମ୍ମିଳନୀର ଆୟୋଜନ କରୁଛି ଗୁଡ ଫୁଡ ଇଣ୍ଡଷ୍ଟ୍ରୀ ।
ଆଜିଠୁ ଆରମ୍ଭ ହୋଇଛି ଏହି ଦୁଇ ଦିନିଆ ସମ୍ମିଳନୀ । ନୂଆ ଦିଲ୍ଲୀରେ ଆୟୋଜିତ ଏହି ସମ୍ମିଳନୀରେ ବିଶେଷଜ୍ଞ, ଉଦ୍ୟୋଗୀମାନେ ସାମିଲ ହେବେ । ବିଗତ ଦୁଇ ବର୍ଷରେ ସ୍ମାର୍ଟ ପ୍ରୋଟିନ୍ ଟେକ୍ନୋଲୋଜି, ଷ୍ଟାର୍ଟଅପ୍ ଏବଂ ନିବେଶରେ ଉତ୍ସାହଜନକ ବିକାଶ ଦେଖିବାକୁ ମିଳିଛି ।
ଭାରତୀୟ ସ୍ମାର୍ଟ ପ୍ରୋଟିନ୍ ଇକୋସିଷ୍ଟମ୍ ଏକ ଉଲ୍ଲେଖନୀୟ ହାରରେ ବୃଦ୍ଧି ପାଇଛି । କେବଳ ହାତଗଣତି ହିତାଧିକାରୀଙ୍କ ଠାରୁ ଆରମ୍ଭ କରି 50ରୁ ଅଧିକ ଷ୍ଟାର୍ଟଅପ୍, 80ରୁ ଉର୍ଦ୍ଧ୍ବ ସହାୟକ କମ୍ପାନୀଙ୍କ ସହିତ ପୁଞ୍ଜି ବିନିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ନୀତିଗତ ଅଗ୍ରଗତି ସ୍ପଷ୍ଟ ରୂପ ନେବାକୁ ଆରମ୍ଭ କରିଛି ।
ସ୍ମାର୍ଟ ପ୍ରୋଟିନ୍ ଶିଖର ସମ୍ମିଳନୀ ପ୍ରତିବର୍ଷ ଏହି ଇକୋସିଷ୍ଟମକୁ ଏକଜୁଟ କରିବା ପାଇଁ ମହତ୍ବପୂର୍ଣ୍ଣ ଭୂମିକ ନିର୍ବାହନ କରିଛି । ମିଶନ୍ ମୋଡରେ ଚଳିତ ବର୍ଷର ଥିମ୍ ସହିତ ଜିଏଫ୍ଆଇ ଇଣ୍ଡିଆ ଏପର୍ଯ୍ୟନ୍ତ ଏହାର ଚିତ୍ତାକର୍ଷକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି ।
Digital Agriculture Mission: କୃଷି ଟେକ୍ନୋଲୋଜୀ ଉପରେ ତୋମାରଙ୍କ ଗୁରୁତ୍ବ
Share your comments