News

ଆସନ୍ତା ସପ୍ତାହ ବେଳକୁ ଆହୁରି ବଢିବ ତାତି ; ୧୪ ରୁ ନିଆଁବର୍ଷା

ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

10 March, 2022 10:25 AM IST By: Sudesna Nayak

ବଢ଼ିବ ଦିନର ତାପମାତ୍ରା । ଏଥିସହ ଖରାର ପ୍ରକୋପ ବୃଦ୍ଧି ପାଇବ । ଏବେ ଠାରୁ ତ କଲବଲ କଲାଣି ଖରା । ଆସନ୍ତା ସପ୍ତାହ ବେଳକୁ ଆହୁରି ବଢିବ ତାତି (Hot)। ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ (IMD)।

ସୂଚନା ଅନୁୟାୟୀ, ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି ।

୧୪ ତାରିଖ ବେଳକୁ ଭୁବନେଶ୍ୱର (Bhubaneswar) ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି ।

ଖରାଟିଆ ପାଗ ହେବା ସହିତ ତାପମାତ୍ରା ମଧ୍ଯ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍‌ ରହିବ ।

ଅପରପକ୍ଷେ, ବୁଧବାର (Wednesday) ରାଜ୍ୟର ୧୫ ଟି ସହରର ତାତି (Hot)୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା ।

ପ୍ରକାଶ ଥାଉ ଯେ, ୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ପାଣିପାଗ ବିଭାଗ (IMD) ପରାମର୍ଶ ଦେଇଛନ୍ତି ।

ବଢିବ ତାତି, କେବେ ଠୁ ଜାଣନ୍ତୁ ; ସୂଚନା ଦେଲା ପାଣିପାଗ ବିଭାଗ

ବଢିବ ତାତି : ଓଡିଶାରେ ୧୪ ରୁ ୧୯ ଯାଏଁ ପ୍ରବଳ ଖରା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)