1. କୃଷି ଖବର

ବଢିବ ତାତି, କେବେ ଠୁ ଜାଣନ୍ତୁ ; ସୂଚନା ଦେଲା ପାଣିପାଗ ବିଭାଗ

ବର୍ତ୍ତମାନ ଠାରୁ ହିଁ କଲବଲ କଲାଣି ଖରା । ଆସନ୍ତା ସପ୍ତାହ ବେଳକୁ ଆହୁରି ତତେଇବ ତାତି । ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Sudesna Nayak
Sudesna Nayak
weather update hot in odisha

weather update hot in odisha

ବର୍ତ୍ତମାନ ଠାରୁ ହିଁ କଲବଲ କଲାଣି ଖରା । ଆସନ୍ତା ସପ୍ତାହ ବେଳକୁ ଆହୁରି ତତେଇବ ତାତି । ଆସନ୍ତା ୧୪ ତାରିଖରୁ ୧୯ ତାରିଖ ଯାଏଁ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ସୂଚନା ଅନୁୟାୟୀ, ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ ରାତି କିମ୍ବା ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ (IMD)ଆକଳନ କରିଛନ୍ତି ।

ଖରାଟିଆ ପାଗ ହେବା ସହିତ ତାପମାତ୍ରା ମଧ୍ଯ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠୁ ଉତ୍ତପ୍ତ ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍‌ ରହିବ ।

ପାଣିପାଗ ବିଭାଗ (IMD)ଆକଳନ ଅନୁୟାୟୀ, ୧୪ ତାରିଖ ବେଳକୁ ଭୁବନେଶ୍ୱର (Bhubaneswar) ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ ତାରିଖରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ଏହାପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ।

ପ୍ରକାଶ ଥାଉ ଯେ, ଅପରପକ୍ଷେ, ମଙ୍ଗଳବାର (TUESDAY) ରାଜ୍ୟର ୧୪ ଟି ସହରର ତାତି (Hot)୩୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ଝାରସୁଗୁଡ଼ା ଜିଲ୍ଲାରେ ୩୬.୮ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ୩୬.୨ଡିଗ୍ରୀ ସେଲସିୟସ୍‌, ରାୟଗଡ଼ା, ବୌଦ୍ଧ ଜିଲ୍ଲା ଓ ତାଳଚେରରେ ୩୬ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିଲା । ତେବେ ସମ୍ବଲପୁର ଜିଲ୍ଲା ଓ ଅନୁଗୁଳ ଜିଲ୍ଲାରେ ୩୫.୭ଡିଗ୍ରୀ ସେଲସିୟସ୍‌, ବଲାଙ୍ଗୀର ଜିଲ୍ଲାରେ ୩୫.୫ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ ଓ ସୋନପୁରରେ ୩୫.୨ଡିଗ୍ରୀ ସେଲସିୟସ୍‌, କଟକ ଜିଲ୍ଲା, ବାରିପଦା ଓ ମାଲକାନଗିରି ଜିଲ୍ଲାରେ ୩୫ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ବଢିବ ତାତି : ଓଡିଶାରେ ୧୪ ରୁ ୧୯ ଯାଏଁ ପ୍ରବଳ ଖରା

କଲବଲ କଲାଣି ତାତି : ୧୪ ରୁ ୧୯ ଯାଏଁ ନିଆଁବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments