News

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର ସାର କାରଖାନାର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ । ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ - ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବା ନେଇ କହିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

08 January, 2023 8:00 PM IST By: Tanushree Mahapatra

ତାଳଚେର ସାର କାରଖାନାର ( talcher fertilizer factory ) ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ । ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ - ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ସାର ସାରଖାନା ନିର୍ମାଣ ଶେଷ ହେବା ନେଇ କହିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ । ୧୭,୦୦୦ କୋଟି ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ଏହି ପ୍ରକଳ୍ପ ଚାଷୀଙ୍କୁ ସୁବିଧା ଦେବ ।

ସ୍ଥାନୀୟ ଅର୍ଥନୀତି ଓ ବ୍ୟବସାୟିକ ବାତାବରଣ ତିଆରି କରିବାରେ ସାର କାରଖାନାର ବହୁତ ବଡ ଯୋଗଦାନ ରହିବ । ତାଳଚେର ସାର କାରଖାନା କୋଇଲାରୁ ଗ୍ୟାସ, ଗ୍ୟାସରୁ ୟୁରିଆ ଏବଂ ୟୁରିଆରୁ କୃଷକଙ୍କ ଆବଶ୍ୟକତାକୁ ପୂରଣ କରିବ । ତାଳଚେର ସାର କାରଖାନା ପରିସରରେ ଚାରାରୋପଣ କଲେ ।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଅନୁଗୋଳ ଜିଲ୍ଲା ଗସ୍ତ କରି ତାଳଚେର ସାର କାରଖାନା ପରିଦର୍ଶନ କରିବା ସହ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ନେଇ ସମୀକ୍ଷା କରିଛନ୍ତି । ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନା ୟୁରିଆ ଓ ସାର ଉତ୍ପାଦନରେ ଭାରତକୁ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ସମୀକ୍ଷା କରିବା ପରେ କହିଛନ୍ତି । ସେହିପରି ୨୦୨୪ ଅକ୍ଟୋବର ମାସ ପୂର୍ବରୁ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ ବୋଲି ଶ୍ରୀ ମାଣ୍ଡଭିୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ନିରନ୍ତର ସମୀକ୍ଷା ଜାରୀ ରହିଛି । ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣାଧୀନ ଦେଶର ପ୍ରଥମ କୋଲ ଗ୍ୟାସିଫିକେସନ ଟେକ୍ନୋଲୋଜି ଆଧାରିତ ତାଳଚେର ସାର କାରଖାନା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବ । ଚାଷୀଙ୍କୁ ସୁବିଧା ଦେବ । ସହ ଏବଂ ଭାରତକୁ ଆତ୍ମନିର୍ଭର କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସାର ଓ ୟୁରିଆ ଉତ୍ପାଦନକୁ ବଢାଇବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟିକ ବାତାବରଣକୁ ବଢାଇବାରେ ଏହି ପ୍ରକଳ୍ପ ସହାୟକ ହେବ ।

ସେ କହିଛନ୍ତି ଯେ ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ରହିଛି । ପର୍ଯ୍ୟାବରଣ ସମସ୍ୟାକୁ ଦୃଷ୍ଟିରେ ରଖି ସେହି କୋଇଲାକୁ କୋଇଲାକୁ ଅନ୍ୟ କେଉଁ ଉପାୟରେ ଉପଯୋଗ କରାଯିବ ସେ ନେଇ ଚିନ୍ତା କରାଯାଉଛି । ଏହି ପରିପ୍ରେକ୍ଷୀରେ କୋଲ ଟୁ ସିନ ଗ୍ୟାସ ପ୍ରକଳ୍ପ ବିଶ୍ୱରେ ପ୍ରତିପାଦିତ ହୋଇପାରିଛି । ଏ ଟେକ୍ନୋଲୋଜିକୁ ଭାରତରେ ଉପଯୋଗ କରି କୋଲ ଇଣ୍ଡିଆ, ଗେଲ ଓ ରାଷ୍ଟ୍ରୀୟ ଫର୍ଟିଲାଇଜର କର୍ପୋରେସନ ମିଳିତ ଉଦ୍ୟୋଗରେ ତାଳଚେର ସାର କାରଖାନା ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବା ନେଇ ଅପେକ୍ଷା ରଖାଯାଇଛି । ସ୍ଥାନୀୟ ଅର୍ଥନୀତି, ରୋଜଗାର, ବ୍ୟବସାୟିକ ବାତାବରଣ ତିଆରି କରିବାରେ ଏହି ପ୍ରକଳ୍ପର ବହୁତ ବଡ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ମାଣ୍ଡଭିୟ କହିଛନ୍ତି ଯେ ଭାରତର ନିଜସ୍ୱ କୋଇଲାକୁ ବ୍ୟବହାର କରି ସେଥିରୁ ଗ୍ୟାସ ଉତ୍ପାଦନ କରି ସେହି ଗ୍ୟାସରୁ ୟୁରିଆ ତିଆରି କରିବା ଉଦ୍ଦେଶ୍ୟ ନେଇ ତାଳଚେର ଠାରେ ପ୍ରଧାନମନ୍ତ୍ରୀ କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ । କାମ ତୀବ୍ର ଗତିରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ୫ଟି ୟୁରିଆ ପ୍ଲାଣ୍ଟରୁ ୪ଟି ଉତ୍ପାଦନକ୍ଷମ ହୋଇଗଲାଣି, ତାଳଚେର ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବ । ଆମ ଦେଶ ପାଖରେ ନିଜସ୍ୱ ଏନର୍ଜି ଚାହିଦା ପୂରଣ କରିବାର କ୍ଷମତା ଅଛି । କିନ୍ତୁ ଏନର୍ଜିକୁ ଗ୍ୟାସରେ ଏବଂ ଗ୍ୟାସକୁ କନଭର୍ଟ କରିବା ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ । କୋଇଲାରୁ ଗ୍ୟାସ, ଗ୍ୟାସରୁ ୟୁରିଆ ଏବଂ ୟୁରିଆରୁ କୃଷକଙ୍କ ଆବଶ୍ୟକତାକୁ ପୂରଣ କରାଯିବ ।

ଆହୁରି ୩ ଦିନ ଥରିବ ରାଜ୍ୟ, ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ

Budget 2023: ଏଥରର ବଜେଟ ଆକଳନ, ଜାଣନ୍ତୁ ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)