ରାଜ୍ୟରେ ବନ୍ୟାସ୍ଥିତି(flood situation) ଭୟଙ୍କର ରହିଛି । ଫୁଲୁଛି ନଦୀର ଜଳସ୍ଥର । ଚାରିଆଡେ ଜଳପ୍ରଳୟ । ଏହାରି ମଧ୍ୟରେ ସୁବର୍ଣ୍ଣରେଖା(Subarnarekha) ନଦୀରେ ବଡ ବନ୍ୟା(heavy flood) ଆସୁଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ମୟୁରଭଞ୍ଚ,କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବନ୍ୟା (heavy flood) ହେବା ନେଇ SRC କହିଛନ୍ତି ।
ଏସଆରସିଙ୍କ ଅନୁଯାୟୀ, ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆଶଙ୍କା ରହିଛି । ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ମାଡିଆସୁଛି । ଏନେଇ ପ୍ରେସମିଟ୍ରେ ସତର୍କ କରାଇଛନ୍ତି SRC ପ୍ରଦୀପ ଜେନା । ଗାଲୁଡିହି ବ୍ୟାରେଜ ଗେଟ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଥିବା ଜଣାପଡିଛି ।
ବନ୍ୟା ପ୍ରଭାବରେ ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ପ୍ରଭାବିତ ହେବ
ଏସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ବୋଲି ଏସଆରସି କହିଛନ୍ତି । ସେହିପରି ଆଜି ଅପରାହ୍ନ ପରଠାରୁ ବନ୍ୟା ପ୍ରଭାବ ଆରମ୍ଭ ହୋଇ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ବୋଲି ପ୍ରଦୀପ ଜେନା କହିଛନ୍ତି ।
ବନ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି । ୨୦୦୮ ବନ୍ୟାଠାରୁ ଏହାର ପ୍ରଭାବ ଅଧିକ ରହିବ । ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା ଥିବାରୁ ସଜାଗ ରୁହନ୍ତୁ ବୋଲି ଏସଆରସି ଆଲର୍ଟ କରାଇଛନ୍ତି ।
ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସୁନିଶ୍ଚିତ ନେଇ ଏକପ୍ରକାର ଜଣାପଡିସାରିଲାଣି । ଦୁଇ ଜିଲ୍ଲାରେ ବନ୍ୟାର ପ୍ରକୋପ ଅଧିକ ରହିବ । ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ୨ ଜିଲ୍ଲାକୁ ଯାଇଛନ୍ତି ।
ଏପଟେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ରହିଛ ।
ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ଆହୁରି ଛେଚିବା ନେଇ ଆଶଙ୍କା
Share your comments