ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ । କୃଷକ ଭାଇମାନେ ଭାରତର ମେରୁଦଣ୍ଡ । ଚାଷୀ ଭାଇ ବା କୃଷକ ଭାଇଙ୍କୁ ବଞ୍ଚାନ୍ତୁ , ଆମ ଭାରତ ବଞ୍ଚିବ,ଭାରତ ବଞ୍ଚିଲେ ଓଡିଶା ବଞ୍ଚିବ । ଭାରତର ୬୫ଭାଗ ଲୋକସଂଖ୍ୟା ନିଜର ଜୀବନ- ଜୀବିକା ନିର୍ବହନ ପାଇଁ କୃଷି ଉପରେ ପ୍ରତ୍ୟେକ ଏବଂ ପରୋକ୍ଷ ଭାବରେ ନିର୍ଭର କରିଥାନ୍ତି । ଏଣିକି କୃଷି କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଗଲାଣି । କୃଷି କ୍ଷେତ୍ରରେ ଧନ ଉପାର୍ଜନ କରିବା ବେଶ ସହଜ । କିନ୍ତୁ କେବଳ ପାରମ୍ପରିକ କୃଷି ପଦ୍ଧତ୍ତିରେ ଆପଣ ଉପାର୍ଜନ କରିପାରିବେ ନାହିଁ ତେଣୁ ଆପଣଙ୍କୁ କେତେଟି ଦିଗକୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । ଅଧିକ ଲାଭଦାୟକ ହେବ ଲାଗି କୃଷିର କେତେକ ବିଶେଷ ବ୍ୟବସାୟୀ ରହିଛି ଯାହା ଆପଣଙ୍କୁ ଅଧିକ ଲାଭ ଦେବାର ସକ୍ଷମ ।
କୃଷି କ୍ଷେତ୍ରରେ ବିଶେଷ ଭାବେ ୩ ଟି ପ୍ରକାରର ବ୍ୟବସାୟୀ ଦେଖିବାକୁ ମିଳିବ ଯଥା :ଉତ୍ପାଦନରେ ସାହାଯ୍ୟ କରୁଥିବା କୃଷି ଉପକରଣ ,ସାର ,ଖତ ଇତ୍ୟାଦି । ଫୁଲ ,ପନିପରିବା ଚାଷ ଇତ୍ୟାଦି କ୍ଷେତ୍ରରେ । ଏଥିସହିତ ଉତ୍ପାଦନର ରାଶି ଯୋଗାଉଥିବା ଇନ୍ସୁରାନ୍ସ ଇତ୍ୟାଦି ।
ଉନ୍ନତ ପଦ୍ଧତିରେ କୃଷି - ପାରମ୍ପରିକ ବ୍ୟତୀତ ସ୍ଥାନୀୟ ବଜାରର ଚାହିଦା ଦେଖି ବିଶେଷ କରି ପନିପରିବା ଚାଷ କରିବା ଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ ।
ଜୈବିକ ଚାଷ - ଜୈବିକ ପଦ୍ଧତ୍ତିରେ ଚାଷ ହେଉଥିବା ସମସ୍ତ ସାମଗ୍ରୀ ଆପଣଙ୍କ ଲାଗି ବେଶ ଲାଭଦାୟକ । ଏହା ବଜାରରେ ପାରମ୍ପରିକ କୃଷି ଉତ୍ପାଦ ଠାରୁ ମଧ୍ୟ ୩ ରୁ ୪ ଗୁଣ ଅଧିକ ମୂଲ୍ୟ ଧାର୍ଯ୍ୟ କରିଥାଏ ।
କୁକୁଡ଼ା ପାଳନ- ଦେଶୀ ଓ ବ୍ରଏଲର କୁକୁଡ଼ା ଉଭୟର ବଜାରରେ ବିଶେଷ ଚାହିଦା ରହିଛି ,ତେଣୁ ଆପଣ କୁକୁଡ଼ା ପାଳନକୁ ନିଶ୍ଚିନ୍ତ ଆପଣେଇପାରିବେ । ଦେଶୀ କୁକୁଡ଼ା ର ବଜାରରେ ଅଧିକ ଚାହିଦା ରହିଥାଏ । ଏହାଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ ।
ମହୁ ମାଛି ଚାଷ - କୃଷି ସହ ମଧୁ ଉତ୍ପାଦନକୁ ଆପଣ ବିଶେଷ କରି ସମନିତ୍ବ ଚାଷ ଭାବେ ଗ୍ରହଣ କରିପାରିବେ । ଏହା ଦ୍ୱାରା ଅମଳ ବୃଦ୍ଧି ହେବା ସହ ମହୁ ଉତ୍ପାଦନରୁ ମଧ୍ୟଆପଣ ଅଧିକ ଲାଭବାନ ହୋଇପାରିବେ ।
Share your comments