ସବୁଜ ବିପ୍ଳବର ପରବର୍ତ୍ତୀ ପର୍ଯ୍ୟାୟରେ କୃଷିକ୍ଷେତ୍ରରେ ସାର, ଔଷଧ ଏବଂ କୀଟନାଶକର ପ୍ରୟୋଗ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି l କୀଟନାଶକ ପ୍ରୟୋଗର ପ୍ରାଥମିକ ଉଦ୍ଦେଶ୍ୟ ଥିଲା କୃଷକର ଅମଳକୁ ବୃଦ୍ଧି କରିବା ଏବଂ ଯଥେଷ୍ଟ ସୁଫଳ ମିଳିସାରିଛି l କୀଟନାଶକଗୁଡ଼ିକର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ପରିବେଶ ତଥା ଜୀବଜଗତର ପ୍ରଭୁତ୍ୱ କ୍ଷତି ସାଧିତ ହେଉଛି l ଜଳଜ ପ୍ରାଣୀ ତଥା ଉଦ୍ଭିଦଗୁଡ଼ିକ ନିମନ୍ତେ କୀଟନାଶକଗୁଡ଼ିକ ଆଜି ଅଭିଶାପ ପରି ହୋଇଯାଇଛି l
ମନୁଷ୍ୟ ଏବଂ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଖାଦ୍ୟରେ କୀଟନାଶକଗୁଡ଼ିକର ମାତ୍ରା ବହୁଳ ମାତ୍ରାରେ ରହୁଥିବାର ପରୀକ୍ଷାଗୁଡ଼ିକରୁ ଜଣାପଡ଼ିଛି l ସମୟକ୍ରମେ କେତେଗୁଡ଼ିଏ ଉପକାରୀ ଜଳଜ ପ୍ରାଣୀ ତଥା ଉଦ୍ଭିଦଗୁଡ଼ିକର ବିଲୋପ ଘଟିସାରିଲାଣି l ପରିସ୍ଥିତି ଆହୁରି ସଙ୍କଟ ଆଡ଼କୁ ଗତି କରିବା ପୂର୍ବରୁ ସରକାରୀ ସ୍ତରରେ କେତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଉଛି l
କୃଷି ବିଶେଷଜ୍ଞମାନଙ୍କର ଉପଦେଶ କ୍ରମେ ଅଗଷ୍ଟ ୮, ୨୦୨୦ ଠାରୁ କେନ୍ଦ୍ର ସରକାର ୧୨ଗୋଟି ନିର୍ଦ୍ଧିଷ୍ଟ କୀଟନାଶକର ବ୍ୟବହାରକୁ ବନ୍ଦ କରିଛନ୍ତି l ଡିସେମ୍ବର ୩୧ ତାରିଖ ଠାରୁ ଆହୁରି ୬ଟି କୀଟ ନାଶକକୁ କେନ୍ଦ୍ର ସରକାର ବନ୍ଦ କରିବେ l ଏହି କୀଟନାଶକଗୁଡ଼ିକ ମନୁଷ୍ୟ ଏବଂ ପ୍ରାଣୀମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ l
ଅଗଷ୍ଟ ୮, ୨୦୨୦ ଠାରୁ ନିମ୍ନଲିଖିତ କୀଟନାଶକଗୁଡ଼ିକୁ ଭାରତରେ ନିଷେଧ କରାଯାଇଛି:
-ବେନୋମିଲ୍
-କାର୍ବାରିଲ୍
-ଡିଆଜିନନ୍
-ଫେନାରିମୋଲ୍
-ଫେଣ୍ଠିଅନ୍
-ଳିନୁରୋନ୍
-ମେଥୋକ୍ସି ଏଥିଲ୍ ମରକ୍ୟୁରୀ କ୍ଲୋରାଇଡ୍
-ମିଥାଇଲ୍ ପାରାଥିୟନ୍
-ସୋଡିୟମ୍ ସିଆନାଇଡ୍
-ଥିଓମେଟନ୍
-ଟ୍ରାଇଡେମର୍ଫ
-ଟ୍ରାଇଫ୍ଲରାଲିନ୍
ଡିସେମ୍ବର ୩୧, ୨୦୨୦ ଠାରୁ ନିମ୍ନଲିଖିତ କୀଟନାଶକଗୁଡ଼ିକୁ ଭାରତରେ ନିଷେଧ କରାଯାଇଛି:
-ଟ୍ରାଇକ୍ଲୋରଫନ୍
-ଟ୍ରାଇଆଜୋଫସ୍
-ଆଲକ୍ଲୋର
-ଡାଇକ୍ଲୋରଭସ୍
-ଫୋରେଟ୍
-ଫସ୍ଫାମିଡନ୍