News

ତୃତୀୟ ଦିନରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି

ଆଜି ତୃତୀୟ ଦିନରେ ସଫଳତାର ସହ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ । ଏହି ମେଳାରେ ସରକାରୀ ମୂଲ୍ୟରେ ସବୁ ଚାଷ ଉପକରଣ ଉପଲବ୍ଧ କିନ୍ତୁ ଏହାର କିଛି ପ୍ରକ୍ରିୟା ରହିଛି ଯାହାକୁ ଚାଷୀ ଏହାର ଉପଯୁକ୍ତ ଲାଭ ଉଠାଇପାରିବେ ।

18 December, 2023 3:54 PM IST By: Sudesna Nayak

ଆଜି ତୃତୀୟ ଦିନରେ ସଫଳତାର ସହ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ (DISTRICT LEVEL KRUSHI MAHOSTAV AND FARM MECHANISATION MELA)। ଏହି ମଞ୍ଚରେ ପ୍ରଥମ ଏବଂ ଦ୍ବିତୀୟ ଦିନ ଭଳି ତୃତୀୟ ଦିନରେ ମଧ୍ଯ ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ଯେଉଁମାନେ ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି । ଏହି ତଥ୍ୟ ସେମାନଙ୍କ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବ ।

ସୂଚନା ଥାଉ କି, ଆଜି ଏହି ତୃତୀୟ ଦିନର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅଧ୍ଯକ୍ଷ ପୌରପରିଷଦ ରାୟଗଡ ଶ୍ରୀଯୁକ୍ତ ମହେଶ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିସହିତ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଜିଲ୍ଲା ମୁଖ୍ଯ କୃଷି ଅଧିକାର ରାୟଗଡ ଓ ସମ୍ମାନୀତ ଅତିଥି ଧବଳେଶ୍ବର ନାୟକ ଜିଲ୍ଲା ପରିଷଦ ସଭ୍ୟ କୋଲନରା ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ ।

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ମହିନ୍ଦ୍ରା(Mahindra), ଷ୍ଟିଲ, ସୋନାଲିକା, ସ୍ବରାଜ, ପାଓ୍ବାରଟ୍ରାକ, ଆଇସର,ଜନଡିୟର ଭଳି ବଡ ବଡ ବେସରକାରୀ ସରକାରୀ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥା ଏଥିରେ ଯୋଗ ଦେବା ସହିତ ନିଜର ଷ୍ଟଲ ମଧ୍ୟ ଲଗାଇଛନ୍ତି । ଏଥିସହିତ ରାୟଗଡ କୃଷି ବିଜ୍ଞାନ କେନ୍ଦ୍ର ମଧ୍ଯ ନିଜର ଷ୍ଟଲ ଲଗାଇଛନ୍ତି ।

ତୃତୀୟ ଦିନରେ ତଥା ଆଜି ଏହି ମେଳା ଜରିଆରେ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଆଜି ଏହି ଆଲୋଚନା ଚକ୍ରର ମୁଖ୍ୟ ଭାବରେ ଡ. ଆଲୋକ କୁମାର ଆଚାର୍ଯ୍ୟ,ଏସ.ଡି.ଭି.ଓ.ଗୁଣୁପୁର, ଚୁଳାକାନ୍ତି ତଜନ ଡି.ଏଫ.ଓ. ରାୟଗଡ ଯୋଗ ଦେଇ କୃଷି ସମ୍ପକରେ ଆଲୋଚନା କରିଥିଲେ । ଏହି ମେଳାରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାକୁ ଦ୍ବିଗୁଣିତ କରିଥିଲେ ।

ପ୍ରକାଶ ଥାଉ କି, ଏହି ମେଳା ଜରିଆରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ । ଏହି ମେଳାରେ ହଜାର ହଜାର ଚାଷୀ ନିଜର ଯୋଗଦାନ ଦେଇଛନ୍ତି । ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ। ଏହି ମେଳାରେ ସରକାରୀ ମୂଲ୍ୟରେ ସବୁ ଚାଷ ଉପକରଣ ଉପଲବ୍ଧ କିନ୍ତୁ ଏହାର କିଛି ପ୍ରକ୍ରିୟା ରହିଛି ଯାହାକୁ ଚାଷୀ ଏହାର ଉପଯୁକ୍ତ ଲାଭ ଉଠାଇପାରିବେ ।

ଆଜି ଠୁ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ

ସଫଳତାର ସହ ଦ୍ବିତୀୟ ଦିନରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା ୨୦୨୩