1. କୃଷି ଖବର

ଆଜି ଠୁ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ

ଆଜି ଠୁ ଉତ୍ସାହର ସହିତ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ । ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ଏହି ସମୟ ମଧ୍ୟରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ l

Sudesna Nayak
Sudesna Nayak
RAYAGADA DISTRICT LEVEL KRUSHI MAHOSTAV AND FARM MECHANISATION MELA STARTS FROM TODAY

RAYAGADA DISTRICT LEVEL KRUSHI MAHOSTAV AND FARM MECHANISATION MELA STARTS FROM TODAY

ଆଜି ଠୁ ଉତ୍ସାହର ସହିତ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ (DISTRICT LEVEL KRUSHI MAHOSTAV AND FARM MECHANISATION MELA)। ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ ଆଉ ମଞ୍ଚରେ ଉପସ୍ଥିତ ଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି । କୃଷକ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ।

ସୂଚନା ଥାଉ କି, ସବୁବେଳେ ଗୋଟିଏ ପ୍ରଚେଷ୍ଟା ରହିଛି ଯେ, କୃଷକଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଆଜି ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗ ଦେଇଛନ୍ତି । ଏଥି ସହିତ ଶ୍ରୀଯୁକ୍ତ ଭାସ୍କର ରଇତ (ଓ.ପ୍ର.ସେ) ଅତିରିକ୍ତ ଜିଲ୍ଲାପାଳ ରାୟଗଡ, ଶ୍ରୀଯୁକ୍ତ ସୁଧୀର ଦାସ ଉପଦେଷ୍ଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସରକାର, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମାନ୍ୟବର ବିଧାୟକ ରାୟଗଡ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ମାନ୍ୟବର ବିଧାୟକ ଗୁଣୁପୁର, ଶ୍ରୀମତୀ ଅନୁସୂୟା ମାଝୀ ଅଧ୍ଯକ୍ଷା ସ୍ବତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ,ପି. ଗୌରିଶଙ୍କର ଜିଲ୍ଲା ସଂଯୋଜକ ଆମ ଓଡିଶା ନବୀନ ଓଡିଶା ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ ।

ଚାଷୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ରାୟଗଡା ଆନୁକୂଲ୍ୟରେ ଜି.ସି.ଡି ପଡ଼ିଆ ରାୟଗଡା ଠାରେ ଆଜି ଅଥାତ୍ ଡିସେମ୍ବର 16 ତାରିଖ ଠାରୁ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ (ମୋଟ 5 ଦିନ) ଧରି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହେଉଛି । ଏହି ମେଳା ଜରିଆରେ ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କର କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାରର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ।

ଏହି ମେଳା ଜରିଆରେ କାର୍ଯ୍ୟନିବାହୀ ଇଞ୍ଜିନିଅର କୋରାପୁଟ ଡିଭିଜନ (Executive engr of koraput division)ସନ୍ତୋଷ କୁମାର ମିଶ୍ର ,ସିଡିଏଓ ମନୋଜ କୁମାର ପ୍ରଧାନ, ଓ୍ବାଟର ସିଡ ପ୍ରୋଜେକ୍ଟ ଡିରେକ୍ଟର ଦୟାନିଧି ବାଗ କୃଷି ସମ୍ପକରେ ଆଲୋଚନା କରିଥିଲେ ।

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ଏବଂ କୃଷି ସମ୍ବନ୍ଧୀୟ ସମସ୍ତ ଦିଗ ଉପରେ ଆଲେଚନା କରିଥିଲେ ।

ପ୍ରକାଶ ଥାଉ ଯେ, ଏହି ସମୟ ମଧ୍ୟରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ । ଏଣୁ ଆପଣମାନଙ୍କୁ ସମସ୍ତଙ୍କୁ ବିନମ୍ର ଅନୁରୋଧ ,ଆପଣମାନେ ଉକ୍ତ ମେଳାରେ ବିପୁଳ ସଂଖ୍ୟାରେ ଯୋଗଦେଇ ଆବଶ୍ୟକୀୟ କୃଷି ଯନ୍ତ୍ରପାତି /ଉପକରଣ ସରକାରୀ ରିହାତି ମୂଲ୍ୟରେ କିଣିବାର ସୁଯୋଗ ଉଠାନ୍ତୁ ।

କୃଷକଙ୍କ ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ" ଅନୁଷ୍ଠିତ

ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ"

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments