1. କୃଷି ଖବର

କୃଷକଙ୍କ ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ" ଅନୁଷ୍ଠିତ

ଆଜି ଠୁ ଆରମ୍ଭ ହୋଇଯାଇଛି ତଥା ଅନୁଷ୍ଠିତ ହୋଇଛି କୃଷି ଯନ୍ତ୍ରପାତି ମେଳା l ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ ଆଉ ମଞ୍ଚରେ ଉପସ୍ଥିତ ଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି ।

Tanushree Mahapatra
Tanushree Mahapatra
Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

ଆଜି ଠୁ ଆରମ୍ଭ ହୋଇଯାଇଛି ତଥା ଅନୁଷ୍ଠିତ ହୋଇଛି କୃଷି ଯନ୍ତ୍ରପାତି ମେଳା l  ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି  ମଞ୍ଚ ଆଉ ମଞ୍ଚରେ ଉପସ୍ଥିତ ଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି  ।

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

ସବୁବେଳେ ଗୋଟିଏ ପ୍ରଚେଷ୍ଟା ରହିଛି ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ମହତ ଉଦ୍ଦେଶ୍ୟ ସହିତ କୃଷି ଯନ୍ତ୍ରପାତି ମେଳା (agricultural fairs) ଜିଲା ପ୍ରଶାସନ ଅନୁକୁଲ୍ୟରେ ଆୟୋଜନ କରୁଛନ୍ତି ଓଡିଶା ସରକାର । ଆଜି ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଦେବାଶିଷ ମହାନ୍ତି ଯିଏ କି OAIC ର ଚ୍ୟାରମେନ ତାଙ୍କ ଦ୍ୱାରା ଉତଘାଟିତ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ , CDO ଶ୍ରୀ ରବି ନାରାୟଣ ତ୍ରିପାଠୀ , ଶ୍ରୀ ଧର୍ମେନ୍ଦ୍ର ବେହେରା , ଶ୍ରୀ ରାମଚନ୍ଦ୍ର ଦାସ , ଶ୍ରୀମତୀ ସଂଯୁକ୍ତା , ଟୁନୁ ହାଇକ ଇତ୍ୟାଦି ମନଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l 

ଫେବୃଆରୀ ୩ ରୁ ୬ ତାରିଖ ତଥା ୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କୃଷି ଯନ୍ତ୍ରପାତି ମେଳା ୨୦୨୩ l  ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ । ସେହିପରି ଆଉ ଏକ ନୂଆ ପ୍ରଚେଷ୍ଟା ସହିତ ସରକାର ତଥା ଜିଲ୍ଲା ପ୍ରଶାସନ ଆଜି ଠାରୁ କୃଷି ଯନ୍ତ୍ରପାତି ମେଳାର ର ଆୟୋଜନ କରିଛନ୍ତି  l  ଏହା ପାଖାପାଖି ୪ ଦିନ ଧରି ଚାଲିବ , ଏହି ସମୟ ମଧ୍ୟରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ l

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡା ଅନୁକୂଲ୍ୟରେ ଜି.ସି.ଡି ହାଇସ୍କୁଲ ପଡ଼ିଆ ରାୟଗଡା ଠାରେ ତା.03.02.2023ରିଖ ଠାରୁ ତା.06.02.2023ରିଖ  ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିଛନ୍ତି ଯାହା ଆଜି ଅନୁଷ୍ଠିତ  ହୋଇଛି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତା ରେ ଉପଲବ୍ଧ ହେବ l ଚାଷୀ ନିଜ ଚାଷ ଜମି ପାଇଁ ସବସିଡି ରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଇବେ l ସବୁଠାରୁ ବଡ କଥା ହେଲା ସରକାର ମିଲେଟ କୁ ପ୍ରୋତ୍ସାହିତ କରୁଥିବା ବେଳେ ଆଜି ଏଠାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା l ସୋନାଲିକ, ମହିନ୍ଦ୍ରା , ଦକ୍ସ ଡ୍ରନ , ସାମ୍ପୁର୍ନା ଉତ୍ପାଦକ ଗୋଷ୍ଠୀ , ମା ଲଲିତା ବ୍ଲକ ସ୍ତରୀୟ ଫେଡେରେସନ୍ ,ମା ମଝି ଗୌରୀ ଏସଏଚଜି , ଆର.ଏନ ଇନକ୍ୟୁବେଟର , ବ୍ଲକସ୍ତରୀୟ ମିଶନ ଶକ୍ତି ସଂସ୍ଥା ,ଏସଏଚଜି କାଶୀପୁର , ଜଗଲକ୍ସମି ଏସଏଚଜି, ସାଇ ଗୌରୀ ଏସଏଚଜି, ବରୁନ ଉଦ୍ୟୋଗ , ହୋଣ୍ଡା ଇଲେକ୍ଟ୍ରିକ୍ , କିର୍ଲୋସ୍କର ପମ୍ପ ଭଳି ବଡ ବଡ ବେସରକାରୀ ସରକାରୀ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥା  ଏଥିରେ ଯୋଗ ଦେବା ସହିତ ନିଜର ଷ୍ଟଲ ମଧ୍ୟ ଲଗାଇଛନ୍ତି l

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି  । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା କି ଚାଷୀ ଜାଣି ନଥିବା ତଥ୍ୟ ମଧ୍ୟ ପାଇପାରିବ l 

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

Rayagada krushi jantrapati mela 2023 starts from today

ଏହି ମେଳା ରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମ ର ଶୋଭା କୁ ଦ୍ବିଗୁଣିତ କରିଥିଲେ  l ହଜାର ହଜାର ଚାଷୀ ମଧ୍ୟ ପ୍ରଥମ ଦିନରେ ନିଜ ଯୋଗଦାନ ଦେଇଛନ୍ତି l  ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ବେଳେ ବେଳେ ଅଧିକ ଦାମର କିଣାଯାଉଥିବା କୃଷି ଉପକରଣ ଚାଷୀଟି ଏ କିଣିବା ପାଇଁ ଅସମର୍ଥ ରହେ l ତେବେ ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହି ମେଳା ଆୟୋଜନ କରିଛନ୍ତି  l ଆଗାମୀ ୪ ଦିନ ଧରି ଏହା ଚାଲିବା ସହିତ ଚାଷୀ ଭାଇ ଭଉଣୀ ମାନେ ଏହାର ଲାଭ ଉଠାଇପାରିବେ l

ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ"

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments