1. କୃଷି ଖବର

ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ"

କୃଷି ଓ କୃଷକଙ୍କ ପାଇଁ ଆଗକୁ ଆସୁଛି ମହାସମ୍ମିଳନୀ ପର୍ବ । ସଜେଇ ହେବାକୁ ଯାଉଛି ମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି ।

Tanushree Mahapatra
Tanushree Mahapatra

କୃଷି ଓ କୃଷକଙ୍କ ପାଇଁ ଆଗକୁ ଆସୁଛି ମହାସମ୍ମିଳନୀ ପର୍ବ । ସଜେଇ ହେବାକୁ ଯାଉଛି ମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି  । ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ଉଦ୍ଦେଶ୍ୟ ସହିତ କୃଷି ଯନ୍ତ୍ରପାତି ମେଳା (agricultural fairs) ଆୟୋଜନ କରୁଛନ୍ତି ଓଡିଶା ସରକାର ।

ଆସନ୍ତା ମାସ ତଥା ଫେବୃଆରୀ 3 ରୁ 6 ତାରିଖ ତଥା 4 ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କୃଷି ଯନ୍ତ୍ରପାତି ମେଳା ୨୦୨୩ l  ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ । ସେହିପରି ଆଉ ଏକ ନୂଆ ପ୍ରଚେଷ୍ଟା ସହିତ ସରକାର କୃଷି ଯନ୍ତ୍ରପାତି ମେଳାର ର ଆୟୋଜନ କରୁଛନ୍ତି l

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡା ଅନୁକୂଲ୍ୟରେ ଜି.ସି.ଡି ହାଇସ୍କୁଲ ପଡ଼ିଆ ରାୟଗଡା ଠାରେ ତା.03.02.2023ରିଖ ଠାରୁ ତା.06.02.2023ରିଖ  ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରୁଛନ୍ତି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତା ରେ ଉପଲବ୍ଧ ହେବ l

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯିବ । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା କି ଚାଷୀ ଜାଣି ନଥିବା ତଥ୍ୟ ମଧ୍ୟ ପାଇପାରିବ କାରଣ l

ଏହି ମେଳା ରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ବେଳେ ବେଳେ ଅଧିକ ଦାମର କିଣାଯାଉଥିବା କୃଷି ଉପକରଣ ଚାଷୀ ଟି ଏ କିଣିବା ପାଇଁ ଅସମର୍ଥ ରହେ l ତେବେ ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହି ମେଳା ଆୟୋଜନ କରିବାକୁ ଯାଉଛନ୍ତି l

ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ

ସୁବର୍ଣ୍ଣ କୃଷି ମେଳା ୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments