1. କୃଷି ଖବର

ବାୟୋ-ଇଥ୍ରୀ ନୀତି: ଜୈବ ଉତ୍ପାଦନକୁ ଦେବ ବଡ଼ ପ୍ରୋତ୍ସାହନ

ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଉଦ୍ଭାବକ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିବେ ।

Tanushree Mahapatra
Tanushree Mahapatra
Third Life Sciences Start-up Summit

Third Life Sciences Start-up Summit

ଭୁବନେଶ୍ୱରସ୍ଥିତ ବିଆରଆଇସି-ଆଇଏଲଏସ ପରିସରରେ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍‌ ଶିଖର ସମ୍ମିଳନୀ ଉଦଘାଟିତ ହୋଇଛି । ଆଜି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ଗବେଷଣା ଓ ନବସୃଜନ ପରିଷଦ ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ରାଜେଶ ଏସ. ଗୋଖଲେ ଏହାକୁ ଉଦଘାଟନ କରିଥିଲେ।

ବିଆରଆଇସି-ଆଇଏଲଏସ୍‌ ଭୂବିଜ୍ଞାନ ମନ୍ତ୍ରଣାଳୟର ପାଣ୍ଠି ସହାୟତାରେ ଗଭୀର ସାଗର ମିଶନ ପ୍ରକଳ୍ପ ଆରମ୍ଭ କରିଛି । ନୂଆ ନୀତିର ଲକ୍ଷ୍ୟ ହାସଲ କରିବା ଲାଗି ବିଆରଆଇସି-ଆଇଏସଲ ବିଭିନ୍ନ ମନ୍ତ୍ରଣାଳୟ ବିଭିନ୍ନ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରିଥିବାରୁ ଡକ୍ଟର ଗୋଖଲେ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୈବଉତ୍ପାଦନ ଏବଂ ଜୈବଏଆଇ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସେ ନିଜର ସମର୍ଥନ ବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ଭେଟିସାରିଛନ୍ତି ।

ଅତ୍ୟାଧୁନିକ ଜୈବପ୍ରଯୁକ୍ତି ଗବେଷଣା ପାଇଁ ବିଆରଆଇସି-ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରରେ ସମସ୍ତ ଅତ୍ୟାଧୁନିକ ଉପକରଣ ଓ ଭିତ୍ତିଭୂମି ସୁବିଧା ରହିଛି ଏବଂ ଏହା ଶସ୍ତା ଓ ସୁଲଭ ଉତ୍ପାଦ ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ଆଇଏଲ୍ଏସ ର ନିର୍ଦ୍ଦେଶକ ଡ. ଦେବାଶିଷ ଦାଶ ଉଲ୍ଲେଖ କରିଛନ୍ତି। ସାମ୍ପ୍ରତିକ ସମୟରେ ବିଆରଆଇସି -ଆଇଏଲ୍ଏସ୍ ଦ୍ୱାରା ପ୍ରୋତ୍ସାହିତ ଉଦ୍ଭାବନ ଇକୋସିଷ୍ଟମ କୃଷି, ସ୍ୱାସ୍ଥ୍ୟସେବା, ପରିବେଶ ପରିଚାଳନା, ଉପକରଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଉତ୍ପାଦ ଏବଂ ପ୍ରକ୍ରିୟାର ବିକାଶ ପାଇଁ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହୋଇଛି । ଦୃଢ଼ ବୈଜ୍ଞାନିକ ଆଧାର ଏବଂ ଭିତ୍ତିଭୂମି ସହିତ ଆଇଏଲ୍ଏସ୍ ଏହି ଅଞ୍ଚଳରେ ଷ୍ଟାର୍ଟଅପ୍ ପାଇଁ ଇକୋସିଷ୍ଟମର ବିକାଶ ଏବଂ ସେଗୁଡ଼ିକୁ ସକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର ଜୈବପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀଙ୍କ ପାଇଁ ଏକ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସୁଯୋଗ ବିଷୟରେ କହିଥିଲେ। ରାଜ୍ୟର ଉଦ୍ୟୋଗ ଓ ଉଦ୍ଭାବନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶାକୁ ବାୟୋଟେକ୍ନୋଲୋଜି ହବରେ ପରିଣତ କରିବା ପାଇଁ ବିଆରଆଇସି -ଆଇଏଲ୍ଏସ୍ ସହ ମିଶି କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବିଆରଆଇସି-ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରର ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ନିବେଦିତା ଜେନା ଓ ବ୍ରିକ୍-ଆଇଏଲ୍ଏସର ବରିଷ୍ଠ ବୈଜ୍ଞାନିକ ଡ. ମାମୁନି ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଉଦ୍ଭାବକ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିବେ । ଏହି କାର୍ଯ୍ୟକ୍ରମରେ ଅଧିବେଶନଗୁଡ଼ିକରେ ନିମ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ:

-ବାୟୋ-ଇଥ୍ରୀ ପଲିସି ବ୍ୟବହାର କରି ଭାରତୀୟ ବାୟୋଟେକ୍ ଇକୋସିଷ୍ଟମରେ ଥିବା ବ୍ୟବଧାନକୁ ଦୂର କରିବା

-ବାୟୋ ଏଆଇ ଗବେଷଣା: ସୁଯୋଗ ଏବଂ ଆହ୍ୱାନ

-ବାୟୋଟେକ୍ନୋଲୋଜି ଗବେଷଣା ଏବଂ ବିକାଶ କ୍ଷେତ୍ରରେ ରଣନୈତିକ ସହଯୋଗ

-ଜୈବ - ସ୍ଥାୟୀ ଖାଦ୍ୟ ଶୃଙ୍ଖଳା

ନିକଟରେ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିବା ଉଦ୍ଭାବକ ଏବଂ ଉଦ୍ୟୋଗୀମାନେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ କିପରି ସହାୟକ ଏବଂ ଜୀବନ୍ତ କରିବା ପାଇଁ ଉନ୍ନତ କରାଯାଇପାରିବ ସେ ବିଷୟରେ କହିଥିଲେ ।

ଅଧିକ ପଢ଼ନ୍ତୁ

ରେଳ କର୍ମଚାରୀମାନଙ୍କୁ ମିଳିବ ପୂଜା ବୋନସ !

ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ସରକାର !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ