News

୫ ଦିନ ଯାଏଁ କମିବନି ତାତି,୨୨ରେ କାଳବୈଶାଖୀଜନିତ ବର୍ଷା

ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା । ଦିନ ୧୦ ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୨୧ ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି ।

19 April, 2022 10:45 AM IST By: Sudesna Nayak

ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା (ODISHA) । ଦିନ ୧୦ ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍‌ସିଟି କଟକ (Cuttack)ଓ ଭୁବନେଶ୍ୱର (Bhubaneswar)ସମେତ ରାଜ୍ୟର ୨୧ ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି ।

ସୂଚନା ଅନୁଯାୟୀ, ପାଣିପାଗ ବିଭାଗର ଆକଳନ ଯାହା, କେତେକ ସ୍ଥାନରେ ହେବଏବେ କାଳବୈଶାଖୀ । କିନ୍ତୁ, ଆସନ୍ତା ୪-୫ ଦିନ ଧରି ତାତି (HOT) କମିବାର ସମ୍ଭାବନା ନାହିଁ । ଅର୍ଥାତ୍‌ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ । ଭୀଷଣ ଗରମ ଯୋଗୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ଏଭଳି ଅସ୍ୱସ୍ତିକର ପାଣିପାଗ ଭିତରେ ସାମାନ୍ୟ ଆଶ୍ୱସ୍ତିଭରା ପୂର୍ବାନୁମାନ ଦେଖାଇଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ । ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ଦୁଇଦିନ ତାତି (HOT)ରୁ ଟିକିଏ ବି ତ୍ରାହି ମିଳିବନି । ହେଲେ ୨୧ ତାରିଖରୁ ତାତି (HOT)ରୁ ସାମୟିକ ଆଶ୍ୱସ୍ତି ମିଳିବ । ୨୧ ତାରିଖ ଅପରାହ୍ନ କିମ୍ବା ରାତିରେ କାଳବୈଶାଖୀ ବର୍ଷା ହେବ । ୨୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା (RAIN)ସମ୍ଭାବନା ଅଛି ।

୨୧ ତାରିଖରେ ଉପକୂଳ ଓଡ଼ିଶାରେ ତାତି (HOT) କମିବ । ୨୨ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ରେ ବି ପାରଦ ଖସିବା ସମ୍ଭାବନା ରହିଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିପାରେ । ହେଲେ ଆଶ୍ୱସ୍ତି ସାମୟିକ ହେବ ।

୨୪ ତାରିଖରୁ ପୁଣି ରାଜ୍ୟରେ ତାତି (HOT)ବଢ଼ିବ । ଆସନ୍ତା ଦୁଇଦିନ ଉପକୂଳ ଓଡ଼ିଶା (ODISHA) ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ହିଁ ରହିବା ସମ୍ଭାବନା ଅଛି । ବର୍ତ୍ତମାନ କିଛି ମାସ ହେବ ବର୍ଷା (RAIN)ନଥିବାରୁ ମାଟି ଶୁଖିଲା ପଡ଼ିଛି । ସାମୁଦ୍ରିକ ପବନ ପ୍ରବାହ ଦୁର୍ବଳ ରହୁଥିବାବେଳେ ଆକାଶ ମେଘମୁକ୍ତ ରହୁଛି । ଏଥିଯୋଗୁ ତାତି (HOT)ଅଧିକ ଅନୁଭୂତ ହେଉଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ବର୍ତ୍ତମାନ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକ (Cuttack)ଓ ଭୁବନେଶ୍ୱର (Bhubaneswar)ରେ ପାରଦ ୪୦ ଡେଇଁଛି । ଆଜି ଦିନ ଭିତରେ ଝାରସୁଗୁଡ଼ା ଓ ସୋନପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା (RAIN) ହୋଇଛି ।

ପ୍ରକାଶ ଥାଉ ଯେ,ଅନୁମାନ କରାଯାଉଛି, ମଙ୍ଗଳବାର (Tuesday)କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା,ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ ଗଜପତି ଜିଲ୍ଲାରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା (RAIN)ହୋଇପାରେ । ୨୧ ରୁ କାଳବୈଶାଖୀ ବଢ଼ିପାରେ । ତଥାପି ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ (Heat Wave)ଜାରି ରହିବ ।

ଆହୁରି ବଢିବ ତାତି,୪୦ ଡିଗ୍ରୀ ପାର୍‌ ହେବ ତାପମାତ୍ରା

କାଳବୈଶାଖୀ:୧୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)